Advertisment

Budget 2026 Expectations Income Tax: ବଜେଟ୍‌ରୁ ଆୟକରଙ୍କ ବଡ଼ ଆଶା; ନୂଆ ଘୋଷଣାକୁ ଅପେକ୍ଷା

ଏଥର ବଜେଟରୁ ବଡ଼ ଆଶା ରଖିଛନ୍ତି ଆୟକରଦାତା । ଗତ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଇନକମକୁ କରମୁକ୍ତ କରି ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ଦେଇଥିଲେ।

Budget 2026

Budget 2026 Photograph: (OTV)

Advertisment

ଏଥର ବଜେଟରୁ ବଡ଼ ଆଶା ରଖିଛନ୍ତି ଆୟକରଦାତା । ଗତ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଇନକମକୁ କରମୁକ୍ତ କରି ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ଦେଇଥିଲେ। ଏଥିର ଟ୍ୟାକ୍ସ ସ୍ଲାବ ଆହୁରି ସରଳୀକରଣ ହୋଇପାରେ। ବେତନଭୋଗୀ ବର୍ଗ ଅତିରିକ୍ତ ଆଶ୍ୱସ୍ତି ଆଶା ରଖିଛନ୍ତି। ଡିଜିଟାଲ୍ ଇଣ୍ଡିଆକୁ ଧ୍ୟାନରେ ରଖି ନୂଆ ଘୋଷଣା ସମ୍ଭାବନା। ଫାଇନାନସିଆଲ୍ ପ୍ଲାନିଂ ବା ଆର୍ଥିକ ଯୋଜନାକୁ ଧ୍ୟାନ ଦେଇ ନୂତନ ଘୋଷଣା ହୋଇପାରେ। 

Advertisment

ଓଲଡ ଟାକ୍ସ ରିଜମକୁ ଶେଷ କରିବା ଟାଇମଲାଇନ୍ ଆସିପାରେ। ପୁରୁଣା ଟିକସ ବ୍ୟବସ୍ଥା ତୁରନ୍ତ ଉଚ୍ଛେଦ କରିବା ସମ୍ଭାବନା କମ୍। ତେଣୁ ନୂତନ ଟିକସ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱ ଦେଇପାରନ୍ତି ସରକାର। ୭୫ ହଜାରରୁ ଲକ୍ଷେକୁ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ବୃଦ୍ଧି ଦାବି ବି ହେଉଛି। ଏଦିଗରେ ବଜେଟରେ କି ଘୋଷଣା ହେବ ସମସ୍ତଙ୍କର ନଜର ରହିଛି। 

Budget Income Tax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ