IT Raid Photograph: (OTV)
ଆଇଟି ରେଡ୍ ପରେ ପ୍ରତିଷ୍ଠିତ ଉଦ୍ୟୋଗପତି ସିଜେ ରୟଙ୍କ ଆତ୍ମହତ୍ୟା। ବନ୍ଧୁକରୁ ନିଜକୁ ଗୁଳିକରି ଜୀବନ ହାରିଛନ୍ତି କନଫିଡେଣ୍ଟ ଗ୍ରୁପର ମାଲିକ ସିଜେ ରୟ । ଅଫିସରୁ ହିଁ ତାଙ୍କୁ ଗୁଳି ମାଡ଼ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ମଧ୍ୟାହ୍ନ ସମୟରେ ସିଜେଙ୍କୁ ଘଣ୍ଟାଏ ଧରି ଆଇଟି ଅଧିକାରୀ ପଚରାଉଚରା କରିଥିଲେ ।
ପରେ ପରେ ସେ ନିଜେ ନିଜକୁ ଗୁଳି କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା ପଛର ସଠିକ୍ କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ, ଚାପରେ ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ପୋଲିସ ଉପସ୍ଥିତ କର୍ମଚାରୀଙ୍କୁ ପଚରାଉଚରା ସହିତ ଏକାଧିକ ଦିଗରୁ ଘଟଣାର ତଦନ୍ତ କରୁଛି। କନଫିଡେଣ୍ଟ ଗ୍ରୁପ୍ ରିଅଲ୍ ଇଷ୍ଟେଟ୍ ଦୁନିଆରେ ଏକ ପ୍ରତିଷ୍ଠିତ ନାଁ ।
ତାଙ୍କର ସମ୍ପତ୍ତି ୧ ବିଲିୟନ ଡଲାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ରୟଙ୍କ ମୃତ୍ୟୁ ଖବରରେ କର୍ମଚାରୀ, ସହଯୋଗୀ ଓ ରିଅଲ୍ ଇଷ୍ଟେଟ୍ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/it-raid-2026-01-31-09-13-40.jpg)