PM Narendra Modi Photograph: (OTV)
ମିଛ ହାରେ, ଜନତାଙ୍କ ବିଶ୍ବାସର ବିଜୟ ହୁଏ। ଜାମିନରେ ଆସିଥିବା ଲୋକଙ୍କୁ ଜନତା କେବେ ବି ସାଥ୍ ଦେବେନି। କଂଗ୍ରେସ ଓ ଆରଜେଡିକୁ ଏମିତି କିଛି କହି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାରରେ ବିଜେପି ଏବଂ ଏନଡିଏର ବିଶାଳ ବିଜୟ ପରେ ନୂଆଦିଲ୍ଲୀ ପାର୍ଟି ଅଫିସରେ ଦଳୀୟ ନେତା ଓ କର୍ମୀଙ୍କ ସହ ସେଲିବ୍ରେସନ୍ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହି ଅବସରରେ କଂଗ୍ରେସକୁ ସିଧା ନିଶାନା କରିଛନ୍ତି। କିଛି ବର୍ଷ ଧରି ବିହାରରେ ତୃଷ୍ଟିକରଣ ରାଜନୀତି ଚାଲୁଥିଲା, ଏବେ ସନ୍ତୁଷ୍ଟିକରଣ ପାଇଁଛନ୍ତି ଜନତା। ବିରୋଧୀ ମୁସଲିମ୍ ଓ ସଂଖ୍ୟାଲଂଘୁଙ୍କ ସହାୟତାରେ ‘MY ଫର୍ମୁଲା’ ବନାଇଥିଲେ। ଏବେ ତାହା ‘MY-ମହିଳା ଓ ୟୁଥ୍’ ଫର୍ମୁଲା ଭାବେ ବିଜେପି ସହ ଅଛନ୍ତି।
ଦିନେ ମାଓବାଦୀଙ୍କ କବଳରେ ଥିବା ବିହାରରେ ଅପରାହ୍ନ ୩ଟା ବେଳେ ଭୋଟିଂ ସାରିବାକୁ ପଡ଼ୁଥିଲା। ଶତାଧିକ ବୁଥରେ ରିପୋଲିଂ ହେଉଥିଲା। କିନ୍ତୁ ଏଥର ଗୋଟିଏ ବି ବୁଥରେ ରିପୋଲିଂ ହେଇନି। ଜଙ୍ଗଲ ରାଜ୍ ର ସେଇ ଦିନ ସବୁ ଏବେ ଇତିହାସ ପାଲଟିଥିବା ସେ କହିଛନ୍ତି।
ଖାଲି ଏତିକି ନୁହେଁ, କଂଗ୍ରେସକୁ କଡ଼ା କଥା କହି ଧୋଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପରେ ୬ ରାଜ୍ୟରେ ଭୋଟ୍ ହେଇଛି, ଏସବୁରେ ଯେତେ ସିଟ୍ ଜିତିପାରିନି କଂଗ୍ରେସ ତାଠୁ ଅଧିକ ସିଟ୍ ବିହାରରେ ଆଜି ଜିତିଛି ବିଜେପି ବୋଲି କହି କଟ୍ଟାକ୍ଷ କରିଛନ୍ତି ପିଏମ୍ । ତାସହ ଆଉ ଏକ ପ୍ରସଙ୍ଗକୁ ବି ବେଶ୍ ଗଭୀରତା ସହ କହିଛନ୍ତି।
ଦେଶର ଶତ୍ରୁଙ୍କ ଏଜେଣ୍ଡାରେ କାମ କରି କଂଗ୍ରେସ ଏବେ ‘ମୁସଲିମ୍ ଲିଗ୍ ମାଓବାଦୀ କଂଗ୍ରେସ’-MMCରେ ପରିଣତ ହୋଇଛି। ତାସହ ଏବେ ବିହାର ଆଗକୁ ବେଙ୍ଗଲ। ଗଙ୍ଗା ନଦୀ ବିହାରରୁ ହେଇ ବେଙ୍ଗଲକୁ ଯାଇଛି। ସେମିତି ପଶ୍ଚିମ ବଙ୍ଗରେ ବି ବିଜେପି ସରକାର ଗଠନ ହେବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି।
• କଂଗ୍ରେସକୁ ଧୋଇଲେ, ନିଶାନାରେ ବେଙ୍ଗଲ୍
• ବିରୋଧୀଙ୍କୁ ପ୍ରବଳ ଧୋଇଲେ ମୋଦି
• ବିଜେପିର ବିଶାଳ ‘ବିହାର’ ସେଲିବ୍ରେସନ୍
• ବିରୋଧୀଙ୍କ MY ଫର୍ମୁଲା ଫେଲ୍
• ଏବେ ଏନଡିଏକୁ ମିଳିଲା ‘MY-ମହିଳା ଓ ୟୁଥ୍’ ଫର୍ମୁଲା
• ଜଙ୍ଗଲ ରାଜ୍ ଗଲା, ଏବେ ରିପୋଲିଂ ହୋଇନି
• ମିଛ ହାରେ, ଜନତାଙ୍କ ବିଶ୍ବାସ ବିଜୟ ହୁଏ
• ଜାମିନରେ ଥିବା ଲୋକଙ୍କୁ ଜନତା ସାଥ୍ ଦେବେନି
• ଆତଙ୍କର ସେଇ ଦିନ ଏବେ ଇତିହାସ
• ଦେଶର ଶତ୍ରୁଙ୍କ ଏଜେଣ୍ଡାରେ କାମ କରୁଛି କଂଗ୍ରେସ
• କଂଗ୍ରେସ ଏବେ ‘ମୁସଲିମ୍ ଲିଗ୍ ମାଓବାଦୀ କଂଗ୍ରେସ’
• ଗଙ୍ଗା ବିହାରରୁ ବାହାରି ବେଙ୍ଗଲ୍ ଯାଉଛି
• ସେମିତି ବିହାର ପରେ ବେଙ୍ଗଲରେ ବିଜେପି ସରକାର କରିବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/15/pm-narendra-modi-2025-11-15-09-45-08.jpg)