Advertisment

ଝିଅଟି ପାର୍କରେ ବୀଣା ବଜାଉଥିଲେ, କିନ୍ତୁ ହଠାତ୍‌ ତାଙ୍କ ପଛରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହରିଣର ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ। ଝିଅଟି ପାର୍କରେ ବାଦ୍ୟଯନ୍ତ୍ର ବୀଣା ବଜାଉଥଲେ। ସେହି ସମୟରେ ଝିଅର ପଛ ପଟେ ଏକ ହରିଣ ଗୀତ ଶୁଣିବାକୁ ଅଟକି ଯାଇଥିଲା। ଟ୍ୱିଟ୍‌ରରେ ଏହି ଭିଡିଓକୁ ‘Welcome To Nature’ ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି। Deer stops to listen to harp pic.twitter.com/zagX5fgVYp — Welcome To Nature […]

author-image
Mahasweta Baral
ଝିଅଟି ପାର୍କରେ ବୀଣା ବଜାଉଥିଲେ, କିନ୍ତୁ ହଠାତ୍‌ ତାଙ୍କ ପଛରେ...

dear

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହରିଣର ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ। ଝିଅଟି ପାର୍କରେ ବାଦ୍ୟଯନ୍ତ୍ର ବୀଣା ବଜାଉଥଲେ। ସେହି ସମୟରେ ଝିଅର ପଛ ପଟେ ଏକ ହରିଣ ଗୀତ ଶୁଣିବାକୁ ଅଟକି ଯାଇଥିଲା। ଟ୍ୱିଟ୍‌ରରେ ଏହି ଭିଡିଓକୁ ‘Welcome To Nature’ ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି।

Advertisment


ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଝିଅ ଏକ ପାର୍କରେ ବାଦ୍ୟଯନ୍ତ୍ର ବୀଣା ବଜାଉଥିଲେ। କୌତୁହଳ କଥା ଯେ ଝିଅର ସଙ୍ଗୀତ ଶୁଣିବାକୁ ଆଖପାଖରେ ଥିବା ଏକ ହରିଣ ସେଠାକୁ ଆସିଥିଲା। ହରିଣଟି ସଙ୍ଗୀତ ଶୁଣି ଆନନ୍ଦର ସହ ମଜା ନେଉଥିଲା। ପରେ ଆସ୍ତେ ଆସ୍ତେ ସଙ୍ଗୀତ ଶୁଣି ଶୁଣି ହରିଣଟି ଝିଅର ପାଖକୁ ଆସିଥିଲା। କିନ୍ତୁ ଝିଅଟି ସଙ୍ଗୀତରେ ଏତେ ମତୁଆଲା ଥିଲେ ଯେ ପାଖକୁ ଆସିଥିବା ହରିଣକୁ ଦେଖିପାରି ନଥିଲେ। ହଠାତ୍‌ ହରିଣଟି ଯେତେବେଳେ ଝିଅର ପାଖକୁ ଆସି ଦୌଡ଼ିବାକୁ ଲାଗିଲା। ଝିଅଟି ସେହି ସମୟରେ ଭୟଭୀତ ହୋଇଯାଇଥିଲେ।

Advertisment

ଜୁଲାଇ ୨୮ରେ ଭିଡିଓଟିକୁ ଟ୍ୱିଟରରେ ଶେୟାର କରାଯାଇଥିଲା। ଭିଡିଓରେ ଏପର୍ଯ୍ୟନ୍ତ ୧ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳିଥିବାବେଳେ ୯ହଜାରରୁ ଅଧିକ ଲାଇକ୍‌ ମିଳିଛି। ୩ହଜାରରୁ ଅଧିକ ରି-ଟ୍ୱିଟ୍‌ କରାଯାଇଛି।

ବୀଣା ବଜାଉଥିବା ଝିଅର ନାଁ ନାଓମି ଏସଭି । ସେ କିଛି ଦିନ ପୂର୍ବରୁ ଏହି ଭିଡିଓକୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଶେୟାର କରିଥିଲେ।

Advertisment
Advertisment