Maoists Neutralised Photograph: (OTV)
ବର୍ଷର ଶେଷ ମାସରେ ବଡ଼ ନକ୍ସଲ ଅପରେସନ୍। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୧୨ ମାଓବାଦୀ। ଛତିଶଗଡ଼ ବିଜାପୁର ଜିଲ୍ଲାର କେଶକୁତୁଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି।
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀ ଗୁଳିରେ ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ SLR, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି।
DRG, STF ଏବଂ କୋବ୍ରା ଯବାନଙ୍କ ମିଳିତ ଅପରେସନ ଜାରି ରହିଛି। ଏବେ ବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ।
• ୧୨ ନକ୍ସଲ ଟଳିଲେ, ୩ ଯବାନ ସହିଦ
• ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନକାଉଣ୍ଟର
• ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ
• ଗୁଳି ବିନିମୟ ବେଳେ ୩ DRG ଯବାନ ସହିଦ, ୨ ଗୁରୁତର
• ଘଟଣାସ୍ଥଳରୁ SLR, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସହ ବିପୁଳ ବିସ୍ଫୋରକ ଜବତ
• ବିଜାପୁର କେଶକୁତୁଲ ଜଙ୍ଗଲରେ ଏବେ ବି ଅପରେସନ୍ ଜାରି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/04/maoists-neutralised-2025-12-04-09-40-34.jpg)