Advertisment

Producer Vikram Bhatt Arrested: ୩୦ କୋଟି ଟଙ୍କାର ଠକେଇ; ବଲିଉଡ୍ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ବଲିଉଡ୍ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ। ୩୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ। ଭଟ୍ଟ ଦମ୍ପତ୍ତିଙ୍କୁ ଗିରଫ କଲା ରାଜସ୍ଥାନ ପୋଲିସ। ଠକେଇ ଅଭିଯୋଗ ଆଣିଲେ ଡାକ୍ତର ଅଜୟ ମୁର୍ଡିଆ।

Bollywood Producer Vikram Bhatt

Bollywood Producer Vikram Bhatt Photograph: (OTV)

Advertisment

ବଲିଉଡ୍ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ। ୩୦ କୋଟି ଟଙ୍କାର ଠକେଇ ମାମଲାରେ ରାଜସ୍ଥାନ ପୋଲିସ ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ଉଦୟପୁରର ଜଣେ ଡାକ୍ତରଙ୍କ ଅଭିଯୋଗ ପରେ ଉଭୟ ଦମ୍ପତିଙ୍କୁ ଗିରଫ କରାଯାଇଛି। ବିକ୍ରମଙ୍କୁ ଗରିଫ ପରେ ତାଙ୍କୁ ମୁମ୍ବାଇରୁ ଟାଞ୍ଜିଟ୍ ରିମାଣ୍ଡରେ ଉଦୟପୁରକୁ ଆଣାଯାଇଛି।

Advertisment

ଇନ୍ଦିରା IVF ହସ୍ପିଟାଲର ପ୍ରତିଷ୍ଠାତା ଡାକ୍ତର ଅଜୟ ମୁର୍ଡିଆ ଅଭିଯୋଗ କରିଛନ୍ତି, ବିକ୍ରମ ଭଟ୍ଟ, ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟ ଏବଂ ଅନ୍ୟ ଛଅ ଜଣଙ୍କ ବିରୁଦ୍ଧରେ ୩୦କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ଡାକ୍ତର ମୁର୍ଡିଆଙ୍କ ସ୍ୱର୍ଗତ ପତ୍ନୀଙ୍କ ସ୍ମୃତିରେ ଏକ ବାୟୋପିକ୍ ନିର୍ମାଣ ପାଇଁ ୨୦୦ କୋଟି ଟଙ୍କାର ଲାଭ ସୃଷ୍ଟି କରିବାର ପ୍ରତିଶ୍ରୁତି ଦିଆଯାଇଥିଲା। 

ଅଭିଯୋଗ ଅନୁଯାୟୀ ୨୦୨୪ ଏପ୍ରିଲ ୨୫ ତାରିଖରେ ମୁମ୍ବାଇର ବୃନ୍ଦାବନ ଷ୍ଟୁଡିଓରେ ଦିନେଶ କଟାରିଆ ବିକ୍ରମ ଭଟ୍ଟଙ୍କ ସହ ତାଙ୍କର ପରିଚୟ କରାଇଥିଲେ। ଯେଉଁଠାରେ ବାୟୋପିକ ଉପରେ ଆଲୋଚନା ହୋଇଥିଲା। ବିକ୍ରମ ଭଟ୍ଟ ଅଧିକ ରିଟର୍ଣ୍ଣ ବିଷୟରେ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଫିଲ୍ମଟି ମଝିରେ ଅଟକି ଯାଇଥିଲା। ତେବେ ଡାକ୍ତର ଅଜୟ ମୁର୍ଡିଆଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ବିକ୍ରମ ଭଟ୍ଟ।

Advertisment

•    ବଲିଉଡ୍ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ
•    ୩୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ
•    ଭଟ୍ଟ ଦମ୍ପତ୍ତିଙ୍କୁ ଗିରଫ କଲା ରାଜସ୍ଥାନ ପୋଲିସ
•    ଠକେଇ ଅଭିଯୋଗ ଆଣିଲେ ଡାକ୍ତର ଅଜୟ ମୁର୍ଡିଆ
•    ସ୍ୱର୍ଗତ ପତ୍ନୀଙ୍କ ସ୍ମୃତିରେ ନିର୍ମାଣ ଚାଲିଥିଲା ବାୟୋପିକ୍ 
•    ବାୟୋପିକ୍ ପାଇଁ ମିିଳିଥିଲା 200 କୋଟିର ଲାଭ ପ୍ରତିଶ୍ରୁତି
•    ଅଭିଯୋଗକୁ ଅସ୍ୱୀକାର କଲେ ବିକ୍ରମ ଭଟ୍ଟ

Vikram Bhatt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ