Advertisment

Dangerous Diwali: ଏ କି ଦୀପାବଳି; ହାତରେ ଜଳୁଛି ବାଣ, ଉପରକୁ ଫିଙ୍ଗା ଯାଉଛି

ସାରା ଦେଶରେ ଦୀପାବଳି ପର୍ବକୁ ବଡ଼ ଧୂମଧାମରେ ପାଳନ କରାଯାଏ ଏବଂ ଚାରିଆଡ଼େ ଶୁଣାଯାଏ ଆତସବାଜିର ଶବ୍ଦ। କିନ୍ତୁ ଗୁଜରାଟର ଏକ ଗାଁରେ ପ୍ରତିବର୍ଷ ଦୀପାବଳିରେ ଏକ ଯୁଦ୍ଧ ଖେଳାଯାଏ।

Surat-Dangerous-Diwali

Surat-Dangerous-Diwali Photograph: (OTV)

Advertisment

ସାରା ଦେଶରେ ଦୀପାବଳି ପର୍ବକୁ ବଡ଼ ଧୂମଧାମରେ ପାଳନ କରାଯାଏ ଏବଂ ଚାରିଆଡ଼େ ଶୁଣାଯାଏ ଆତସବାଜିର ଶବ୍ଦ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଗୁଜରାଟର ଏମିତି ଏକ ଗାଁ ଅଛି ଯେଉଁଠାରେ ପ୍ରତିବର୍ଷ ଦୀପାବଳିରେ ଏକ ଯୁଦ୍ଧ ଖେଳାଯାଏ।
ଭୟଙ୍କର ଦୀପାବଳି। ହାତରେ ଜଳୁଛି ବାଣ। ଉପରକୁ ଫିଙ୍ଗା ଯାଉଛି। ଲାଗୁଛି ଦୁଇ ସେନାର ଲଢେଇ। ସାରା ଦେଶରେ ଦୀପାବଳି ପର୍ବକୁ ବଡ଼ ଧୂମଧାମରେ ପାଳନ କରାଯାଏ ଏବଂ ଚାରିଆଡ଼େ ଶୁଣାଯାଏ ଆତସବାଜିର ଶବ୍ଦ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଗୁଜରାଟର ଏମିତି ଏକ ଗାଁ ଅଛି ଯେଉଁଠାରେ ପ୍ରତିବର୍ଷ ଦୀପାବଳିରେ ଏକ ଯୁଦ୍ଧ ଖେଳାଯାଏ।
ଅମରେଲି ଜିଲ୍ଲାର ସାଭରକୁଣ୍ଡଲାରେ ପାଳନ ହେଉଥିବା ଏହି ଦୀପାବଳି ଖୁବ ବିପଦପୂର୍ଣ୍ଣ ହୋଇଥାଏ। ଲୋକେ ଏଠାରେ ଇଙ୍ଗୋରିଆ ନାମକ ଏକ ଦେଶୀ ଫୋଟକା ପରସ୍ପରଙ୍କୁ ଫୋପାଡାଯାଏ। ଗତ ୮୦ ବର୍ଷ ଧରି, ଦୀପାବଳି ରାତିରେ ଆତସବାଜିର ଏହି ଯୁଦ୍ଧ ହୋଇଆସୁଛି। ସହରର ଯୁବକମାନେ ପରସ୍ପର ଉପରକୁ ବାଣ ଫିଙ୍ଗିଥାନ୍ତି ଆଉ ମଜ୍ଜା ନେଇଥାନ୍ତି।
ଏହି ସମୟରେ, ବହୁ ସଂଖ୍ୟକ ଗ୍ରାମବାସୀ ମଧ୍ୟ ଏହାକୁ ଦେଖିବା ପାଇଁ ରୁଣ୍ଡ ହୁଅନ୍ତି। ଯୁବକମାନେ ଜଳୁଥିବା ବାଣକୁ ହାତରେ ଧରିଥାନ୍ତି ସତେ ଯେପରି ସେମାନେ ଗୋଲାପର ଫୁଲ ଧରିଛନ୍ତି। ସାଭରକୁଣ୍ଡଲା ସହରର ବିଧାୟକ ମଧ୍ୟ ଗତ ୨ ବର୍ଷ ଧରି ଏହି ଲଢ଼େଇରେ ନିଜକୁ ଜଣେ ସୈନିକ ଭାବରେ ସାମିଲ କରି ଖୁବ୍ ଉପଭୋଗ କରନ୍ତି।
ଏହି ଇଙ୍ଗୋରିଆଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଦେଶୀ ଆଉ ହାତରେ ତିଆରି, ଏବଂ ଏଗୁଡ଼ିକ ଖୁବ ଘାତକ ମଧ୍ୟ। ଏହି ଆତସବାଜୀର ଯୁଦ୍ଧ ଦେଖିଲେ ଲାଗେ ସତେଯେପରି ଦୁଇ ଦେଶ ମଧ୍ୟରେ ହେଉଛି ଘମାଘୋଟ ଲଢେଇ। ଏହି ଲଢ଼େଇରେ ଶାରୀରିକ କ୍ଷତିର ହେବାର ମଧ୍ୟ ସମ୍ଭାବନା ରହିଛି।
ଯଦିଓ ଏହି ଦୃଶ୍ୟ ଭାରତର ପାକିସ୍ତାନ ଉପରେ ଅପରେସନ ସିନ୍ଦୂର ପରି ଦେଖାଯାଉଥାଏ, ଶହ ଶହ ଯୁବକ ପରସ୍ପର ଉପରେ ବାଣ ଫିଙ୍ଗି ମଜ୍ଜା ନେଇଥାନ୍ତି। ଏହି ଇଙ୍ଗୋରିଆ ଯୁଦ୍ଧ ଦେଖିବା ପାଇଁ ଅନେକ ସହରରୁ ଲୋକମାନେ ସାଭରକୁଣ୍ଡଲା ଆସନ୍ତି ଏବଂ ଯେଉଁମାନେ ଏଠାର ମୂଳ ବାସିନ୍ଦା ସେମାନେ ମଧ୍ୟ ଦୀପାବଳି ରାତିରେ ଏହି ରୋମାଞ୍ଚକର ଯୁଦ୍ଧରେ ଅଂଶଗ୍ରହଣ କରନ୍ତି। 
ତେବେ ସୌରାଷ୍ଟ୍ରରେ ଇଙ୍ଗୋରିଆ ନାମକ ଏକ ଗଛ ରହିଛି। ଏହା ଲେମ୍ବୁ ପରି ଫଳ ଦେଇଥାଏ। ଏଗୁଡ଼ିକୁ ଶୁଖାଇବା ପରେ, ଭିତର ରସକୁ ଏକ ଡ୍ରିଲ୍ ସାହାଯ୍ୟରେ ବାହାର କରାଯାଏ ଏବଂ ବାରୁଦରେ ଭର୍ତ୍ତି କରାଯାଏ। ସୌରାଷ୍ଟ୍ରର ପ୍ରତ୍ୟେକ ଘରେ ଇଙ୍ଗୋରିଆ ଆତସବାଜି ତିଆରି କରାଯାଏ।

Advertisment

ଅଧିକ ଦେଖନ୍ତୁ:

Gujarat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ