Advertisment

ଏବେ ପ୍ରତି ଶନିବାର ଓ ରବିବାର ଅଫିସ୍, ଦୋକାନ ବନ୍ଦ

ଲକ୍ଷ୍ନୌ: କରୋନାଭାଇରସ୍ ଲଗାତର ବଢ଼ୁଥିବାରୁ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶ ସରକାର କରୋନା ବିରୋଧରେ ଲଢ଼େଇ ପାଇଁ ସପ୍ତାହାନ୍ତ ଲକଡାଉନ୍ ଫର୍ମୂଲା ଲାଗୁ କରିବାକୁ ଯାଉଛନ୍ତି। ଅର୍ଥାତ୍ ଉତ୍ତର ପ୍ରଦେଶରେ ଏବେ ପ୍ରତି ସପ୍ତାହର ଶନିବାର ଓ ରବିବାର ଲକଡାଉନ୍ ରହିବ। ଲକଡାଉନ୍ ସମୟରେ ସବୁ ବଜାର ଓ ଅଫିସ୍ ବନ୍ଦ ରହିବ। ଅର୍ଥାତ୍ ଏବେ ରାଜ୍ୟରେ ସବୁ ବଜାର ଓ ଅଫିସ୍ ସପ୍ତାହରେ କେବଳ ପାଞ୍ଚଦିନ ହିଁ ଖୋଲା ରହିବ। ରାଜ୍ୟରେ […]

author-image
Ranjeet Kumar Jena
ଏବେ ପ୍ରତି ଶନିବାର ଓ ରବିବାର ଅଫିସ୍, ଦୋକାନ ବନ୍ଦ

up

ଲକ୍ଷ୍ନୌ: କରୋନାଭାଇରସ୍ ଲଗାତର ବଢ଼ୁଥିବାରୁ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶ ସରକାର କରୋନା ବିରୋଧରେ ଲଢ଼େଇ ପାଇଁ ସପ୍ତାହାନ୍ତ ଲକଡାଉନ୍ ଫର୍ମୂଲା ଲାଗୁ କରିବାକୁ ଯାଉଛନ୍ତି। ଅର୍ଥାତ୍ ଉତ୍ତର ପ୍ରଦେଶରେ ଏବେ ପ୍ରତି ସପ୍ତାହର ଶନିବାର ଓ ରବିବାର ଲକଡାଉନ୍ ରହିବ।

Advertisment

ଲକଡାଉନ୍ ସମୟରେ ସବୁ ବଜାର ଓ ଅଫିସ୍ ବନ୍ଦ ରହିବ। ଅର୍ଥାତ୍ ଏବେ ରାଜ୍ୟରେ ସବୁ ବଜାର ଓ ଅଫିସ୍ ସପ୍ତାହରେ କେବଳ ପାଞ୍ଚଦିନ ହିଁ ଖୋଲା ରହିବ। ରାଜ୍ୟରେ ଯେଉଁ ଦୁଇ ଦିନ ଲକଡାଉନ୍ ରହିବ, ସେହି ଦିନ ସାନିଟାଇଜେସନର କାମ କରାଯିବ। ତେବେ ଏହି ଦୁଇ ଦିନର ଲକଡାଉନରେ ଅତ୍ୟାବଶ୍ୟକ ସାମଗ୍ରୀ ସେବା ଜାରି ରହିବ। କରୋନା ସଙ୍କଟରୁ ଲଢ଼ିବା ପାଇଁ ୟୁପି ସରକାର ଏହି ନୂଆ ପ୍ଲାନ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରବିବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଟିମ୍-୧୧ ସହ କରୋନାକୁ ହୋଇଥିବା ସମୀକ୍ଷା ବୈଠକରେ ଏସବୁ ବିଷୟ ଉପରେ ସହମତି ପ୍ରକାଶ କରିଛନ୍ତି। ବୈଠକରେ କୁହାଯାଇଛି ଯେ ଅନଲକ୍ ହେବା ପରଠାରୁ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇଛି। ଯାହା ପରେ ପୂରା ରାଜ୍ୟକୁ ଦୁଇ ଦିନ ଲକଡାଉନ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

Advertisment

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦୯୨ରେ ପହଞ୍ଚିଛି। ଏପର୍ଯ୍ୟନ୍ତ କରୋନା ଯୋଗୁ ୟୁପିରେ ୯୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏଠାରେ କରୋନାର ୧୧,୪୯୦ ଆକ୍ଟିଭ୍ ବା ସକ୍ରିୟ ମାମଲା ରହିଥିବା ବେଳେ ୨୨,୬୮୯ଜଣ ସୁସ୍ଥ ହୋଇଛନ୍ତି।

Advertisment
Advertisment