Advertisment

Budget 2026: ଆଜି ଖୋଲିବ ବଜେଟ୍ ପେଡ଼ି, ୫୩ ଲକ୍ଷ କୋଟି ଛୁଇଁପାରେ ବଜେଟ ଆକାର

ଆଜି ଖୋଲିବ ବଜେଟ୍ ପେଡ଼ି। ଆଗତ ହେବ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ୍। ଆୟବ୍ୟୟ ହିସାବ ରଖିବେ ନିର୍ମଳା ସୀତାରମଣ। ଏଥର ବଜେଟ ଆକାର ୫୩ ଲକ୍ଷ କୋଟି ଛୁଇଁପାରେ।

Budget 2026

Budget 2026 Photograph: (OTV)

Advertisment

ଆଉ ମାତ୍ର କେଇଁ ଘଣ୍ଟାର ଅପେକ୍ଷା। ଖୋଲିବ ବଜେଟ୍ ପେଡ଼ି। ସଂସଦରେ ଉପସ୍ଥାପିତ ହେବ ମୋଦି 3.O ସରକାରଙ୍କ ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ସକାଳ ୧୧ଟାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ସେ ରଖିବେ ଆୟବ୍ୟୟର ହିସାବ। 

Advertisment

ଲଗାତାର ନବମ ଥର ବଜେଟ୍ ଆଗତ କରିବେ ନିର୍ମଳା। ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ବଜେଟର ଆକାର ୫୦ ଲକ୍ଷ ୬୫ ହଜାର କୋଟି ଟଙ୍କା ଥିଲା। ଏଥର ବଜେଟ ଆକାର ୫୩ ଲକ୍ଷ କୋଟି ଛୁଇଁପାରେ ବୋଲି ଆକଳନ କରାଯାଉଛି। କେଉଁ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ମିଳିବ? ମଧ୍ୟବିତ୍ତଙ୍କୁ ମିଳିବ କି ବଡ଼ ଉପହାର? 

ମହଙ୍ଗା ମାଡ଼ରୁ ଆଶ୍ବସ୍ତି ଆଣିଦେବେ କି ସରକାର ? ଶିଳ୍ପ ଜଗତ, କର୍ପୋରେଟ୍ ଦୁନିଆ, ଷ୍ଟାର୍ଟଅପ୍ ଓ ମହିଳା ଉଦ୍ୟୋଗୀଙ୍କୁ କି ଭେଟି ଦେବେ ନିର୍ମଳା ? ଗ୍ରାମୀଣ ବିକାଶ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଏମଏସଏମଇ ଓ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ଫୋକସ ମିଳିପାରେ। ଆୟକର ଦାତାଙ୍କୁ କିଛି ସରପ୍ରାଇଜ୍ କରିବେ କି ସରକାର ? ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଜେଟ୍ ପେଡ଼ି ଉପରେ ସାରା ଦେଶର ନଜର ରହିଛି।

Advertisment
Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ