Supreme Court Photograph: (OTV)
ଡିଜିଟାଲ ଆରେଷ୍ଟକୁ ଡକାୟତି କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଦେଶରେ ୫୪ ହଜାର କୋଟି ଟଙ୍କାର ଠକେଇକୁ ଡକାୟତି ଭାବେ ବର୍ଣ୍ଣନା କରିଛନ୍ତି ସୁପ୍ରିମକୋର୍ଟ। ଏଭଳି ଅପରାଧକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ, ଅନ୍ୟ ବ୍ୟାଙ୍କ, ଟେଲିକମ ବିଭାଗ ଓ ଅନ୍ୟ ଅଂଶୀଦାରମାନଙ୍କ ପରାମର୍ଶରେ ଏକ ଏସଓପି ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଓ ଜଷ୍ଟିସ୍ ଏନଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ୍ ଆରେଷ୍ଟ୍ ରେ ଯେତିକି ଅର୍ଥ ଲୋକେ ହରାଇଛନ୍ତି ତାହା କେତେକ ଛୋଟ ରାଜ୍ୟର ବଜେଟ୍ ର ଆକାରଠାରୁ ମଧ୍ୟ ଅଧିକ।
ଏତେ ବଡ଼ ଠକେଇ ବ୍ୟାଙ୍କ ଅଧିକାରୀଙ୍କ ସହଯୋଗ କିମ୍ବା ଅବହେଳାର ପରିଣାମ ହୋଇପାରେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ RBIର ବର୍ତ୍ତମାନ ଥିବା SoP ଏବଂ ଟେଲିକମ ବିଭାଗର ସମାନ ନିର୍ଦ୍ଦେଶାବଳୀ କିମ୍ବା ନିଷ୍ପତ୍ତିଗୁଡ଼ିକୁ ଯାଞ୍ଚ କରିବାକୁ କୋର୍ଟ କହିଛନ୍ତି।
ଡିଜିଟାଲ୍ ଠକେଇ ମାମଲାଗୁଡ଼ିକୁ ପ୍ରଭାବଶାଳୀ ଭାବରେ ସମାଧାନ କରିବା ପାଇଁ ୪ ସପ୍ତାହ ମଧ୍ୟରେ ଏକ ଡ୍ରାଫ୍ଟ ବୁଝାମଣାପତ୍ର ପ୍ରସ୍ତୁତ କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏସବୁ ମାମଲାର ତଦନ୍ତ ଅନୁମତି ସିବିଆଇକୁ ଦେବା ଲାଗି ସୁପ୍ରିମକୋର୍ଟ ଗୁଜରାଟ ଓ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/supreme-court-2026-02-10-10-37-11.jpg)