Sigma Gang Killed Photograph: (OTV)
ଦିଲ୍ଲୀ-ବିହାର ପୋଲିସର ମିଳିତ ଅପରେସନ। ଅପରାଧୀ ପୋଲିସ ଛକାପଞ୍ଝାରେ ପୋଲିସର ଜିତ୍। ରାତାରାତି କୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟର (Encounter)। ଆଉ କିଛି ମୁହୂର୍ତ୍ତରେ ଟଳିଲେ ସିଗ୍ମା ଗ୍ୟାଙ୍ଗର ମୋଷ୍ଟୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର। ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ହୋଇଥିଲା ଏହି ବଡ଼ ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ବିହାରର ଚାରି ଜଣ ମୋଷ୍ଟ-ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ନିହତ ହୋଇଛନ୍ତି। ଏମାନେ କୁଖ୍ୟାତ ସିଗ୍ମା ଗ୍ୟାଙ୍ଗର ବଡ ଅପରାଧୀ ଥିଲେ।
ଏମିତି ହୋଇଥିଲା ଏନକାଉଣ୍ଟର....
ଉତ୍ତର-ପଶ୍ଚିମ ଦିଲ୍ଲୀରେ ରାତି ପ୍ରାୟ ୨ଟା ୨୦ ରେ ଗ୍ୟାଙ୍ଗଷ୍ଟର ଓ ଦିଲ୍ଲୀ-ବିହାର ପୋଲିସର ମିଳିତ ଟିମ୍ ମଧ୍ୟରେ ପ୍ରଥମେ ଗୁଳିବିନିମୟ ହୋଇଥିଲା। ଅପରାଧୀମାନେ ଖସି ଯିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ। ପୋଲିସ ଯେତେବେଳେ ଗ୍ୟାଙ୍ଗଷ୍ଟାରମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, ସେମାନେ ଖସିଯିବାକୁ ଚେଷ୍ଟା କରିଥିଲେ। ଆଉ ପୋଲିସ୍ ଉପରକୁ ଆଖିବୁଜା ଗୁଳି ଚଳାଇଲେ । ଏହାର ପାଲଟା ଜବାବରେ ଗୁଳି ଚଳାଇଥିଲା ପୋଲିସ୍। ଖସିବାକୁ ଚେଷ୍ଟା କରିଥିବା ସମସ୍ତ ଚାରି ଅପରାଧୀଙ୍କ ଉପରକୁ ଗୁଳି ଚଳାଇଥିଲା ପୋଲିସ୍। ପୋଲିସର ଗୁଳିରେ ଆହତ ହୋଇଥିଲେ ସମସ୍ତେ। ଏହା ପରେ ସେମାନଙ୍କୁ ରୋହିଣୀର ଡାକ୍ତର ବାବା ସାହେବ ଆମ୍ବେଦକର ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
କିଏ ଏହି ଗ୍ୟାଙ୍ଗଷ୍ଟର୍ସ?
ଗ୍ୟାଙ୍ଗଷ୍ଟର୍ସମାନେ ହେଲେ ରଞ୍ଜନ ପାଠକ (୨୫), ବିମଲେଶ ମାହତୋ (୨୫), ମନୀଷ ପାଠକ (୩୩), ଏବଂ ଅମନ ଠାକୁର (୨୧)। ଏମାନଙ୍କ ମଧ୍ୟରୁ ରଞ୍ଜନ ପାଠକ ଲିଡର ଥିଲେ।
ବର୍ଷ ବର୍ଷ ଧରି, ସିଗ୍ମା ଗ୍ୟାଙ୍ଗ ବିହାରରେ ଅନେକ ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଥିଲେ। ବଟି ଆଦାୟ ଏବଂ ସୁପାରି କିଲିଂ ଭଳି ଅପରାଧ ଘଟାଉଥିଲେ। ଏନକାଉଣ୍ଟରରେ ନିପାତ ହୋଇଥିବା ଏହି ଚାରି ଜଣ ବ୍ୟକ୍ତି ବିହାରରେ ହତ୍ୟା, ଦାଦାବଟି ଆଦାୟ ଏବଂ ସଂଗଠିତ ଅପରାଧିକ କାର୍ଯ୍ୟକଳାପ ସମେତ ଅନେକ ଜଘନ୍ୟ ଅପରାଧରେ ଲିପ୍ତ ଥିଲେ।
ରଞ୍ଜନ ପାଠକଙ୍କ ଉପରେ ୨୫,୦୦୦ ଟଙ୍କା ପୁରସ୍କାର ଥିଲା। ସେ ବିହାରରେ ପାଞ୍ଚଟି ହାଇପ୍ରୋଫାଇଲ୍ ହତ୍ୟା ସମେତ ଆଠଟି ଅପରାଧିକ ମାମଲାରେ ୱାଣ୍ଟେଡ୍ ଥିଲେ।
ଦିଲ୍ଲୀ ପୋଲିସର କହିଛି ଯେ, ରଞ୍ଜନ ପାଠକ ସୋସିଆଲ ମିଡିଆ ଏବଂ ଅଡିଓ ମେସେଜ ମାଧ୍ୟମରେ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଥିଲେ। ଏପରିକି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଗ୍ୟାଙ୍ଗ ଏକ ବଡ଼ ଅପରାଧ ଘଟାଇ ଥାଆନ୍ତା। ସିଗମା ଗ୍ୟାଙ୍ଗ ପ୍ରାୟ ସାତ ବର୍ଷ ଧରି ସକ୍ରିୟ ଥିଲା କିନ୍ତୁ ଗତ କିଛି ଦିନ ପୂର୍ବରୁ ଦିଲ୍ଲୀରେ ରହି ଆସୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/23/sigma-gang-killed-2025-10-23-10-58-28.jpg)