Advertisment

Gang Rape Case: ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର

ବିମାନବନ୍ଦର ନିକଟରେ କଲେଜ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ତାମିଲନାଡୁରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିଛି ପୋଲିସ।

Encounter

Encounter Photograph: (OTV)

Advertisment

ତାମିଲନାଡୁର କୋଏମ୍ବାଟୁର ସହରର ବିମାନବନ୍ଦର ନିକଟରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର। ସେମାନେ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ପୋଲିସ୍ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ପାଲଟା ଗୁଳି ଚାଳନା କରିଥିଲା ପୋଲିସ୍। ଏଥିରେ ଅଭିଯୁକ୍ତମାନେ ଆହତ ହୋଇଥିଲେ। ଅଭିଯୁକ୍ତମାନେ ହେଲେ ଥାଭାସି, କାରୁପ୍ପାସାମୀ ଏବଂ କାଳୀଶ୍ୱରନ। ସେମାନଙ୍କୁ ଏକ ମନ୍ଦିର ନିକଟରେ ଧରା ଯାଇଥିଲା।

Advertisment

ସେମାନେ ପ୍ରଥମେ ଅଧିକାରୀମାନଙ୍କୁ ଦାଆରେ ଆକ୍ରମଣ କରିଥିଲେ। ଯେଉଁଥିରେ ହେଡ୍ କନଷ୍ଟେବଳ ଚନ୍ଦ୍ରଶେଖରଙ୍କ ବାମ ହାତରେ ଆଘାତ ପାଇଥିଲା। ଜବାବରେ, ପୋଲିସ ଗୁଳି ଚଳାଇଥିଲା। ଏଥିରେ ତିନି ଅଭିଯୁକ୍ତଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ସେମାନଙ୍କୁ ହେପାଜତକୁ ନେଇଯାଇଥିଲା।

ପରେ ସେମାନଙ୍କୁ କୋଏମ୍ବାଟୁର ଜିଲ୍ଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତ ଅଧିକାରୀଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଶିବଗଙ୍ଗାଇ ଜିଲ୍ଲାର ଏବଂ କୋଏମ୍ବାଟୁରରେ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। କାରୁପ୍ପାସାମୀ ଏବଂ କାଳୀଶ୍ୱରନ୍ ସମ୍ପର୍କୀୟ ବୋଲି କୁହାଯାଉଛି, ଏବଂ ତିନି ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ବିଚାରାଧୀନ ଅଛି। ରବିବାର ରାତିରେ ଅଭିଯୁକ୍ତମାନେ କଲେଜ ଛାତ୍ରୀଙ୍କୁ ଅପହରଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଅଭିଯୁକ୍ତମାନେ ତା'ପରେ ଯୁବତୀଙ୍କୁ ବିମାନବନ୍ଦର ନିକଟବର୍ତ୍ତୀ ଏକ ନିର୍ଜନ ସ୍ଥାନକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ।

Advertisment
Tamilnadu Gang Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ