AIR-INDIA Photograph: (OTV)
ଏୟାର ଇଣ୍ଡିଆ ଫ୍ଲାଇଟର ଜରୁରୀକାଳୀନ ଅବତରଣ । ଗତକାଲି ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୂଆଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ଭୋପାଳରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।
ସୂଚନା ଅନୁସାରେ ଗତକାଲି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଧ୍ୟା ୬:୩୧ ସମୟରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଉଡ଼ାଣ ଭରୁଥିବା ବିମାନ AI 2487ରେ ବିମାନରେ ମଝି ଆକାଶରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ଫଳରେ ବିମାନଟିକୁ ଭୋପାଳର ରାଜା ଭୋଜ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନର ଥିବା ସମସ୍ତ ୧୭୨ ଜଣ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।
• ଏୟାର ଇଣ୍ଡିଆ ଫ୍ଲାଇଟରେ ଇମର୍ଜେନସୀ ଲ୍ୟାଣ୍ଡିଂ
• ଭୋପାଳର ବିମାନବନ୍ଦରରେ ଇମର୍ଜେନସୀ ଲ୍ୟାଣ୍ଡିଂ
• ମଝି ଆକାଶରେ ଦେଖାଯାଇଥିଲା ଯାନ୍ତ୍ରିକ ତ୍ରୁଟି
• ବିମାନ ଥିବା ୧୭୨ ଜଣ ଯାତ୍ରୀ ସୁରକ୍ଷିତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/04/air-india-2025-11-04-08-54-29.jpg)