Advertisment

Terror Network Busted: ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ୨ ଡାକ୍ତର ଗିରଫ, ମେଡିକାଲ କଲେଜରୁ ମିଳିଲା ୩୬୦ କିଲୋ ରାସାୟନିକ ପଦାର୍ଥ

ଆତଙ୍କୀ ଲିଙ୍କ୍ ଥିବା ଗିରଫ ଡାକ୍ତରଙ୍କ ସୂଚନା ଆଧାରରେ ଜମ୍ମୁ- କାଶ୍ମୀର ପୋଲିସ ଫରିଦାବାଦରୁ 360 କିଲୋଗ୍ରାମ ରାସାୟନିକ ପଦାର୍ଥ ବା ଆମୋନିୟମ୍ ନାଇଟ୍ରେଟ୍ ଏବଂ ଏକ ରାଇଫଲ୍ ଜବତ କରିଛି।

Terror Network Busted

Terror Network Busted Photograph: (OTV)

Advertisment

ବଡ଼ ଧରଣର ଆତଙ୍କୀ ଯୋଜନା ପଣ୍ଡ ହୋଇଛି। ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଜଣେ ଗିରଫ କାଶ୍ମୀର ଡାକ୍ତରଙ୍କ ସୂଚନା ଆଧାରରେ ହରିୟାଣାର ଫରିଦାବାଦରେ ବଡ଼ ବିସ୍ଫୋରକ ଠିକଣା ଠାବ ହୋଇଛି। ଫରିଦାବାଦରୁ ୩୬୦ କିଲୋଗ୍ରାମ ରାସାୟନିକ ପଦାର୍ଥ ଜବତ କରିଛି ଜମ୍ମୁ ଏବଂ କାଶ୍ମୀର ପୋଲିସ। ଯାହାକୁ ଆମୋନିୟମ୍ ନାଇଟ୍ରେଟ୍ ବୋଲି ସନ୍ଦେହ କରାଯାଉଛି। ଏଥିସହ ଏକ ରାଇଫଲ ବି ଜବତ କରିଛି ପୋଲିସ୍। ଡାକ୍ତର କାମ କରୁଥିବା ମେଡିକାଲ କଲେଜର ଲକରରୁ ଏସବୁ ଜବତ କରାଯାଇଛି।

Advertisment

ଗତ ସପ୍ତାହରେ ଗିରଫ ହୋଇଥିଲା ଡାକ୍ତର ଆଦିଲ୍ ଅହମ୍ମଦ ରାଦେର୍। ୟୁପି ସାହାରନପୁରରୁ ଡାକ୍ତର ଆଦିଲଙ୍କୁ ଗିରଫ କରିଥିଲା ପୋଲିସ୍। ଘରୋଇ ଡାକ୍ତରଖାନାରେ କାମ କରି ଆତଙ୍କୀ ଗତିବିଧିରେ ସାମିଲ ଥିଲେ। ଜୈସ୍ ଏ ମହମ୍ମଦ ସହ ଡାକ୍ତର ଆଦିଲଙ୍କ ସଂପୃକ୍ତି ଥିଲା। ଡାକ୍ତର ଆଦିଲଙ୍କୁ ପଚରାଉଚରା ବେଳେ ଫରିଦାବାଦ୍ ମଡେଲ୍ ବୋଲି ଜଣାପଡ଼ିଛି। ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ସହ ଲିଙ୍କରେ ଥିଲା। ଏହି ମାମଲାରେ ହସ୍ପିଟାଲରେ କାର୍ଯ୍ୟରତ ଆଉ ଜଣେ ଡାକ୍ତର, ଡାକ୍ତର ମୁଜାମିଲ୍ ଶକିଲଙ୍କୁ ମଧ୍ୟ ଗିରଫ କରାଯାଇଛି। କାଲି ଗୁଜରାଟରୁ ଧରାପଡ଼ିଥିଲେ ୩ ISI ଆତଙ୍କୀ।

ପ୍ରାରମ୍ଭିକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଫରିଦାବାଦରେ ପ୍ରାୟ 300 କିଲୋଗ୍ରାମ RDX ଏବଂ ଏକ AK-47 ରାଇଫଲ୍ ଜବତ କରାଯାଇଥିଲା। ତଥାପି, ପୋଲିସ ପରେ ସ୍ପଷ୍ଟ କରିଥିଲା ଯେ ଉଦ୍ଧାର ସାମଗ୍ରୀ RDX ନୁହେଁ, ଏକ ରାସାୟନିକ ପଦାର୍ଥ ଥିଲା। ପୂର୍ବରୁ, ପୋଲିସ କାଶ୍ମୀର ଉପତ୍ୟକାରେ ତାଙ୍କର ଥିବା ଏକ ଲକରରୁ ଏକ AK-47 ରାଇଫଲ୍ ଏବଂ ଅନ୍ୟାନ୍ୟ ଗୁଳି ଜବତ କରିଥିଲା।

Advertisment

"ଏହା ହରିୟାଣା ପୋଲିସ ଏବଂ ଜାମ୍ମୁ-କାଶ୍ମୀର ପୋଲିସ ମଧ୍ୟରେ ଏକ ମିଳିତ ଅଭିଯାନ ଚାଲିଛି। ଜଣେ ଅଭିଯୁକ୍ତ ଡାକ୍ତର ମୁଜାମ୍ମିଲଙ୍କୁ ଗିରଫ କରାଯାଇଛି। ଗତକାଲି 360 କିଲୋଗ୍ରାମ ଜ୍ୱଳନଶୀଳ ସାମଗ୍ରୀ ଜବତ କରାଯାଇଛି, ଯାହା ସମ୍ଭବତଃ ଆମୋନିୟମ୍ ନାଇଟ୍ରେଟ୍ ହୋଇପାରେ। ଏହା RDX ନୁହେଁ," ଫରିଦାବାଦ ପୋଲିସ କମିଶନର ସତେନ୍ଦର କୁମାର କହିଛନ୍ତି।

ତଦନ୍ତରୁ ପୁଲୱାମା ଜିଲ୍ଲାର କୋଏଲର ବାସିନ୍ଦା ଡାକ୍ତର ମୁଜାମିଲ ଶକିଲଙ୍କ ସମ୍ପୃକ୍ତି ମଧ୍ୟ ସ୍ପଷ୍ଟ ହୋଇଛି, ଯିଏ ଫରିଦାବାଦରେ ଜବତ ରାସାୟନିକ ପଦାର୍ଥ ଏବଂ ଅସ୍ତ୍ରଶସ୍ତ୍ର ମହଜୁଦ କରିବାରେ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଛି। ଉଭୟ ଡାକ୍ତରଙ୍କୁ ଜମ୍ମୁ ଏବଂ କାଶ୍ମୀରକୁ ଫେରାଇ ଅଣାଯାଇଛି ଏବଂ ସେମାନେ ପୋଲିସ ହେପାଜତରେ ଅଛନ୍ତି।

Advertisment

ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଘଜୱାତ-ଉଲ-ହିନ୍ଦ ସହିତ ସମ୍ପର୍କ ରଖିଥିବା ସନ୍ଦେହ କରାଯାଉଥିବା ଜମ୍ମୁ-କାଶ୍ମୀରର ଡାକ୍ତରଙ୍କ ଏକ ନେଟୱାର୍କ ଉପରେ ଏବେ ଏକ ବ୍ୟାପକ ତଦନ୍ତ ଆରମ୍ଭ ହୋଇଛି।

Haryana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ