Delhi Blast Photograph: (OTV)
ଦିଲ୍ଲୀ ଲାଲକିଲ୍ଲାରେ ଆତଙ୍କୀ ଡାକ୍ତର ଉମର ମହମ୍ମଦ ବିସ୍ଫୋରଣ ଯୋଜନା କରିନଥିଲା। ଏହା ଆତ୍ମଘାତୀ ବିସ୍ଫୋରଣ ନୁହେଁ, ବରଂ ଏକ ଆକସ୍ମିକ ଘଟଣା ବୋଲି ସୂଚନା ପାଇଛି ଗୁଇନ୍ଦା ଏଜେନ୍ସି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡାକ୍ତର ଉମର ମହମ୍ମଦ ବିସ୍ପୋରକ ଭର୍ତ୍ତି କାରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଚାହୁଁଥିଲା।
ଦେଶବ୍ୟାପୀ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନରେ ଭୟଭୀତ ହୋଇ ଉମର ନିଜକୁ ଗିରଫଦାରୀରୁ ଏଡାଇବାକୁ ଚାହୁଁଥିଲା। ହେଲେ ବିସ୍ଫୋରଣ କେମିତି ହେଲା ଏହାର ସଠିକ୍ କାରଣ ଖୋଜା ଚାଲିଛି। ସେପଟେ ଘଟଣାସ୍ଥଳରେ ହୋଇଥିବା ବିସ୍ଫୋରଣ, ପୂର୍ଣ୍ଣ ମାତ୍ରାରେ ବିକଶିତ ହୋଇନଥିବା ଆଇଇଡି ବୋଲି ସୂଚନା ମଧ୍ୟ ମିଳୁଛି।
ଯାହା ବିସ୍ଫୋରଣର ତୀବ୍ରତାରୁ ଅନୁମାନ କରାଯାଉଛି। ତା ସହ ବିସ୍ଫୋରଣ ବେଳେ ଗାଡ଼ି ଚାଲୁଥିବା କଥା ମଧ୍ୟ ସାମ୍ନାକୁ ଆସିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
• ଆତ୍ମଘାତୀ ନୁହେଁ, ଆକସ୍ମିକ ବିସ୍ଫୋରଣ
• ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଆସିଲା ବଡ଼ ଅପଡେଟ୍
• ଆତ୍ମଘାତୀ ନୁହେଁ, ଆକସ୍ମିକ ଥିଲା ଲାଲକିଲ୍ଲା ବିସ୍ଫୋରଣ
• ଦିଲ୍ଲୀ-NCR ଓ ଫରିଦାବାଦରେ କଡ଼ା ଯାଞ୍ଚରେ ସନ୍ଦିଗ୍ଧ ଫସିଥିଲା
• ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅବିଳମ୍ବେ ଧରାପଡ଼ିବା ଭୟ ସୃଷ୍ଟି କରିଥିଲା
• ବିସ୍ଫୋରକକୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ଫୁଟିଯାଇଥିବା ସନ୍ଦେହ
• ବିସ୍ଫୋରଣରେ IED ପୂର୍ଣ୍ଣ ମାତ୍ରାରେ ବିକଶିତ ହୋଇନଥିବା ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/12/delhi-blast-2025-11-12-08-53-52.jpg)