Advertisment

ଏବର୍ଷ ମାର୍କେଟରୁ ଉଭାନ ଚାଇନିଜ୍ ଗଣେଶ ମୂର୍ତ୍ତି

ନୂଆଦିଲ୍ଲୀ: କୋଭିଡ୍‌-୧୯ ତଥା ଚୀନ୍ ସହ ସୀମା ବିବାଦର ପ୍ରଭାବ ଚଳିତବର୍ଷର ଗଣେଶ ପୂଜା ଉପରେ ପଡ଼ିଛି। ଗୋଟିଏ ପଟେ କୋଭିଡ୍‌-୧୯ କାରଣରୁ ସରକାର ସାର୍ବଜନୀନ ସ୍ଥାନରେ ପୂଜା କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ ସହ ଚାଲିଥିବା ବିବାଦ କାରଣରୁ ଦେଶରେ ଚାଇନିଜ୍ ସାମଗ୍ରୀ ପ୍ରତି ଆକ୍ରୋଶ ଜାରି ରହିଛି। ଏହି ପ୍ରଭାବରେ ଚଳିତବର୍ଷ ମାର୍କେଟରୁ ସମ୍ପୂର୍ଣ୍ଣ ଭାବେ ଉଭାନ୍ ହୋଇଯାଇଛି ଚାଇନିଜ୍ ମୂର୍ତ୍ତି। ଏ ନେଇ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଏବର୍ଷ ମାର୍କେଟରୁ ଉଭାନ ଚାଇନିଜ୍ ଗଣେଶ ମୂର୍ତ୍ତି

ganesha

ନୂଆଦିଲ୍ଲୀ: କୋଭିଡ୍‌-୧୯ ତଥା ଚୀନ୍ ସହ ସୀମା ବିବାଦର ପ୍ରଭାବ ଚଳିତବର୍ଷର ଗଣେଶ ପୂଜା ଉପରେ ପଡ଼ିଛି। ଗୋଟିଏ ପଟେ କୋଭିଡ୍‌-୧୯ କାରଣରୁ ସରକାର ସାର୍ବଜନୀନ ସ୍ଥାନରେ ପୂଜା କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ ସହ ଚାଲିଥିବା ବିବାଦ କାରଣରୁ ଦେଶରେ ଚାଇନିଜ୍ ସାମଗ୍ରୀ ପ୍ରତି ଆକ୍ରୋଶ ଜାରି ରହିଛି। ଏହି ପ୍ରଭାବରେ ଚଳିତବର୍ଷ ମାର୍କେଟରୁ ସମ୍ପୂର୍ଣ୍ଣ ଭାବେ ଉଭାନ୍ ହୋଇଯାଇଛି ଚାଇନିଜ୍ ମୂର୍ତ୍ତି।

Advertisment

ଏ ନେଇ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ସେକ୍ରେଟାରୀ ପ୍ରବୀଣ ଖଣ୍ଡେଲୱାଲ୍ କହିଛନ୍ତି, ଚଳିତ ବର୍ଷ 'ମେଡ୍ ଇନ୍ ଚାଇନା' ଗଣେଶ ମୂର୍ତ୍ତିର ରତ୍ପାନୀ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯାହା ଫଳରେ ଏଥର ଦେଶରେ କାରିଗରଙ୍କ ହାତରେ ପ୍ରସ୍ତୁତ ମାଟିର ଗଣେଶ ମୂର୍ତ୍ତି ପୂଜା ପାଇଛନ୍ତି।

ସେ ଆହୁରି କହିଛନ୍ତି, ପ୍ରତିବର୍ଷ ଦେଶରେ ୩୦ କୋଟିରୁ ଅଧିକ ଗଣେଶ ମୂର୍ତ୍ତି କିଣା ଯାଇଥାଏ। ଯାହା ଅନୁମାନ କରାଯାଏ, ପ୍ରତିବର୍ଷ ଚୀନ୍ ପ୍ରାୟ ୫୦୦ କୋଟି ଟଙ୍କାର ଗଣେଶ ମୂର୍ତ୍ତି ଭାରତକୁ ଆମଦାନୀ କରିଥାଏ। ଯେହେତୁ ଏବେ ସାରା ଦେଶରେ ଚାଇନିଜ୍ ସାମଗ୍ରୀର ବହିଷ୍କାର ଅଭିଯାନ ଚାଲିଛି। ଏହି କାରଣରୁ ଚଳିତ ବର୍ଷ ଚୀନରୁ କୌଣସି ଗଣେଶ ମୂର୍ତ୍ତିର ରତ୍ପାନୀ କରାଯାଇନାହିଁ।

Advertisment

ଖଣ୍ଡେଲୱାଲ୍ ଆହୁରି କହିଛନ୍ତି, ଚଳିତ ବର୍ଷ ବଡ଼ ମୂର୍ତ୍ତି ବଦଳରେ ଛୋଟ ମୂର୍ତ୍ତିକୁ ଅଧିକ ପସନ୍ଦ କରାଯାଉଛି। ଚଳିତ ବର୍ଷ ଲୋକେ ମନ୍ଦିରକୁ ଆସିବା ପରିବର୍ତ୍ତେ ନିଜ ନିଜର ଘରେ ଅସ୍ଥାୟୀ ଭାବେ ଗଣେଶ ମୂର୍ତ୍ତି ସ୍ଥାପନ କରିବା ଏବଂ ପୂଜା କରିବାକୁ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ସିଏଆଇଟି ଭାରତୀୟ ଶିଳ୍ପଦ୍ୟୋଗୀଙ୍କୁ ପ୍ରୋତ୍ସାହନ କରିବା ପାଇଁ ସମସ୍ତ କ୍ଷେତ୍ରରେ ଚାଇନିଜ୍ ସାମଗ୍ରୀକୁ ବହିଷ୍କାର କରିବାକୁ ଆହ୍ୱାନ ଦେଇଥିଲା।

Advertisment
Advertisment