Bomb Threat Photograph: (OTV)
ଅହମ୍ମଦାବାଦର ଅନେକ ସ୍କୁଲକୁ ବୋମା ଧମକ। ବୋମା ଧମକ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଇମେଲ୍ ମାଧ୍ୟମରେ ସ୍କୁଲକୁ ଆସିଛି ଏହି ଚେତାବନୀ। ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଉଲ୍ଲେଖ ରହିଛି। ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ବଢିଲା ସୁରକ୍ଷା। ସନ୍ଧାନୀ କୁକୁର ଓ ବୋମା ଉଦ୍ଧାରକାରୀ ସ୍କ୍ୱାଡ୍ ଦ୍ୱାରା ଯାଞ୍ଚ କରାଯାଉଛି।
ସୋମବାର ସକାଳେ ବଡୋଦରା ସହର ଏବଂ ଜିଲ୍ଲାର ୧୮ ରୁ ଅଧିକ ସ୍କୁଲକୁ ଏକକାଳୀନ ବୋମା ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା, ଯାହା ପରେ ପୋଲିସ ସ୍କୁଲ କ୍ୟାମ୍ପସରେ ଯାଞ୍ଚ ଆରମ୍ଭ କରିଛି। ବଡୋଦରାରେ ଡିଆର ଅମିନ ସ୍କୁଲ, ଉର୍ମି ସ୍କୁଲ, ନାଳନ୍ଦା ସ୍କୁଲ, ବାଗିଖାନାର ବରୋଦା ହାଇସ୍କୁଲ, ନବଯୁଗ ସ୍କୁଲ, ଜୀବନ ସାଧନା, ଶାନେନ ସ୍କୁଲ, ବ୍ରାଇଟ୍ ଡେ ସ୍କୁଲ, ଆତ୍ମୀୟ ବିଦ୍ୟାଳୟ, ଡନ୍ ବୋସ୍କୋ ମକରପୁରା, ବିଲ୍ଲାବଙ୍ଗ, ଅକ୍ସିଲିୟମ୍ କନଭେଣ୍ଟ, ଜେନିଥ୍ ସ୍କୁଲ, ଆମେରିକୀୟ ସ୍କୁଲ, ଏବଂ ଗ୍ରୀନ୍ ଭ୍ୟାଲି ସ୍କୁଲ, ଜିପିଏସ୍ ଏବଂ ଏଡବ୍ଲୁଏସ୍ ଡାଭୋଇକୁ ବୋମା ଧମକ ଦିଆଯାଇଥିଲା।
ବରିଷ୍ଠ ପୋଲିସ ଅଧିକାରୀମାନେ କହିଛନ୍ତି ଯେ ସୋମବାର ସକାଳ ପ୍ରାୟ ୭ଟାରେ ଆସିଥିବା ଏହି ଧମକପୂର୍ଣ୍ଣ ଇମେଲ୍ରେ ଅପରାହ୍ନ ୧.୧୧ ରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ଦିଆଯାଇଥିଲା। ତେଣୁ ଯାଞ୍ଚ ଚାଲିଛି। ଅଧିକାଂଶ ସ୍କୁଲକୁ ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/bomb-threat-2026-02-16-12-34-01.jpg)