Delhi Photograph: (OTV)
ପ୍ରଦୂଷଣରେ ଅଣନିଶ୍ବାସୀ ରାଜଧାନୀ ଦିଲ୍ଲୀ। ବାୟୁରେ ବିଷ, ନିଶ୍ବାସ ନେବାରେ କଷ୍ଟ। ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ ଓ ଏନସିଆର୍। ଗତ କିଛି ଦିନ ହେବ ଦିଲ୍ଲୀରେ ଏୟାର ଇଣ୍ଡେକ୍ସ କ୍ବାଲିଟି-AIQ ୪୦୦ରୁ ଅଧିକ ରହୁଛି। ଯାହାକୁ ସିଭିୟର କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ଭୋରରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରାୟ ଜିରୋ ରହିଥିଲା ଭିଜିବିଲିଟି।
ଜବାହରଲାଲ ନେହେରୁ ଷ୍ଟାଡିୟମ ଆଖପାଖରେ ବିଷାକ୍ତ କୁହୁଡ଼ିର ଏକ ଘନ ଆସ୍ତରଣ ଦେଖିବାକୁ ମିଳିଥିଲା। ଯେଉଁଠାରେ AQI 349ରେ 'ଅତି ଖରାପ' ବର୍ଗରେ ରେକର୍ଡ କରାଯାଇଛି। ଭୋରରୁ ଉଠିଲା ବେଳକୁ ମଧ୍ୟରାତ୍ରି ଭଳି ଅନୁଭବ କରିଥିଲେ ଲୋକ। ଦେଖାଯାଉ ନଥିଲା ରାସ୍ତାଘାଟ। ଚାରିଆଡ଼ ଦିଶୁଥିଲା ଖାଲି ଧୂଆଁ ଧୂଆଁ।
ବହଳା ଧୂଆଁ ଚାଦରରେ ଢାଙ୍କି ହୋଇ ରହିଥିଲା ଦେଶର କ୍ୟାପିଟାଲ୍ ସିଟି।ଘନ କୁହୁଡ଼ି ଯୋଗୁଁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଦିଲ୍ଲୀରେ ବିମାନ ଚଳାଚଳ ବି ପ୍ରଭାବିତ ହୋଇଛି। ବିମାନ ଚଳାଚଳ ବିଳମ୍ବ ସମ୍ଭାବନା ଥିବାରୁ ଏଥିପାଇଁ ଆଡଭାଇଜରୀ ଜାରି କରିଛନ୍ତି ଏୟାର ଇଣ୍ଡିଆ ସମେତ ଅନ୍ୟ ଏୟାର ଲାଇନ୍ସ କର୍ତ୍ତୃପକ୍ଷ।
ପ୍ରଦୂଷଣ ଯୋଗୁ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୨୦ ହଜାରରୁ ଅଧିକ ଲୋକ ଶ୍ବାସକ୍ରିୟା ଜନିତ ରୋଗରେ ପୀଡ଼ିତ ହେଲେଣି । ପ୍ରଦୂଷଣର ମାତ୍ରା ବଢ଼ିବାରୁ ଦିଲ୍ଲୀରେ ନର୍ସରୀରୁ କ୍ଲାସ ୫ ପର୍ଯ୍ୟନ୍ତ ପିଲାଙ୍କ ଫିଜିକାଲ କ୍ଲାସ ବନ୍ଦ ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପଞ୍ଚମ ଶ୍ରେଣୀ ଯାଏଁ ଅନଲାଇନ କ୍ଲାସ ହେବ ।
ପ୍ରଦୂଷଣରେ ଅଣନିଶ୍ବାସୀ ଦିଲ୍ଲୀ
ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ୍ଥିତି ଅସମ୍ଭାଳ
ବିଭିନ୍ନ ସ୍ଥାନରେ ପାଖାପାଖି ଜିରୋ ହୋଇଗଲା ଭିଜିବିଲିଟି
ଦେଖାଗଲାନି ରାସ୍ତାଘାଟ, ଗାଡ଼ି ଚଳାଚଳ ପ୍ରଭାବିତ
ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ
ବହଳା ଧୂଆଁ ଚାଦରରେ ଢାଙ୍କି ହୋଇ ରହିଛି ଦିଲ୍ଲୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/18/delhi-2025-12-18-09-16-57.jpg)