Advertisment

Dense Fog in Delhi: ଘନ କୁହୁଡ଼ି:ଦେଖାଗଲାନି ରାସ୍ତା, ଜିରୋ ହେଲା ଭିଜିବିଲିଟି

ପ୍ରଦୂଷଣ ଯନ୍ତ୍ରଣା ଭିତରେ ଦିଲ୍ଲୀକୁ ଆକ୍ତାମାକ୍ତା କରୁଛି ଘନ କୁହୁଡ଼ି। ଦେଖାଯାଉନି ରାସ୍ତାଘାଟ। ଜନଜୀବନ ସାଂଘାତିକ ଭାବରେ ପ୍ରଭାବିତ ହେଉଛି। ବିମାନ ସେବା ପ୍ରଭାବିତ, ଟ୍ରେନ୍ ଚଳାଚଳ ବିଳମ୍ବ ।

Dense Fog in Delhi

Dense Fog in Delhi Photograph: (OTV)

Advertisment

ପ୍ରଦୂଷଣ ଯନ୍ତ୍ରଣା ଭିତରେ ଦିଲ୍ଲୀକୁ ଆକ୍ତାମାକ୍ତା କରୁଛି ଘନ କୁହୁଡ଼ି। ଦେଖାଯାଉନି ରାସ୍ତାଘାଟ। ଜନଜୀବନ ସାଂଘାତିକ ଭାବରେ ପ୍ରଭାବିତ ହେଉଛି। ଆଜି ସକାଳୁ ସକାଳୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଜମାରୁ ଦେଖାଯାଉ ନଥିଲା। ଦିଲ୍ଲୀ-ଏନସିଆର ସମେତ ବିଭିନ୍ନ ସ୍ଥାନରେ ଜିରୋ ହୋଇଯାଇଥିଲା ଭିଜିବିଲିଟି। ଲୋକମାନେ ଦୁଇ ହାତ ଦୂରକୁ ବି ଦେଖିପାରୁ ନଥିଲେ। ଗାଡ଼ି ଚଳାଚଳରେ ଅସୁବିଧା ଭୋଗିଥିଲେ ଚାଳକ। ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ବିମାନ ସେବା ବି ପ୍ରଭାବିତ ହୋଇଛି।  ସେହିପରି ଟ୍ରେନ୍ ଚଳାଚଳ ବି ବିଳମ୍ବିତ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଦସ୍ତରରେ ପହଞ୍ଚିଥିବା ବେଲେ ଘନ କୁହୁଡ଼ି ସାଧାରଣ ଜୀବନଯାତ୍ରାକୁ ସାଂଘାତିକ ଭାବରେ ପ୍ରଭାବିତ କରିଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସମେତ ସାରା ଉତ୍ତର ଭାରତକୁ ଶୀତ ଓ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଉତ୍ତରପ୍ରଦେଶର ଶୀତ ଲହରିକୁ ନେଇ ଆସନ୍ତା ୧ ତାରିଖ ଯାଏଁ ସ୍କୁଲକୁ ବନ୍ଦ କରାଯାଇଛି।

Advertisment

ଜାଡ଼ ମାଡ଼ରେ ଥରୁଛି ସାରା ଓଡ଼ିଶା। ନୂଆବର୍ଷ ଯାଏଁ ଶୀତରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୧୦ ଡିଗ୍ରୀ ତଳେ ରହିଛି ୧୦ରୁ ଅଧିକ ସହରର ପାରଦ। କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ଼। ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଗତକାଲି ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ସେହିପରି ଦାରିଙ୍ଗବାଡି ଓ ଫୁଲବାଣୀରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହି ଦୁଇଟି ଜାଗାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ଯାଏଁ ଖସିଛି। ସାରା ରାଜ୍ୟକୁ ଶୀତ ଲହରି ଅସ୍ତବ୍ୟସ୍ତ କରୁଥିବା ବେଳେ ଦକ୍ଷିଣ ଓ ପଶ୍ଚିମରେ ଅନୁଭୂତ ହେଉଛି ଅସହ୍ୟ ଜାଡ଼। ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଆଜି ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। 

ଦେଖନ୍ତୁ ଭିଡ଼ିଓ: 

Fog Dense Fog In Odisha Dense Fog Alert Dense Fog In Delhi Dense Fog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ