Advertisment

Budget 2026: ଫୋକସରେ ଲୋକାଲ ଟୁ ଗ୍ଲୋବାଲ, ସାକାର ହେବ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ବପ୍ନ

ବିଦେଶକୁ କୋରିୟର୍ ମାଧ୍ୟମରେ କରିପାରିବେ ରପ୍ତାନୀ। ପୂର୍ବରୁ ୧୦ ଲକ୍ଷ ଟଙ୍କା ଭିତରେ ଏହା ସୀମିତ ରହିଥିଲା। ବଜେଟରେ କଟକଣା ହଟାଇଲେ କେନ୍ଦ୍ର ସରକାର। ବିଶେଷ ଭାବେ ଉପକୃତ ହେବ ଓଡ଼ିଶା।

Budget 2026

Budget 2026 Photograph: (OTV)

Advertisment

ବଜେଟରେ ଲୋକାଲ ଟୁ ଗ୍ଲୋବାଲକୁ ଫୋକସ। ଏଣିକି ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ହସ୍ତଶିଳ୍ପ ସାମଗ୍ରୀ କିମ୍ବା କାରିଗରୀ ବିଦେଶକୁ କୋରିୟର୍ ମାଧ୍ୟମରେ ପଠାଇପାରିବେ। ପୂର୍ବରୁ ୧୦ ଲକ୍ଷ ଟଙ୍କା ଭିତରେ ଏହା ସୀମିତ ରହିଥିଲା। ବଜେଟରେ ଏହି କଟକଣାକୁ ଉଠାଇଦେଇଛନ୍ତି ସରକାର। 

Advertisment

ଫଳରେ ଏବେ ବିଦେଶକୁ କୋରିୟର ମାଧ୍ୟମରେ ହସ୍ତଶିଳ୍ପ କାରୀଗରି ରପ୍ତାନୀ କରିବାରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହାଦ୍ବାରା ଓଡ଼ିଶା ବିଶେଷ ଭାବେ ଉପକୃତ ହେବ ବୋଲି ଆଶା କରାଯାଉଛି। ଓଡ଼ିଶା କାରିଗରୀକ ବିଦେଶରେ ଅଧିକ ଚାହିଦା ଥିବାରୁ ଓଡ଼ିଆ କାରୀଗରମାନେ ଲାଭବାନ ହେବେ। 

ପିପିଲି ଚାନ୍ଦୁଆଠାରୁ ଆରମ୍ଭ କରି ପଟ୍ଟଚିତ୍ର, ତାରକସି, ହସ୍ତତନ୍ତ ଉତ୍ପାଦ ଓ ହସ୍ତକଳା ଆଦି ବିଦେଶକୁ ରପ୍ତାନୀ କରିବା ସହଜ ହେବ। ବିଭିନ୍ନ ଇ-କମର୍ସ କମ୍ପାନୀ ଜରିଆରେ ସିଧାସଳଖ ବ୍ୟବସାୟ ମଧ୍ୟ କରିପାରିବେ। କେନ୍ଦ୍ରସରକାରଙ୍କ ଏହି ପଦକ୍ଷେପ ଛୋଟ ବ୍ୟବସାୟୀଙ୍କ ସ୍ବପ୍ନକୁ ସାକାର କରିବ ବୋଲି ଆଶା କରାଯାଉଛି।

Advertisment
Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ