Advertisment

Explosion Damages Railway Line: ରେଳ ଲାଇନରେ ଭୟଙ୍କର ବିସ୍ଫୋରଣ; ହାଇ ଆଲର୍ଟରେ ସାରା ସହର

ପଞ୍ଜାବର ଫତେହଗଡ଼ ସାହିବର ସିରହିନ୍ଦ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ରେଳ ଲାଇନରେ ବିସ୍ଫୋରଣ ଘଟିଛି। ଲୋକୋ ପାଇଲଟ୍ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ଚାଲିଛି।

Explosion

Explosion Photograph: (OTV)

Advertisment

ପଞ୍ଜାବର ଫତେହଗଡ଼ ସାହିବର ସିରହିନ୍ଦ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ରେଳ ଲାଇନରେ ବିସ୍ଫୋରଣ ଘଟିଛି। ରାତି ୧୧ଟାରେ ଏକ ମାଲବାହୀ ଟ୍ରେନ୍ ମାଲବାହୀ କରିଡର ଦେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ବିସ୍ଫୋରଣରେ ରେଳ ଲାଇନର ୧୨ ଫୁଟ ଉଡି ଯାଇଥିଲା ଏବଂ ମାଲବାହୀ ଟ୍ରେନ୍ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ଲୋକୋ ପାଇଲଟ୍ ଆହତ ହୋଇଥିଲେ। ତାଙ୍କୁ ଚଣ୍ଡିଗଡ଼ ନିଆଯାଇଛି ଏବଂ କ୍ଷତିଗ୍ରସ୍ତ ଇଞ୍ଜିନକୁ ଅମ୍ବାଲା ନିଆଯାଇଛି।।

Advertisment

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏକ ମାଲବାହୀ ଟ୍ରେନ୍ ଫ୍ରେଟ୍ କରିଡର ରେଳ ଲାଇନ ଦେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଏହି ନୂତନ ରେଳ ଲାଇନଟି ସ୍ୱତନ୍ତ୍ର ଭାବରେ ମାଲବାହୀ ଟ୍ରେନ ପରିଚାଳନା ପାଇଁ ନିର୍ମିତ ହୋଇଥିଲା। ମାଲବାହୀ ଟ୍ରେନର ଇଞ୍ଜିନ ଖାନପୁର ଫାଟକ ନିକଟରେ ପହଞ୍ଚିବା ମାତ୍ରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ପ୍ରାୟ ୧୨ ଫୁଟ ରେଳ ଲାଇନ ସମ୍ପୂର୍ଣ୍ଣ ଉଡ଼ି ଯାଇଥିଲା। ଯାହାର ତଦନ୍ତ ଚାଲିଛି।

ଡିଆଇଜି ନାନକ ସିଂହ କହିଛନ୍ତି, "ଏହାକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିବା ଏବେ ଠିକ୍ ହେବ ନାହିଁ। ଏହା ନିଶ୍ଚିତ ଭାବରେ ଏକ ଦୁର୍ଦ୍ଦାନ୍ତ କାର୍ଯ୍ୟ। ଏଥିରେ କୌଣସି ବଡ଼ ସମ୍ପତ୍ତି କ୍ଷତି କିମ୍ବା ଜୀବନହାନି ହୋଇନାହିଁ। ଟ୍ରାକରେ ମଧ୍ୟ କୌଣସି ବଡ଼ କ୍ଷତି ହୋଇନାହିଁ। ବିସ୍ଫୋରଣରେ RDX ବ୍ୟବହାର କରାଯାଇଥିଲା କି ନାହିଁ ତାହା ନିର୍ଣ୍ଣୟ କରିବା କଷ୍ଟକର। ତଦନ୍ତ ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି, ତେଣୁ ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ।

Advertisment

ଲୁଧିଆନାର ଡେପୁଟି କମିଶନର ହିମାଂଶୁ ଜୈନ କହିଛନ୍ତି, "ଫତେଗଡ଼ ସାହିବରେ ଏହି ଘଟଣା ଘଟିଥିଲା, ଏବଂ ଆମେ ସହରରେ ହାଇ ଆଲର୍ଟ ଜାରି କରିଛୁ। ବିଭିନ୍ନ ସ୍ଥାନରେ ଚେକପଏଣ୍ଟ ସ୍ଥାପନ କରାଯାଇଛି। ସନ୍ଦିଗ୍ଧ ଯାନବାହାନ ଯାଞ୍ଚ କରାଯାଉଛି।"

Explosion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ