/odishatv-khabar/media/post_attachments/uploadimage/library/16_9/16_9_0/woman-gangraped_1622181010.jpg)
woman gangraped
ବେଙ୍ଗାଲୁରୁ: ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ନିର୍ଯାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ଆକ୍ରମଣ ମଧ୍ୟ କରାଯାଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ପୋଲିସ୍ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଅଭିଯୁକ୍ତମାନେ ସବୁ ସୀମା ଟପି ଯୁବତୀଙ୍କ ଗୁପ୍ତାଙ୍ଗରେ ବୋତଲ ଭର୍ତ୍ତି କରି ଦେଇଥିଲେ। ୬ ଦିନ ପୂର୍ବେ ବେଙ୍ଗାଲୁରୁରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି।
ଘଟଣାକୁ ନେଇ ବେଙ୍ଗାଲୁରୁ ପୋଲିସ୍ ଏକ ବୟାନ ଜାରି କହିଛି, ଭିଡିଓ କ୍ଲିପ୍ ଓ ପ୍ରାଥମିକ ତଦନ୍ତକୁ ଆଧାର କରି ୨ ଜଣ ମହିଳାଙ୍କ ସମେତ ୬ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମହିଳାଙ୍କୁ ଖୋଜିବା ପାଇଁ ଏକ ପୋଲିସ୍ ଟିମ୍ ଛାନ୍ଭିନ୍ ଆରମ୍ଭ କରିଛି। ଫଳରେ ସେ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇପାରିବେ।
ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଏମାନେ ସମସ୍ତେ ଗୋଟିଏ ଗ୍ରୁପର ଓ ସମସ୍ତେ ବାଂଲାଦେଶର ବୋଲି ଅନୁମାନ କରାଯାଉଛି। ପୀଡ଼ିତା ଜଣକ ମଧ୍ୟ ବାଂଲାଦେଶର ଓ ତାଙ୍କୁ ଭାରତକୁ ଚାଲାଣ ପାଇଁ ଅଣା ଯାଇଥିଲା। ତେବେ ଅର୍ଥ କାରବାରକୁ ନେଇ ତାଙ୍କୁ ନିର୍ଯାତନା ଦିଆଯିବା ସହ ଆକ୍ରମଣ କରାଯାଇଥିଲା।
ବେଙ୍ଗାଲୁର ପୋଲିସ୍ କହିଛି, ଏବେ ମହିଳା ଜଣକ ଅନ୍ୟ ରାଜ୍ୟରେ ଅଛନ୍ତି ଓ ତାଙ୍କୁ ଖୋଜିବା ପାଇଁ ଏକ ଟିମ୍ ଯାଇଛନ୍ତି। ତାଙ୍କର ପତ୍ତା ମିଳିଲେ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ତାଙ୍କର ବୟାନ ରେକର୍ଡ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)