/odishatv-khabar/media/post_attachments/uploadimage/library/16_9/16_9_0/CEMaeH-VIAAb9vH_1625063854.jpg)
Eshima Ohashi Grand Bridge
ନୂଆଦିଲ୍ଲୀ: ଦୁନିଆରେ ଏମିତି ଏକ ରାସ୍ତା ରହିଛି ଯେଉଁ ରାସ୍ତାରେ ଗଲେ ଆପଣଙ୍କ ଡ଼ର ଲାଗିବ। ଯଦି ଆପଣ ଆଡଭେନଚର୍ ପ୍ରିୟ ତେବେ ରୋଲର କୋଷ୍ଟରରେ ତ ନିଶ୍ଚୟ ରାଇଡ୍ କରିଥିବେ କିନ୍ତୁ ରାସ୍ତା ଯଦି ରୋଲର କୋଷ୍ଟର ଭଳି ହୋଇଥିବ ତେବେ କଣ ହେବ? ଭୟ ତ ନିଶ୍ଚିତ ଲାଗିବ। ସେହିଭଳି ଏକ ରାସ୍ତା ରହିଛି ଜାପାନରେ। ଯେଉଁ ରାସ୍ତା ନିଜର ଭୟଙ୍କର ଡିଜାଇନ୍ ପାଇଁ ବିଶ୍ୱରେ ବେଶ୍ ପ୍ରସିଦ୍ଧ ଲାଭ କରିଛି। ଏଠି ଗାଡି ଚଳାଇବାକୁ ଲୋକମାନେ ଭୟ କରନ୍ତି, ହେଲେ ଏଭଳି ଡିଜାଇନର ବ୍ରିଜ୍ କାହିଁକି ନିର୍ମାଣ କରିବାକୁ ପଡିଲା? ତାହା ପଛରେ ବି ରହିଛି କିଛି ରୋଚକ କାହାଣୀ।
ଯଦି ଆପଣ ଆଡଭେନଚର ପ୍ରିୟ ହୋଇଥିବେ ତେବେ ରୋଲରକୋଷ୍ଟର ଦେଖି ବି ଥିବେ, ଆଉ ଖେଳିବି ଥିବେ। କିନ୍ତୁ କେବେ ରୋଲର କୋଷ୍ଟର ରୋଡରେ ଯାଇଛନ୍ତି? କାରଣ ଯେଉଁଠି ଜୀବନକୁ ପାଣି ଛଡାଇ ଯାତାୟତ କରିବାକୁ ପଡେ। ରୋଲର କୋଷ୍ଟର ଭଳି ଏକ ରାସ୍ତା ରହିଛି ଜାପାନରେ। ଆଉ ରାସ୍ତାର ନାଁ ହେଉଛି ଏଶିମା ଓହାଶୀ ବ୍ରିଜ୍। ଯାହା ଦେଖିବାକୁ ବେଶ୍ ଭୟଙ୍କର। ଆଉ ଏହି ବ୍ରିଜରେ ଗାଡି ଚଳାଇବା ଆତ୍ମହତ୍ୟା କରିବା ଠାରୁ କମ୍ କିଛି ନୁହେଁ। କୁହାଯାଏ ଏହା ଦୁନିଆର ତୃତୀୟ ବଡ ବ୍ରିଜ୍। ଏହି ବ୍ରିଜଟି ନିର୍ମିତ ହୋଇଛି ନାକାଉମୀ ଲେକ ଉପରେ। ଏହି ବ୍ରିଜ୍ ମାତ୍ସୁ ଓ ସାକାଇମିନାଟୋ ସହରର ଯୋଗାଯୋଗ ମାଧ୍ୟମ। ତେବେ ଏଭଳି ଭୟଙ୍କର ଡିଜାଇନରେ ବ୍ରିଜ୍ ବନାଇବାର କାରଣ ବି ବଡ ବିଚିତ୍ର କୁହାଯାଏ।
ଲେକରେ ସିପ୍ ଗୁଡିକ ବ୍ରିଜ୍ ତଳ ଦେଇ ଯିବାରେ ଯେପରି କୌଣସି ଅସୁବିଦା ନ ହେବ ସେଥିଲାଗି ୨ଟି ଲେନ୍ ବିଶିଷ୍ଟ କଂକ୍ରିଟ ରୋଡର ଏହି ବ୍ରିଜ୍ ୧.୭ କିମି ଲମ୍ବା ଓ ୧୧.୪ ମିଟର ଚଉଡାରେ ନିର୍ମିତ ହୋଇଛି। ଏହି ବ୍ରିଜର କନ୍ଷ୍ଟ୍ରକ୍ସନ୍ କାମ ୧୯୯୭ରେ ଆରମ୍ଭ ହୋଇ ୨୦୦୪ ରେ ଶେଷ ହୋଇଥିଲା। ତେବେ ଅଜବ ଗଜବ ଡିଜାଇନ୍ କାରଣରୁ ଏହି ରାସ୍ତାଟି ରୋଲର କୋଷ୍ଟର ଭଳି ନଜର ଆସେ। ଆଉ ବ୍ରିଜର ଏହି ବିଚିତ୍ର ଡିଜାଇନ ହିଁ ଏହି ସ୍ଥାନକୁ ସାରା ବିଶ୍ୱରେ ବେଶ୍ ପରିଚିତ ରହିଛି। କିନ୍ତୁ ଏହି ରାସ୍ତାରେ ଆପଣ ସର୍ବାଧିକ ଘଂଟା ପ୍ରତି ୪୦ କିମି ବେଗରେ ହିଁ ଗାଡ଼ି ଚଳାଇପାରିବେ। ଏହାର ଡିଜାଇନ କିଛି ସମୟ ପାଇଁ ଆମକୁ ଭୟଭୀତ କରି ଦ୍ୱନ୍ଦରେ ପକାଇପାରେ କିନ୍ତୁ ଧ୍ୟାନରେ ଦେଖିବା ପରେ ଏହା ବାସ୍ତବରେ ଏକ ବ୍ରିଜ୍ ତେବେ ଶୁଣିବାକୁ ମିଳୁଛି ଯେ, ଏହି ସ୍ଥାନର ଭୟାବହତା କାରଣରୁ ଏହି ରାସ୍ତାକୁ ଲୋକମାନଙ୍କ ଯାତାୟତ ଉପରେ ଅନେକ ସମୟରେ ରୋକ ଲଗାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)