Advertisment

Grand Completion of Ram Temple: ଶେଷ ହେଲା ଅଯୋଧ୍ୟାର ରାମ ମନ୍ଦିର; ଶିଖରରେ ଉଡିଲା ଧର୍ମ ଧ୍ୱଜ

୫୦୦ ବର୍ଷ ଧରି ବିଚ୍ଛିନ୍ନ ଅବସ୍ଥାରେ ଥିବା ଅଯୋଧ୍ୟା ନଗରୀର ରାମ ମନ୍ଦିର ଶେଷ ହୋଇଛି। ଧର୍ମଧ୍ବଜ ସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ଥିଲେ।

Ayodha-Ram-Mandir-Dhwajarohan

Ayodha-Ram-Mandir-Dhwajarohan Photograph: (OTV)

Advertisment

ମନ୍ଦିର ଶିଖରରେ ଆସ୍ଥା ଆଉ ବିଶ୍ୱାସ ଧ୍ୱଜ ସ୍ଥାପନ ପରେ ୫୦୦ ବର୍ଷ ଧରି ବିଚ୍ଛିନ୍ନ ଅବସ୍ଥାରେ ଥିବା ଅଯୋଧ୍ୟା ନଗରୀର ରାମ ମନ୍ଦିର ଶେଷ ହୋଇଛି। ଏହି ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ଥିଲେ। ତାଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ମଧ୍ୟ ଥିଲେ। ଏହି ଆଧ୍ୟାତ୍ମିକ ପରିବେଶକୁ ଉପଭୋଗ କରି ଭକ୍ତମାନେ ମନ୍ତ୍ରମୁଗ୍ଧ ହୋଇଛନ୍ତି।

Advertisment

ତେବେ ୫ ଅଗଷ୍ଟ, ୨୦୨୦ରେ, ଅଯୋଧ୍ୟାରେ ମହାନ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପରେ ହଜାର ହଜାର ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମ ପରେ, ରାମ ମନ୍ଦିର ପାରମ୍ପରିକ ନଗର ଶୈଳୀରେ ନିର୍ମାଣ ହେଲା। ଭଗବାନ ଶ୍ରୀରାମଙ୍କୁ ୨୨ ଜାନୁଆରୀ, ୨୦୨୪ରେ ବାଳକ ରାମ ରୂପରେ ପ୍ରତିଷ୍ଠା କରାଯାଇଥିଲା ଆଉ ୫ ଜୁନ୍, ୨୦୨୫ରେ ଦ୍ୱିତୀୟ ଅଭିଷେକ ଉତ୍ସବରେ, ପ୍ରଭୁ ରାମଙ୍କୁ ରାଜା ଭାବରେ ସ୍ଥାପନ କରାଯାଇଥିଲା। ଶେଷ କାର୍ଯ୍ୟ ଥିଲା ଧ୍ୱଜାରୋହଣ, ଯାହା ମଙ୍ଗଳବାର ଶେଷ ହୋଇଛି। ଏହି ମୁହୂର୍ତ୍ତ ପିଲାଠାରୁ ବୃଦ୍ଧ ସମସ୍ତଙ୍କୁ ଭାବ ବିହ୍ୱଳ କରିଦେଇଛି।

ଭିଡିଓ ଦେଖନ୍ତୁ:

ଏହି ମହାନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ଧ୍ୱଜାରୋହଣ ଉତ୍ସବର ଏହି ମୁହୂର୍ତ୍ତ ଅନନ୍ୟ ଏବଂ ଅସାଧାରଣ। ସମଗ୍ର ଦେଶ ଏବଂ ସମଗ୍ର ବିଶ୍ୱ ଭଗବାନ ଶ୍ରୀରାମଙ୍କ ଭାବନାରେ ପରିପୂର୍ଣ୍ଣ।” ଏହି ମୁହୂର୍ତ୍ତ ଏତେ ଭାବପ୍ରବଣ ଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ହାତ ଥରିଯାଇଥିଲା। 

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଷଣ ଏକ ନୂଆ ଶକ୍ତି ସଞ୍ଚାର କରିଥିଲା। ସେ କହିଛନ୍ତି, ମନ୍ଦିରର ଶିଖରରେ ଉଡିଥିବା ଧ୍ୱହ ଏକ ନୂଆ ଭାରତର ପ୍ରତୀକ। ଗତ ୫୦୦ ବର୍ଷର ସାମ୍ରାଜ୍ୟ ଏବଂ ପିଢ଼ି ପରିବର୍ତ୍ତନ ହୋଇଛି। ଚାରିଆଡେ ରାମ ରାଜ୍ୟର ପୁନଃସ୍ଥାପନ ହୋଇଛି।

ରାମ ମନ୍ଦିରରେ ଧ୍ୱଜାରୋହଣ ପରେ, ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ଦିର ପରିଦର୍ଶନ ଏବଂ ପୂଜାର୍ଚ୍ଚନା କରିଛନ୍ତି। ଅଯୋଧ୍ୟାର ମାତା ଅନ୍ନପୂର୍ଣ୍ଣା ମନ୍ଦିରରେ ପୂଜା କରିଛନ୍ତି। ସେହି ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିଲୀ, ଦେବୀ ଅଲ୍ୟା, ନିଶାଦରାଜ ଏବଂ ମାତା ଶବରୀଙ୍କ ସପ୍ତ ମନ୍ଦିର ଦର୍ଶନ କରିଛନ୍ତି।

Advertisment
Prime Minister Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ