Advertisment

Budget Session Begins: ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ବିରୋଧୀଙ୍କୁ କାଉଣ୍ଟର୍ ପାଇଁ ଶାସକ ଦଳର ପ୍ରସ୍ତୁତି

ଆଜିଠୁ ସଂସଦର ବଜେଟ୍ ଅଧିବେଶନ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ଯୋଜନା। ବିରୋଧୀଙ୍କୁ କାଉଣ୍ଟର୍ ପାଇଁ ଶାସକ ଦଳର ପ୍ରସ୍ତୁତି।

Budget Session

Budget Session Photograph: (OTV)

Advertisment

ଆଜିଠୁ ସଂସଦର ବଜେଟ ଅଧିବେଶନ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ। ଆସନ୍ତା ୧ ତାରିଖ ଦିନ ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ବୈଠକ। 

Advertisment

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ୩୯ଟି ଦଳର ୫୧ ଜଣ ନେତା ସାମିଲ ହୋଇ ନିଜ ନିଜର ପ୍ରସ୍ତାବ ରଖିଥିଲେ। ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । 

ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇ ଫେବୃୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସେପଟେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ଓ ବିରୋଧୀ ଦଳ ଯୋଜନା କରିଛନ୍ତି।

Advertisment

ଆଜିଠୁ ସଂସଦର ବଜେଟ୍ ଅଧିବେଶନ
ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ
ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ଯୋଜନା
ବିରୋଧୀଙ୍କୁ କାଉଣ୍ଟର୍ ପାଇଁ ଶାସକ ଦଳର ପ୍ରସ୍ତୁତି
ଫେବ୍ରୁଆରୀ ୧ରେ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ

Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ