Advertisment

Delhi Blast Case: ସାମ୍ନାକୁ ଆସିଲା ଦିଲ୍ଲୀ ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ, i20 କାରରେ ବସିଥିଲା ସନ୍ଦିଗ୍ଧ ଯୁବକ

ସାମ୍ନାକୁ ଆସିଲା ଦିଲ୍ଲୀ ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ। ନଜର ଆସିଲା ଦିଲ୍ଲୀ ବିସ୍ଫୋରଣ ମାମଲାର ସନ୍ଦିଗ୍ଧ ଯୁବକ। i20 କାରରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକ ଉମରର ଫଟୋ ଆସିଲା।

Delhi Blast

Delhi Blast Photograph: (OTV)

Advertisment

ଦିଲ୍ଲୀ ବିସ୍ଫୋରଣର ଠିକ୍ ପୂର୍ବରୁ ଘଟିଥିଲା କଣ ? ସାମ୍ନାକୁ ଆସିଲା ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ। ଯେଉଁଥିରେ ନଜର ଆସିଛି ଦିଲ୍ଲୀ ବିସ୍ଫୋରଣ ଘଟଣା ସନ୍ଦିଗ୍ଧ ଯୁବକ ଉମର। i20 କାରରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକର ଫଟୋ ସାମ୍ନାକୁ ଆସିଛି । ସନ୍ଦିଗ୍ଧ ଯୁବକ ନୀଳ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ସିସିଟିଭିରେ ଦେଖାଯାଉଛି ।

Advertisment

ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍ କିଲ୍ଲା ନିକଟରେ ପାର୍କିଂ ହୋଇଥିଲା ସଂପୃକ୍ତ କାର୍ ।  ଲାଲକିଲ୍ଲା ପାର୍କିଂରେ ୩ ଘଣ୍ଟା ଧରି ଥୁଆ ହୋଇଥିଲା ବିସ୍ଫୋରଣରେ ବ୍ୟବହୃତ ହୋଇଥିବା କାର୍ । ଗତକାଲି ଅପରାହ୍ନ ୩ଟା ୧୯ରେ କିଲର୍ i-20 ପ୍ରବେଶ କରିବା ସହିତ ସନ୍ଧ୍ୟା ୬ଟା ୪୮ ପର୍ଯ୍ୟନ୍ତ ସେଠାରେ ଛିଡ଼ା ହୋଇଥିଲା । ପରେ ସେଠାରୁ ଧୀର ଗତିରେ ବାହାରିଆସି ରେଡ୍ ଲାଇଟ୍ ନିକଟରେ ପହଞ୍ଚିଥିଲା ।

ଏହାପରେ ସଂଧ୍ୟା ୬ଟା ୫୨ ମିନିଟ୍ ରେ ଲାଲ୍ କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା । ପାର୍କିଂରେ ପ୍ରବେଶ କରିବା ବେଳେ ଉମର କାରର ୱିଣ୍ଡୋରେ ହାତ ରଖିଥିବା ଦେଖିବାକୁ ମିଳିଛି । ଅନ୍ୟଏକ ସିସିଟିଫି ଫୁଟେଜରେ ସେହି କାରଟି ଦିଲ୍ଲୀର ଜନଗହଳି ଅଞ୍ଚଳରେ ମଧ୍ୟ ଥିବା ଦେଖିବାକୁ ମିଳିଛି ।

Advertisment


•    ସାମ୍ନାକୁ ଆସିଲା ଦିଲ୍ଲୀ ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ
•    ନଜର ଆସିଲା ଦିଲ୍ଲୀ ବିସ୍ଫୋରଣ ମାମଲାର ସନ୍ଦିଗ୍ଧ ଯୁବକ
•    i20 କାରରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକ ଉମରର ଫଟୋ ଆସିଲା
•    ସନ୍ଦିଗ୍ଧ ଯୁବକ ନୀଳ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିଲା
•    ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍ କିଲ୍ଲା ନିକଟରେ ପାର୍କିଂ ହୋଇଥିଲା କାର୍
•    ଲାଲକିଲ୍ଲା ପାର୍କିଂରେ ୩ ଘଣ୍ଟା ଧରି ଥୁଆ ହୋଇଥିଲା କାର୍
•    ଅପରାହ୍ନ ୩ଟା ୧୯ରେ ଆସିଥିଲା, ସନ୍ଧ୍ୟା ୬ଟା ୪୮ରେ ଛାଡ଼ିଥିଲା
•    ସଂଧ୍ୟା ୬ଟା ୫୨ ମିନିଟରେ ଲାଲ୍ କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା
•    ପାର୍କିଂରେ ପ୍ରବେଶ ବେଳେ ଉମର କାରର ୱିଣ୍ଡୋରେ ହାତ ରଖିଥିଲା

Delhi Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ