Advertisment

AIIMS Study: କରୋନା ଟିକା ଯୋଗୁଁ ହେଉଛି କି ହାର୍ଟ ଆଟାକ୍? AIIMSର ବଡ଼ ଖୁଲାସା

କରୋନା ଟିକା ଯୋଗୁଁ ହେଉଛି କି ହାର୍ଟ ଆଟାକ୍? ଚାହୁଁ ଚାହୁଁ ଅକାଳରେ ଟଳିପଡ଼ୁଛନ୍ତି ଯୁବପିଢି? AIIMS ରିସର୍ଚ୍ଚ କଲା ବଡ଼ ଖୁଲାସା।

Covid-Vaccine-Heart-attack

Covid-Vaccine-Heart-attack Photograph: (OTV)

Advertisment

ପୁଣି କୋଭିଡ଼ ଭ୍ୟାକ୍ସିନ ଓ ହାର୍ଟଆଟାକକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଭ୍ୟାକ୍ସିନ ନେବା ପରେ ଯୁବପିଢିଙ୍କ ମଧ୍ୟରେ ହୃଦରୋଗ ବୃଦ୍ଧି ପାଉଛି। ଆଉ ହଠାତ ହାର୍ଟଆର୍ଟାକରେ ମୃତ୍ୟୁ ହେଉଛି ବୋଲି ଅନେକଙ୍କ ମନରେ ଧାରଣା ରହିଛି। ତେବେ ଏହାକୁ ନେଇ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ ବା AIIMS ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ICMR ଦ୍ୱାରା ଏକ ମିଳିତ ଗବେଷଣା କରାଯାଇଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। 

Advertisment

ପ୍ରାଥମିକ ଅଧ୍ୟୟନରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ COVID ଟୀକା ଏବଂ ଯୁବକମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ। ଏବେ ଯୁବପିଢ଼ୀଙ୍କ ଖରାପ ଜୀବନଶୈଳୀ ଏବଂ କାର୍ଯ୍ୟ ଅଭ୍ୟାସ ଏହାର ପଛର କାରଣ ହୋଇପାରେ। ଅନେକ ଯୁବକ ମଦ୍ୟପାନ ଏବଂ ଧୂମପାନ ନିଶାରେ ପୀଡିତ, ଯାହା ସିଧାସଳଖ କରୋନାରୀ ଆର୍ଟେରୀ ଡିଜିଜ ଭଳି ଗମ୍ଭୀର ରୋଗରେ ପ୍ରମୁଖ ଯୋଗଦାନ କରେ।

ଭିଡିଓ ଦେଖନ୍ତୁ:

କରୋନାରୀ ଆର୍ଟେରୀ ଡିଜିଜ ଏକ ଗମ୍ଭୀର ହୃଦରୋଗ। ଯେଉଁଥିରେ ହୃଦୟକୁ ରକ୍ତ ଯୋଗାଣ କରୁଥିବା ଧମନୀ, ଧୀରେ ଧୀରେ ସଂକୁଚିତ ହୋଇଯାଏ। ଧମନୀରେ କୋଲେଷ୍ଟ୍ରଲ୍ ଏବଂ ଚର୍ବି ଜମା ହେବା ଯୋଗୁଁ ଏହା ସଂକୁଚିତ ହୋଇଯାଏ ଫଳରେ ହୃଦୟକୁ ପର୍ଯ୍ୟାପ୍ତ ଅମ୍ଳଜାନ ପହଞ୍ଚି ନଥାଏ ଆଉ ହାର୍ଟଆଟାକ ହୋଇଥାଏ। 

Advertisment

ତେବେ ଏଥିରୁ ବଞ୍ଚିବାକୁ ଗବେଷକ ମାନେ ଯୁବପିଢ଼ୀଙ୍କୁ ସେମାନଙ୍କର ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ସୁସ୍ଥ ଅଭ୍ୟାସ, ନିଶା ନିବାରଣ ଏବଂ ନିୟମିତ ବ୍ୟାୟାମ ହୃଦରୋଗକୁ ରୋକିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ବୋଲି କହିଛନ୍ତି। ତେବେ AIIMSର ଏହି ଅଧ୍ୟୟନ ଲୋକମାନଙ୍କ ମଧ୍ୟରେ କରୋନା ଟୀକାକୁ ନେଇ ଥିବା ଭୟ ନିଶ୍ଚିତ ଦୂର କରିବାରେ ସହାୟକ ହେବ ।

Heart Attack Covid Vaccaine AIIMS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ