Advertisment

ଆପଣ ଜାଣିଛନ୍ତି କି ବିଶ୍ୱର ସବୁଠୁ ବଡ଼ ବିଷ୍ଣୁ ମୂର୍ତ୍ତି କେଉଁଠି ରହିଛି

ଇଣ୍ଡୋନେସିଆର ଧର୍ମ, ସଂସ୍କୃତି ସବୁବେଳେ ବିଶ୍ୱକୁ ଆଶ୍ଟର୍ଯ୍ୟ କରି ଆସିଛି। ସେହିକ୍ରମରେ ଏଠାରେ ରହିଛି ବିଶ୍ୱର ସବୁଠାରୁ ବଡ ବିଷ୍ଣୁ ପ୍ରତିମୂର୍ତ୍ତି। ଯାହା ଏଠାକାର ଆଉ ଏକ ପରିଚୟ ପାଲଟିଯାଇଛି

author-image
Sarbeswar
ଅଦ୍ୟତନ ହୋଇଛି
ଆପଣ ଜାଣିଛନ୍ତି କି ବିଶ୍ୱର ସବୁଠୁ ବଡ଼ ବିଷ୍ଣୁ ମୂର୍ତ୍ତି କେଉଁଠି ରହିଛି

Visnu Murti

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଧର୍ମ, ସଂସ୍କୃତି ସବୁବେଳେ ବିଶ୍ୱକୁ ଆଶ୍ଟର୍ଯ୍ୟ କରି ଆସିଛି। ସେହିକ୍ରମରେ ଏଠାରେ ରହିଛି ବିଶ୍ୱର ସବୁଠାରୁ ବଡ ବିଷ୍ଣୁ ପ୍ରତିମୂର୍ତ୍ତି। ଯାହା ଏଠାକାର ଆଉ ଏକ ପରିଚୟ ପାଲଟିଯାଇଛି। ୨୮ ବର୍ଷ ସମୟ ଓ ୮୦୦ କୋଟି ଖର୍ଚ୍ଚ ପରେ ଏହି ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ ହୋଇଥିଲା। ଏହି ମୂର୍ତ୍ତୀ ଦେଖିବାକୁ ବି ବେଶ୍ ନିଆରା। ଆଉ ଏହି ସ୍ଥାନଟି ପାଲଟିଯାଇଛି ଏକ ବଡ ଟୁରିଷ୍ଟ୍ ଡେଷ୍ଟିନେସନ୍।

Advertisment

ବିଦେଶ ମାଟିରେ ମହାପ୍ରଭୁ ବିଷ୍ଣୁଙ୍କର ସବୁଠାରୁ ବଡ ପ୍ରତିମୂର୍ତ୍ତୀ ରହିଛି। ଆଉ ଏହି ପ୍ରତିମୂର୍ତ୍ତିଟି ରହିଛି ଇଣ୍ଡୋନେସିଆରେ। ଇଣ୍ଡୋନେସିଆର ଧର୍ମ, ସଂସ୍କୃତି, ପରମ୍ପରା ଇତ୍ୟାଦି ସବୁବେଳେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଆସିଛି। ଆଉ ଏହି ବିଷ୍ଣୁ ପ୍ରତିମା ମଧ୍ୟ ଏହି ସ୍ଥାନକୁ ଏକ ନୂଆ ପରିଚୟ ଦେଇପାରିଛି। ଇଣ୍ଡୋନେସିଆରେ ଥିବା ଏହି ପ୍ରତିମାର ନିର୍ମାଣ ପାଇଁ ପାଖାପାଖି ୨୮ ବର୍ଷ ସମୟ ଲାଗିଥିଲା। ଯାହାର ନିର୍ମାଣ କାର୍ଯ୍ୟ ୨୦୧୮ରେ ଶେଷ ହୋଇଥିଲା। ଏହି ପ୍ରତିମୂର୍ତ୍ତି ୧୨୨ ଫୁଟ ଉଚ୍ଚ ଓ ୬୪ ଫୁଟ୍ ଚଉଡା ତମ୍ବା ଓ ପିତ୍ତଳରେ ଏହି ମୂର୍ତ୍ତିର ନିର୍ମାଣ କରାଯାଇଥିଲା। ୧୯୭୯ ମସିହାରେ ଇଣ୍ଡୋନେସିଆରେ ରହୁଥିବା ମୂର୍ତ୍ତିକାର ବପ୍ପା ନ୍ୟୁମନ୍‌ ନୁଆର୍ତ୍ତା ଏହି ବିଶାଳକାୟ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସ୍ୱପ୍ନ ଦେଖିଥିଲେ। ସ୍ୱପ୍ନ ଦେଖିବା ତ ସହଜ ଥିଲା କିନ୍ତୁ ଏଭଳି ଏକ ବିଶ୍ୱବିଖ୍ୟାତ ମୂର୍ତ୍ତିକୁ ନିର୍ମାଣ କରିବା ବାସ୍ତବରେ କଠିନ କାମ।

ଏହି ମୂର୍ତ୍ତି ନିର୍ମାଣର କାର୍ଯ୍ୟ ପାଇଁ ୧୯୮୦ ମସିହାରେ ଏକ କମ୍ପାନୀ ନିର୍ମାଣ କରାଯାଇଥିଲା। ଏହି କମ୍ପାନୀ ଏହି ସମସ୍ତ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ମୂର୍ତ୍ତୀ ନିର୍ମାଣ ପାଇଁ ଶିଳ୍ପୀଙ୍କୁ ଲମ୍ବା ପ୍ଲାନିଂ ଓ ଫଣ୍ଡିଂର ଆବଶ୍ୟକତା ରହିଥିଲା। ଶେଷରେ ୧୫ ବର୍ଷ ପରେ ୧୯୯୪ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ବଜେଟ୍ ଅଧିକ ହୋଇଥିବା କାରଣରୁ ଏହାର କାମ ରୋକିବାକୁ ବି ପଡିଥିଲା। ଅନେକ ଥର ୨୦୦୭ରୁ ୨୦୧୩ ମସିହା ପର୍ଯ୍ୟନ୍ତ ଏହି ମୂର୍ତ୍ତିର ନିର୍ମାଣ କାମ ବନ୍ଦ ରହିଥିଲା।

Advertisment

ସ୍ଥାନୀୟ ଲୋକମାନେ ବି ଏହାର ନିର୍ମାଣକୁ ବିରୋଧ କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଏହାକୁ ସହଯୋଗ କରିଥିଲେ। ଗରୁଡ ଉପରେ ଭଗବାନ ବିଷ୍ଣୁଙ୍କ ଏହି ପ୍ରତିମୂର୍ତ୍ତି ସମଗ୍ର ବିଶ୍ୱରେ ଥିବା ଦେବାଦେବୀଙ୍କ ପ୍ରତିମୂର୍ତ୍ତୀ ମଧ୍ୟରେ ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ବୋଲି କୁହାଯାଏ। ତେବେ ଇଣ୍ଡୋନେସିଆରେ ଏହି ବିଶାଳକାୟ ମୂର୍ତ୍ତି ନିର୍ମାଣ କରିଥିବା ମୂର୍ତ୍ତିକାର ବପ୍ପା ନ୍ୟୁମନ ନୁଆର୍ତ୍ତାଙ୍କୁ ଭାରତରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ମୂର୍ତ୍ତୀ ସବୁଠାରୁ ପ୍ରଥମେ ଦର୍ଶନ କରିଥିଲେ ଇଣ୍ଡୋନେସିଆର ରାଷ୍ଟ୍ରପତି। ଆଉ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଭଗବାନ ବିଷ୍ଣୁଙ୍କ ଦର୍ଶନ କରିଥାଆନ୍ତି। ଇଣ୍ଡୋନେସିଆର ବାଲି ଦ୍ୱୀପର ଉଙ୍ଗାସନରେ ନିର୍ମିତ ଏହି ପ୍ରତିମୂର୍ତ୍ତି ବିଶ୍ୱ ଐତିହ୍ୟର ଆଉ ଏକ ଚମତ୍କାର କହିଲେ କିଛି ଭୁଲ୍ ହେବ ନାହିଁ।

Advertisment
Advertisment