Delhi Blast Photograph: (OTV)
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ଗିରଫ ହୋଇଥିବା ମହିଳା ଡାକ୍ତର ସାହିନ ସହିଦ ତଦନ୍ତକାରୀ ସଂସ୍ଥାକୁ ଚାଞ୍ଚଲ୍ୟକର ତଥ୍ୟ ଦେଇଥିବା ସୂଚନା ମିଳିଛି । ୨ ବର୍ଷ ଧରି ଦେଶର ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ ପାଇଁ ଏମାନେ ଯୋଜନା କରୁଥିଲେ ।
ଡାକ୍ତର ଉମର ଉନ୍ ନବି, ଡାକ୍ତର ମୁଜାମିଲ ଅହମ୍ମଦ, ଡାକ୍ତର ଆଜିଲ ମାଜିଦ ଦୁଇ ବର୍ଷ ଧରି ବିପୁଳ ପରିମାଣର ଆମୋନିୟମ ନାଇଟ୍ରେଟ ସଂଗ୍ରହ କରିଥିଲେ । ଏହାକୁ ବ୍ୟବହାର କରି ବଡ଼ ଧରଣର ବିସ୍ଫୋରଣ ପାଇଁ ଥିଲା ଏମାନଙ୍କ ଯୋଜନା । ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଏହି ଡାକ୍ତର ମଡ୍ୟୁଲ ପଦାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥା ଏବେ ଯାଏଁ ୧୫ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ସେହିପରି ୟୁପି, ହରିୟାଣା ଓ ଜାମ୍ମୁ କାଶ୍ମୀରରେ ୩ ଜଣଙ୍କୁ ଅଟକ ରଖାଯାଇଛି । ଏହାସହ ୨୦ ଜଣଙ୍କୁ ପୋଲିସ ପଚରାଉଚରା କରୁଛି । ସେହିପରି ଅନ୍ୟତମ ଆତଙ୍କୀ ଡାକ୍ତର ମୁଜାମିଲର ତଥ୍ୟ ଅନୁଯାୟୀ ଆସନ୍ତା ଜାନୁଆରୀ ୨୬ରେ ଦିଲ୍ଲୀରେ ଆକ୍ରମଣ ପାଇଁ ଥିଲା ଯୋଜନା । ମୁଜାମିଲର ମୋବାଇଲ ଡାଟା ରିକଭର ବେଳେ ଏହି ତଥ୍ୟ ମିଳିଛି ।
ଏହା ସହ ଦୀପାବଳି ବେଳେ ଗହଳି ସ୍ଥାନରେ ବିସ୍ଫୋରଣ ଯୋଜନା ଥିଲା । କିନ୍ତୁ ଦୀପାବଳି ବେଳେ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିଥିଲେ ଆତଙ୍କୀ । ଏହାସହ ତଦନ୍ତ ବେଳେ ଲାଲକିଲ୍ଲାରେ ବିସ୍ଫୋରଣ ପୂର୍ବରୁ ଆଇ ଟ୍ବେଣ୍ଟି କାର କେଉଁ ଆଡ଼େ ଯାଇଥିଲା ତାହାର ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି । ବିସ୍ଫୋରଣ ପୂର୍ବରୁ ଏହି କାର କନଟପ୍ଲେସ ଓ ମୟୂରବିହାରରେ ଦେଖିବାକୁ ମିଳିଥିଲା । ଯାହାକି ଦିଲ୍ଲୀର ବଡ଼ ଜନଗହଳିପୂର୍ଣ୍ଣ ଅଞ୍ଚଳ।
ଏହା ପରେ ଚାନ୍ଦନୀ ଚୌକ ସ୍ଥିତ ସୁନହେରି ମସଜିଦ ପାର୍କିଂରେ ଛିଡ଼ା ହୋଇଥିଲା କାର । ୧୦ ତାରିଖ ଦିନ ୩ଟା ୧୯ରୁ ସଂଧ୍ୟା ୬ଟା ୩୦ ଯାଏଁ କାର ଏହି ପାର୍କିଂରେ ଥିଲା । ତେବେ ଏହି କାର ପୂର୍ବରୁ ଅକ୍ଟୋବର ୨୯ରୁ ନଭେମ୍ବର ୧୦ ଯାଏଁ ପରିଦାବାଦର ଅଲ ଫଲାହ ୟୁନିଭର୍ସିଟି କ୍ୟାଂପସରେ ପାର୍କ ହୋଇଥିବା ମଧ୍ୟ ସୂଚନା ଆସିଛି। ତେବେ ଗତ ୧୦ ତାରିଖ ସଂଧ୍ୟା ୬ଟା୫୨ରେ କାର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଆହତ ହୋଇଛନ୍ତି।
• ୨ ବର୍ଷ ଧରି ଚାଲିଥିଲା ଯୋଜନା
• ଦିଲ୍ଲୀ ବିସ୍ଫୋରଣରେ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ
• ଗିରଫ ଡାକ୍ତର ସାହିନ ସହିଦ ଖୋଲୁଛି ଆତଙ୍କୀ ଆକ୍ରମଣର ଗୁମର
• ତଦନ୍ତକାରୀ ସଂସ୍ଥାକୁ ଦେଇଛି ଚାଞ୍ଚଲ୍ୟକର ତଥ୍ୟ
• ୨ ବର୍ଷ ଧରି ଏକାଠି କରୁଥିଲେ ବିସ୍ଫୋରକ
• ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଥିଲା ଯୋଜନା
• ଦୁଇ ବର୍ଷ ଧରି ବିପୁଳ ପରିମାଣର ଆମୋନିୟମ ନାଇଟ୍ରେଟ ସଂଗ୍ରହ କରିଥିଲେ
• ବଡ଼ ଧରଣର ବିସ୍ଫୋରଣ ପାଇଁ ଥିଲା ଏମାନଙ୍କ ଯୋଜନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/12/delhi-blast-2025-11-12-11-58-27.jpg)