Advertisment

Dharma Dhwaja installation: ଆଜି ରାମ ମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ ଉତ୍ସବ, ଝଲସୁଛି ଅଯୋଧ୍ୟା ନଗରୀ

ଝଲସୁଛି ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ନଗରୀ। ଆଜି ରାମମନ୍ଦିରରେ ହେବ ଧ୍ବଜାରୋହଣ। ଧର୍ମ ଧ୍ବଜା ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଅଯୋଧ୍ୟା ନଗରୀରେ ଲାଗିଲାଣି ସାଧୁ ସନ୍ଥଙ୍କ ଗହଳି।

Sri Ram Mandir

Sri Ram Mandir Photograph: (OTV)

Advertisment

ଆଜି ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ମହାପର୍ବ। ଶ୍ରୀରାମ ମନ୍ଦିର ଶିଖରରେ ହେବ ଧର୍ମ ଧ୍ବଜା ସ୍ଥାପନ ଉତ୍ସବ। ଏଥିପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ। ସହରକୁ ବିଭିନ୍ନ ଫୁଲ ଓ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି। ଝଲସୁଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି।

Advertisment

ଆଜି ରାମମନ୍ଦିରରେ ହେବ ଧ୍ବଜାରୋହଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧ୍ବଜା ଉଦଘାଟନ କରିବେ। ରାମମନ୍ଦିର ସମେତ ଅନ୍ୟ ପାର୍ଶ୍ବ ମନ୍ଦିରରେ ବି ଧ୍ବଜାରୋହଣ କରାଯିବ।

ଅହମ୍ମଦାବାଦରେ ତିଆରି ହୋଇଛି ଏହି ଧ୍ବଜା। ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ବଜା ସ୍ଥାପନ ହେବ। ଏହାର ଓଜନ ପ୍ରାୟ ୧୧ କେଜି। ଧ୍ବଜାରେ ରହିଛି ରାମଙ୍କ ପ୍ରତୀକ। ୩ଟି ଲେୟାର ଫେବ୍ରିକରେ ଏହି ଧ୍ବଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିର ଓ ପୁରା ପରିକ୍ରମା ପ୍ରକଳ୍ପକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment


•    ଆଜି ରାମ ମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ ଉତ୍ସବ
•    ଝଲସୁଛି ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ନଗରୀ 
•    ଆଜି ରାମମନ୍ଦିରରେ ହେବ ଧ୍ବଜାରୋହଣ
•    ଧର୍ମ ଧ୍ବଜା ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦି
•    ଅଯୋଧ୍ୟା ନଗରୀରେ ଲାଗିଲାଣି ସାଧୁ ସନ୍ଥଙ୍କ ଗହଳି
•    ଅହମ୍ମଦାବାଦରୁ ଆସିଛି ଧ୍ବଜା 
•    ୧୯୧ ଫୁଟ ଉଚ୍ଚତାରେ ଧ୍ବଜା 
•    ମନ୍ଦିର ଶିଖରର ୨୨ ଫୁଟ୍ ଓସାରରେ ଲାଗିବ
•    ଧ୍ବଜାର ଓଜନ ୧୧ କେଜି 
•    ଧ୍ବଜାରେ ରହିଛି ରାମଙ୍କ ପ୍ରତୀକ

Ayodhya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ