Advertisment

Maoists Surrender: ଭୟରେ ଥରହର ଲାଲବାହିନୀ: ସଂଗଠନ ଛାଡ଼ି ସରେଣ୍ଡର କଲେ ୪୧ ମାଓବାଦୀ

ସମ୍ବିଧାନ ଦିବସରେ ମାଓବାଦୀଙ୍କ ହାତରେ ସମ୍ବିଧାନ ଧରାଇଲା ପୋଲିସ। ଛତିଶଗଡ ବିଜାପୁରରେ ସରେଣ୍ଡର କଲେ ୪୧ ଜଣ ମାଓବାଦୀ। ଏମାନଙ୍କ ମୁଣ୍ଡ ଉପରେ ଥିଲା ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର।

MAO-SURRENDER

MAO-SURRENDER Photograph: (OTV)

Advertisment

ଭୟରେ ଥରହର ଲାଲବାହିନୀ । ସଂଗଠନ ଛାଡ଼ି ଆତ୍ମସମର୍ପଣ କଲେ ୪୧ ମାଓବାଦୀ । ସମ୍ବିଧାନ ଦିବସରେ ମାଓବାଦୀଙ୍କ ହାତରେ ସମ୍ବିଧାନର ବହି ଧରାଇଲା ପୋଲିସ । ମାଲକାନଗିରି ନିକଟ ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

Advertisment

ଛତିଶଗଡ଼ ଗରିଆବନ୍ଧ ଡିଭିଜନ ସହ ବିଭିନ୍ନ ମାଓ ସଙ୍ଗଠନର ୩୯ଜଣ ଓ ଏହା ସହ ତେଲେଙ୍ଗାନା ରାଜ୍ୟ କମିଟି, ନୂଆପଡ଼ା ଡିଭିଜନର ମଧ୍ୟ ମାଓବାଦୀ ମାନେ ରହିଛନ୍ତି। ଏମାନଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଏକ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୧୨ ଜଣ ମହିଳା କ୍ୟାଡର ।

ମୁଖ୍ୟ ସ୍ରୋତକୁ ଫେରିଥିବା ମାଓବାଦୀ କ୍ୟାଡରମାନେ ଭାରତୀୟ ସମ୍ବିଧାନରେ ବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ମାନଜନକ ଏବଂ ସୁରକ୍ଷିତ ଜୀବନଯାପନ କରିବାକୁ ସଂକଳ୍ପ ନେଇଛନ୍ତି। ପୁନର୍ବାସ ପ୍ରକ୍ରିୟାର ଅଂଶ ଭାବରେ ପ୍ରତ୍ୟେକ କ୍ୟାଡରକୁ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଆତ୍ମସମର୍ପଣ କରିବା ଲାଗି ଆହ୍ବାନ ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ।

Advertisment

•    ଭୟରେ ଥରହର ଲାଲବାହିନୀ 
•    ସଂଗଠନ ଛାଡ଼ି ସରେଣ୍ଡର କଲେ ୪୧ ମାଓବାଦୀ 
•    ସମ୍ବିଧାନ ଦିବସରେ ମାଓବାଦୀଙ୍କ ହାତରେ ସମ୍ବିଧାନ ଧରାଇଲା ପୋଲିସ
•    ଛତିଶଗଡ ବିଜାପୁରରେ ସରେଣ୍ଡର କଲେ ୪୧ ଜଣ ମାଓବାଦୀ 
•    ଏମାନଙ୍କ ମୁଣ୍ଡ ଉପରେ ଥିଲା ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର

Maoist Surrender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ