Advertisment

Delhi Govt Announces Compensation: ଦିଲ୍ଲୀ ବିସ୍ଫୋରଣ: ମୃତକଙ୍କ ପରିବାରକୁ ୧୦ ଲକ୍ଷ

ଦିଲ୍ଲୀ ବିସ୍ଫୋରଣରେ ମୃତାହତଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ସହାୟତା। ମୃତକଙ୍କ ପରିବାରକୁ ୧୦ ଲକ୍ଷ। ସମ୍ପୂର୍ଣ୍ଣ ଅକ୍ଷମଙ୍କୁ ୫ ଲକ୍ଷ ସହାୟତା। ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା।

Delhi Blast Case

Delhi Blast Case Photograph: (OTV)

Advertisment

ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟରେ ମୃତକଙ୍କ ପରିବାରକୁ ୧୦ ଲକ୍ଷର ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ମୃତାହତଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସହାୟତା ହୋଇଥିବା ବେଳେ ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ, ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିଲେ ୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି। ସେହିଭଳି ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି।

Advertisment

ଅନ୍ୟପଟେ ଏହି ବିସ୍ଫୋରଣକୁ ନେଇ ବଡ ଖବର ସାମନାକୁ ଆସିଛି। ଦିଲ୍ଲୀ ଲାଲକିଲ୍ଲାରେ ଆତଙ୍କୀ ଡାକ୍ତର ଉମର ମହମ୍ମଦ ବିସ୍ଫୋରଣ ଯୋଜନା କରିନଥିଲା। ଏହା ଆତ୍ମଘାତୀ ବିସ୍ଫୋରଣ ନୁହେଁ, ବରଂ ଏକ ଆକସ୍ମିକ ଘଟଣା ବୋଲି ସୂଚନା ପାଇଛି ଗୁଇନ୍ଦା ଏଜେନ୍ସି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡାକ୍ତର ଉମର ମହମ୍ମଦ ବିସ୍ପୋରକ ଭର୍ତ୍ତି କାରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଚାହୁଁଥିଲା।

ଦେଶବ୍ୟାପୀ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନରେ ଭୟଭୀତ ହୋଇ ଉମର ନିଜକୁ ଗିରଫଦାରୀରୁ ଏଡାଇବାକୁ ଚାହୁଁଥିଲା। ହେଲେ ବିସ୍ଫୋରଣ କେମିତି ହେଲା ଏହାର ସଠିକ୍ କାରଣ ଖୋଜା ଚାଲିଛି। ସେପଟେ ଘଟଣାସ୍ଥଳରେ ହୋଇଥିବା ବିସ୍ଫୋରଣ, ପୂର୍ଣ୍ଣ ମାତ୍ରାରେ ବିକଶିତ ହୋଇନଥିବା ଆଇଇଡି ବୋଲି ସୂଚନା ମଧ୍ୟ ମିଳୁଛି।

Advertisment

ଯାହା ବିସ୍ଫୋରଣର ତୀବ୍ରତାରୁ ଅନୁମାନ କରାଯାଉଛି। ତା ସହ ବିସ୍ଫୋରଣ ବେଳେ ଗାଡ଼ି ଚାଲୁଥିବା କଥା ମଧ୍ୟ ସାମ୍ନାକୁ ଆସିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

•    ମୃତକଙ୍କ ପରିବାରକୁ ୧୦ ଲକ୍ଷ
•    ଦିଲ୍ଲୀ ବିସ୍ଫୋରଣରେ ମୃତାହତଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ସହାୟତା
•    ମୃତକଙ୍କ ପରିବାରକୁ ୧୦ ଲକ୍ଷ 
•    ସମ୍ପୂର୍ଣ୍ଣ ଅକ୍ଷମଙ୍କୁ ୫ ଲକ୍ଷ ସହାୟତା
•    ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା 

Advertisment

Delhi Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ