/odishatv-khabar/media/post_attachments/uploadimage/library/16_9/16_9_0/bus-3_1625376798.jpg)
bus
ନୂଆଦିଲ୍ଲୀ: ପୁଣି ଚଳନ୍ତା ବସରେ ମହିଳାଙ୍କୁ ଅସଦାଚରଣ ହୋଇଥିବାର ଅଭିଯୋଗ ଆସିଛି। ଶନିବାର ଜଣେ ମହିଳା ଘରୋଇ ଡବଲ୍ ଡେକର୍ ବସ୍ ଯୋଗେ ଦିଲ୍ଲୀ ଫେରୁଥିବା ବେଳେ ଅସଦାଚାରଣର ଶିକାର ହୋଇଛନ୍ତି। ଏ ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି। ଲକ୍ଷ୍ମୌରୁ ଦିଲ୍ଲୀ ଅଭିମୁଖେ ଘରୋଇ ବସଟି ଯମୁନା ଏକ୍ସପ୍ରେସ ୱେ ଦେଇ ଆସୁଥିଲା। ଏହି ସମୟରେ ବସ ଭିତରେ ଥିବା ଜଣେ କ୍ର୍ୟୁ ମେମ୍ୱର ମହିଳାଙ୍କ ସହିତ ଅସଦାଚାରଣ କରିଥିବା ପୋଲିସ କହିଛି।
ବସଟି ମଥୁରାର ମାଣ୍ଟ ଟୋଲ୍ ପ୍ଲାଜା ପହଞ୍ଚିବା ପରେ ମହିଳା ଜଣଙ୍କ ୧୧୨ରେ ଫୋନ୍ କରି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପୋଲିସ ତୁରନ୍ତ ସଂପୃକ୍ତ ମହିଳା ଏବଂ ଅଭିଯୁକ୍ତକୁ ଓହ୍ଲାଇ ଦେଇଥିଲା। ପରେ ବସଟିକୁ ଦିଲ୍ଲୀ ଅଭିମୁଖେ ଛାଡ଼ି ଦେଇଥିଲା ପୋଲିସ।
ପୋଲିସ ଅଭିଯୁକ୍ତକୁ ପଚରା ଉଚରା କରୁଥିବା ବେଳେ ମହିଳାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହାପରେ ପୋଲିସ ମହିଳାଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରେ ଛାଡ଼ିଥିବା ଦିଲ୍ଲୀ ପୋଲିସ୍ କହିଛି। ଅଭିଯୁକ୍ତ ବାହାରିଚ ଜିଲ୍ଲାର ହୋଇଥିବା ଜଣାପଡ଼ିଛି। ଏବେ ତାକୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।
ତେବେ ବସରେ ଥିବା ଲୋକଙ୍କ କହିବା ଅନୁଯାୟୀ, ବସ୍ ଯେତେବେଳେ ଟୋଲ୍ ପ୍ଲାଜାରେ ଅଟକିଲା, ମହିଳା ଜଣକ ଅଭିଯୁକ୍ତକୁ ମାରପିଟ୍ କରିବା ଆରମ୍ଭ କରିଦେଇଥିଲେ। ଏହି ବସରେ ପାଖାପାଖି ୪୦ ଜଣ ଯାତ୍ରୀ ଥିବା କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)