Earthquake Photograph: (OTV)
ମିଆଁମାରରେ ଭୂକମ୍ପ, ଥରିଲା କୋଲକାତା। ୧୦-୧୫ ସେକେଣ୍ଡ ଅନୁଭୂତ ହେଲା ଝକଟା। ଗତକାଲି ରାତିରେ କୋଲକାତା ସମେତ ପୂର୍ବ ଭାରତର କିଛି ସହରରେ ଭୂକମ୍ପ ଅନୁଭୂତ ହୋଇଥିଲା। କିଛି ସେକେଣ୍ଡ ପାଇଁ ଦୋହଲି ଯାଇଥିଲା କୋଲକାତା ସହର। ହଠାତ୍ ଲୋକମାନେ କିଛି ବୁଝି ପାରି ନଥିଲେ।
କିନ୍ତୁ ପରେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। କିନ୍ତୁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଏହି ଭୂମିକମ୍ପର ତୀବ୍ରତା ରହିଥିଲା ୫.୯। କେନ୍ଦ୍ରସ୍ଥଳୀ ରହିଥିଲା ମିଆଁମାର ଆନଙ୍ଗୟୁଙ୍ଗଠାରୁ ୯୫ କିଲୋମିଟର ପଶ୍ଚିମରେ ଓ ଗଭୀରତା ୧୦ କିମି ରହିଥିଲା। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ ବି ଅନୁଭୂତ ହୋଇଥିଲା କମ୍ପନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/earthquake-2026-02-04-08-55-14.jpg)