/odishatv-khabar/media/post_attachments/uploadimage/library/16_9/16_9_0/tiger-4_1626694597.jpg)
tiger
ଗୁଜୁରାଟ: ସହର ଭିତରେ କଲରା ପତରିଆ ବାଘକୁ ଧରିବାକୁ ଉଦ୍ୟମ କରି ୪ ଜଣ ଆହତ ହୋଇଛନ୍ତି। ଘଟଣା ଗୁଜରାଟ ଦାହୋଦ ସହରର ଏକ ସୋସାଇଟି ଭିତରେ ଘଟିଛି।
Advertisment
ଖବର ଅନୁଯାୟୀ, ଆଜି ସକାଳୁ ଏକ କଲରା ପତରିଆ ବାଘ ସହର ଭିତରକୁ ପଶିଯାଇଥିବା ଲୋକେ ଦେଖିବାକୁ ପାଇଥିଲେ। ଜନବସତି ଭିତରେ ହଠାତ୍ ବାଘର ଉପସ୍ଥିତି ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ।
ବନ ବିଭାଗ ଅଧିକାରୀ ସାଜ ସରଞ୍ଜାମ ଧରି ବାଘକୁ ଧରିବାକୁ ଉଦ୍ୟମ କରିଥିଲେ ବି ସେମାନଙ୍କୁ ଦୀର୍ଘ ସମୟ ଧରି ଚଖମା ଦେଇ ଛୁ ମାରୁଥିଲା ବାଘ। ତେବେ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବାଘଟି ପିଞ୍ଜରାରେ ଧରା ପଡ଼ିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)