/odishatv-khabar/media/post_attachments/uploadimage/library/16_9/16_9_0/sushil-kumar_1623150657.jpg)
sushil kumar
ନୂଆଦିଲ୍ଲୀ: ପହିଲମାନ ସାଗର ଧନଖର ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ରେ ବନ୍ଦୀ ଥିବା ରେସଲର ସୁଶୀଲ କୁମାର ପ୍ରୋଟିନ ଡାଏଟ୍ ପାଇଁ କୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି। ସେ କହିଛନ୍ତି, ଜେଲ୍ରେ ଦିଆଯାଉଥିବା ଖାଦ୍ୟ ତାଙ୍କ ପାଇଁ ଯଥେଷ୍ଟ ନୁହେଁ। ତେଣୁ ତାଙ୍କୁ ଏକ୍ସଟ୍ରା ପ୍ରୋଟିନ ସହ ଅଧିକ ଖାଦ୍ୟ ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି। ଏଥିପାଇଁ ସେ ରୋହିଣୀ କୋର୍ଟରେ ଆବେଦନ କରିଛନ୍ତି। ଅନ୍ୟପକ୍ଷେ, ସମସ୍ତ ସାକ୍ଷୀଙ୍କୁ ସୁରକ୍ଷା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅନେକ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି।
ଦିଲ୍ଲୀର ମଣ୍ଡୋଲି ଜେଲ୍ରେ ବନ୍ଦୀ ଥିବା ସୁଶୀଲଙ୍କ ସୁରକ୍ଷା ନେଇ ତିହାଡ୍ ଜେଲ୍ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଣ୍ଡୋଲି ଜେଲ୍ରେ ବନ୍ଦୀ ଥିବା ସୁଶୀଲଙ୍କ ବିରୋଧୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶୋୟୀଙ୍କୁ ମଣ୍ଡୋଲୀ ଜେଲ୍ରୁ ତିହାଡ ଜେଲ୍ର ହାଇ ସୁରକ୍ଷା ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏହାସହ ସୁଶୀଲଙ୍କ ଅନ୍ୟ ଏକ ବିରୋଧୀ ଗ୍ୟାଙ୍ଗଷ୍ଟରଙ୍କୁ ମଧ୍ୟ ମଣ୍ଡୋଲୀ ଜେଲ୍ରୁ ତିହାଡ ଜେଲ୍କୁ ସ୍ଥାନାନ୍ତର କରାଯାଇଛି। ସୁଶୀଲଙ୍କ ସୁରକ୍ଷାକୁ ନେଇ ତିହାଡ ଜେଲ୍ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।
ଜେଲ୍ରେ ସୁଶୀଲଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୨୪ ଘଣ୍ଟା CCTV କ୍ୟାମେରା ଉପରେ ନଜର ରଖାଯାଇଛି। ସୁଶୀଲଙ୍କ ୱାର୍ଡ ନିକଟରେ ୨୪ ଘଣ୍ଟା ପାଇଁ ପୋଲିସ୍କୁ ମୁତୟନ କରାଯାଇଛି। ପହିଲମାନ ସାଗରଙ୍କ ହତ୍ୟାକାଣ୍ଡ ପରେ ଲରେନ୍ସ ବିଶୋୟୀ, ସମ୍ପତ ନେହେରା, କାଲା ଜଠେଡି ଭଳି ଗ୍ୟାଙ୍ଗଷ୍ଟର ସୁଶୀଲଙ୍କ ପାଇଁ ବିପଦ ସୃଷ୍ଟି ହୋଇଛନ୍ତି।
ସୁଶୀଲଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ ଆସୁଛି। କିଭଳି ଭାବରେ ସେ ଲୋକଙ୍କୁ ମାର୍ପିଟ୍ କରି ଆତଙ୍କ ସୃଷ୍ଟି କରୁଥିଲେ ତାହା ଏବେ ସାମ୍ନାକୁ ଆସିବାରେ ଲାଗିଛି। ମଡେଲ୍ ଟାଉନ ସ୍ଥିତ ଏକ ଦୋକାନୀ ସୁଶୀଲଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ସୁଶୀଲ ତାଙ୍କୁ ମାର୍ପିଟ୍ କରିଥିଲେ। ଏନେଇ ପୋଲିସ୍ରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)