Advertisment

‘ମହାମାରୀ ବିରୋଧରେ ଲଢିବା ପାଇଁ ଯୋଗ ଆଶାର କିରଣ ଦେଖାଇଛି’

ନୂଆଦିଲ୍ଲୀ: ଆଜି ଜୁନ୍ ୨୧, ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ସପ୍ତମ ବିଶ୍ୱ ଯୋଗ ଦିବସରେ ଏଥର ଥିମ୍ ରହିଛି ସୁସ୍ଥତା ପାଇଁ ଯୋଗ। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ…

ଅଦ୍ୟତନ ହୋଇଛି
‘ମହାମାରୀ ବିରୋଧରେ ଲଢିବା ପାଇଁ ଯୋଗ ଆଶାର କିରଣ ଦେଖାଇଛି’

pm modi

Advertisment

ନୂଆଦିଲ୍ଲୀ: ଆଜି ଜୁନ୍ ୨୧, ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ସପ୍ତମ ବିଶ୍ୱ ଯୋଗ ଦିବସରେ ଏଥର ଥିମ୍ ରହିଛି ସୁସ୍ଥତା ପାଇଁ ଯୋଗ। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗାଭ୍ୟାସର ଗୁରୁତ୍ୱକୁ ଏଥର ଫୋକସ କରାଯାଇଛି। ବିଶେଷକରି ସାରା ବିଶ୍ୱ ଏବେ କୋଭିଡ ସଙ୍କଟ ଭିତରେ ଗତି କରୁଥିବା ବେଳେ ଏଥିରୁ ମୁକ୍ତି ଲାଗି ଯୋଗାଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି

Advertisment

ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଯୋଗ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ୨୦୧୪ ସେପଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜାତିସଂଘର ସାଧାରଣ ପରିଷଦରେ ଅଭିଭାଷଣ ରଖି ପ୍ରଥମେ ଯୋଗ ଦିବସ ପାଳନର ପ୍ରସ୍ତାବ ରଖିଥିଲେ। ପରେ ଏ ସମ୍ପର୍କିତ ଚିଠା ପ୍ରସ୍ତାବକୁ ୧୭୭ଟି ଦେଶ ସମର୍ଥନ ଜଣାଇଥିଲେ । ଏହାପରେ ୨୦୧୫ ଜୁନ୍ ୨୧ ତାରିଖରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା।

ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି ସୁସ୍ଥ ରହିବା ପାଇଁ ଯୋଗର ଉପକାରିତା  ସମ୍ପର୍କରେ  ବୁଝାଇଥିଲେ। ସେ କହିଥିଲେ, ମହାମାରୀ ବିରୋଧରେ ଲଢ଼େଇ ବେଳେ ଯୋଗ ଆଶାର ନୂଆ କିରଣ ଦେଖାଇଛି। ୨ ବର୍ଷ ହେଲା ସାରା ବିଶ୍ୱରେ କୌଣସି ଇଭେଣ୍ଟ ଆଅାୟୋଜନ ହୋଇନି
ମାତ୍ର କେହି ଯୋଗକୁ ଏପରି ସ୍ଥିତିରେ ଛାଡ଼ିପାରି ନାହାନ୍ତି। ମୋର ପ୍ରାର୍ଥନା ସବୁ ଦେଶ ଓ ଅଞ୍ଚଳବାସୀ ଯୋଗ କରି ସୁସ୍ଥ ରୁହନ୍ତୁ।  ଏପରିକି ମେଡିକାଲ ସାଇନ୍ସ ବି ଯୋଗର ଉପକାରିତା ସ୍ୱୀକାର କରିଛି।
ଡାକ୍ତର ଚିକିତ୍ସା କରିବା ବେଳେ ସମସ୍ତଙ୍କୁ ଯୋଗ ପାଇଁ କହୁଛନ୍ତି ।

Advertisment

ଏହି ଅବସରରେ  ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଯୋଗ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଯୋଗ କରିବା ଦ୍ୱାରା ଆମେ କିଭଳି ସୁସ୍ଥ ରହିବା ସେନେଇ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ବାଲିରେ ବିଭିନ୍ନ ଯୋଗ ମୁଦ୍ରାର ଚିତ୍ରଣ କରିଛନ୍ତି ମାନସ । ଏହି ବାଲୁକା କଳା ନିର୍ମାଣ ପାଇଁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ୧୫ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୫ ଟନ୍ ବାଲି ବ୍ୟବହାର କରାଯାଇଛି ।publive-image

Yoga Day 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ