Advertisment

ପ୍ରେମ ନିଶାରେ ଅନ୍ଧ ହୋଇଗଲେ ମହିଳା, ସ୍ୱାମୀଙ୍କୁ ହତ୍ୟା କରିବା ପରେ...

ମୁମ୍ବାଇ: ପ୍ରେମ ପାଇଁ ମଣିଷ ସବୁକିଛି ତ୍ୟାଗ କରିପାରେ। ଘର, ପରିବାର..ଏପରିକି ନିଜ ଜୀବନ ବି । ସେଇ ପ୍ରେମ ବି ମଣିଷକୁ କରିପାରେ ବର୍ବର, ରାକ୍ଷସ..। ପ୍ରେମରେ ପାଗଳ ମଣିଷଟିଏ ବି ନେଇ ପାରେ ଜୀବନ। ଯାହା ଦେଖିବାକୁ ମିଳିଛି…

ପ୍ରେମ ନିଶାରେ ଅନ୍ଧ ହୋଇଗଲେ ମହିଳା, ସ୍ୱାମୀଙ୍କୁ ହତ୍ୟା କରିବା ପରେ...

murder

Advertisment

ମୁମ୍ବାଇ: ପ୍ରେମ ପାଇଁ ମଣିଷ ସବୁକିଛି ତ୍ୟାଗ କରିପାରେ। ଘର, ପରିବାର..ଏପରିକି ନିଜ ଜୀବନ ବି । ସେଇ ପ୍ରେମ ବି ମଣିଷକୁ କରିପାରେ ବର୍ବର, ରାକ୍ଷସ..। ପ୍ରେମରେ ପାଗଳ ମଣିଷଟିଏ ବି ନେଇ ପାରେ ଜୀବନ। ଯାହା ଦେଖିବାକୁ ମିଳିଛି ମୁମ୍ବାଇର  ଦହିସର ଅଞ୍ଚଳରେ।

Advertisment

ପ୍ରେମରେ ପାଗଳ ଜଣେ ମହିଳା ଘଟାଇଛନ୍ତି ଏକ ଜଘନ୍ୟ କାଣ୍ଡ । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଛନ୍ତି। ସେତିକି ନୁହେଁ, ହତ୍ୟା ପରେ ସ୍ୱାମୀର ଶବକୁ ରୋଷେଇ ଘରେ ପୋତି ଦେଇଛନ୍ତି। ଏଭଳି ଲୋମହର୍ଷକ ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ହୋଇଛି। ମୁମ୍ବାଇ ପୋଲିସ ସ୍ୱାମୀ ହତ୍ୟା ଅଭିଯୋଗରେ ୨୭ ବର୍ଷର ଉକ୍ତ ମହିଳାଙ୍କୁ ଗିରଫ କରିଛି।

ମୁମ୍ବାଇ ପୋଲିସ ଅଭିଯୋଗ ଅନୁଯାୟୀ, ମେ’ ୨୦ ତାରିଖ ଦିନ ମହିଳା ଜଣକ ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବା ପରେ କିଚେନ୍‌ରେ କବର ଦେଇଥିଲେ । ପରଦିନ ଦହିସର ଥାନାକୁ ଆସି ସ୍ୱାମୀ ନିଖୋଜ ଥିବା ନେଇ ଏକ ମାମଲା ରୁଜୁ କରିଥିଲେ। ଏହା ପରେ ସେ ନିଜ ପିଲାମାନଙ୍କ ସହ ଘରେ ରହୁଥିଲେ। ହେଲେ ମହିଳାଙ୍କ ବ୍ୟବହାର ଓ କଥାବାର୍ତ୍ତା ଦେଖିବା ପରେ ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ଉକ୍ତ ମହିଳାଙ୍କ ଘର ନିକଟବର୍ତ୍ତୀ କିଛି ଲୋକଙ୍କୁ ପଚରାଉଚରା କରିଥିଲା। ସେଥିରୁ ପୋଲିସ ମହିଳାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲା। ଏକଥା ବି ଜାଣିବାକୁ ପାଇଥିଲା ଯେ ମହିଳାଙ୍କ ପ୍ରେମିକ ଅମିତ ବିଶ୍ୱକର୍ମା ମେ’ ୨୧ ତାରିଖରୁ ଫେରାର ଅଛନ୍ତି।

Advertisment

ଜୁନ୧ ତାରିଖ ପୋଲିସ ଉକ୍ତ ମହିଳାଙ୍କୁ ପଚରା ଉଚରା କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ସେଠାରେ ରୋଷେଇ ଘର ଚଟାଣ ନୂଆ ପ୍ଲାଷ୍ଟର ହୋଇଥିବା ଦେଖିବାକୁ ପାଇଥିଲା। ଏ ନେଇ ମହିଳାଙ୍କୁ ପଚାରିବାରୁ ସେ ଏହାର ସଠିକ ଉତ୍ତର ଦେଇ ପାରି ନ ଥିଲେ। ପୋଲିସର ସନ୍ଦେହ ହେବାରୁ ଏହାକୁ ଖୋଳିଥିଲେ। ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।

ରୋଷେଇ ଘର ଚଟାଣ ଖୋଳି ମୃତଦେହ ଉଦ୍ଧାର କରିଛି ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି। ମହିଳାଙ୍କର ୨ଟି ଛୋଟ ଛୋଟ ସନ୍ତାନ ଅଛନ୍ତି।  ବାପାଙ୍କ ବିଷୟରେ କିଛି ନ କହିବାକୁ ମହିଳାଜଣକ ପିଲାମାନଙ୍କୁ ଧମକ ଚମକ ଦେଇଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ