Advertisment

କାହିଁକି ପର୍ଯ୍ୟଟକଙ୍କୁ ଏତେ ଆକର୍ଷିତ କରୁଛି ହ୍ୱାଇଟ୍‌ ଟେମ୍ପୁଲ?

କାରିଗରମାନଙ୍କର କଳାକୃତି ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଆଉ ଏହି କଳାକୃତି ଗୁଡିକ ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ

author-image
Sarbeswar
କାହିଁକି ପର୍ଯ୍ୟଟକଙ୍କୁ ଏତେ ଆକର୍ଷିତ କରୁଛି ହ୍ୱାଇଟ୍‌ ଟେମ୍ପୁଲ?

White temple

ନୂଆଦିଲ୍ଲୀ: କାରିଗରମାନଙ୍କର କଳାକୃତି ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଆଉ ଏହି କଳାକୃତି ଗୁଡିକ ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ସେହିଭଳି ଏକ ବିଚିତ୍ର ତଥା ନିଆରା କଳାକୃତିର ମନ୍ଦିର ରହିଛି ଥାଇଲ୍ୟାଣ୍ଡରେ ଓ୍ୱାଟ ରଙ୍ଗ ଖୁନରେ। ଦେଶ ବିଦେଶରେ ଏହାକୁ ହ୍ୱାଇଟ୍‌ ଟେମ୍ପଲ ବୋଲି କୁହାଯାଏ। ଆଉ ଏହି ଟେମ୍ପଲର ନିର୍ମାଣ ଏତେ ଚମତ୍କାର ଯେ, ଏହା ସବୁବେଳେ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆତ୍କୃଷ୍ଟ କରିଥାଏ। ଓ୍ୱାଟ୍ ରୋଙ୍ଗ୍ ଖୁନ୍ ବିଦେଶୀଙ୍କ ପାଇଁ ହ୍ୱାଇଟ୍ ଟେମ୍ପଲ୍। ତେବେ ଏହି ହ୍ୱାଇଟ୍ ଟେମ୍ପଲଟି ରହିଛି ଥାଇଲ୍ୟାଣ୍ଡର ଚିଆଙ୍ଗ ରାଇ ପ୍ରୋଭିନ୍ସରେ। ଏହି ମନ୍ଦିରଟି ଏକ ବୁଦ୍ଧ ମନ୍ଦିର ବୋଲି ଜଣାପଡ଼ିଛି। ତେବେ ଅଦ୍ଭୁତ ଧରଣର କଳାକୃତି ପାଇଁ ଏହି ମନ୍ଦିରଟି ବିଶ୍ୱ ପ୍ରସିଦ୍ଧ। ୧୯୯୭ ମସିହାରୁ ଏହି ମନ୍ଦିରଟି ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରି ଆସୁଛି।

Advertisment

ଚେଲେର୍ମଚାଇ କୋଶିତପିପଟ୍ ନାମକ ଜଣେ ଶିଳ୍ପୀ ଏହି ମନ୍ଦିରର ରି କନଷ୍ଟ୍ରକ୍ସନ୍ ଓ ରକ୍ଷଣାବେକ୍ଷଣାର ଦାୟିତ୍ୱ ନେଇଥିଲେ। ନିଜେ ଫଣ୍ଡ ଯୋଗାଡ କରି ଭଗ୍ନ ଅବସ୍ଥାରେ ପଡିରହିଥିବା ଏହି ମନ୍ଦିରକୁ ରିକନଷ୍ଟ୍ର କରାଇଥିଲେ। ଏହି ମନ୍ଦିରର ଆଖପାଖ ଏରିଆକୁ ବୁଦ୍ଧିଷ୍ଟ ଶିକ୍ଷା, ତଥା ଯୋଗ ଶିକ୍ଷା ପାଇଁ ଉଦ୍ଧିଷ୍ଟ କରାଯାଇଛି। ଯାହା ଫଳରେ ମନ୍ଦିରକୁ ଆସୁଥିବା ଲୋକମାନେ ଉପକୃତ ହୋଇପାରୁଛନ୍ତି। ଶିଳ୍ପୀ ଜଣକ ଏହି ମନ୍ଦିରଟିକୁ ସମ୍ପୂର୍ଣ୍ଣ ଭାବେ ବୁଦ୍ଧଙ୍କୁ ସମର୍ପିତ କରିଥିଲେ। ତେବେ କୁହାଯାଉଛି ଯେ, ଏବେ ବି ଏହି ମନ୍ଦିରର କାମ ଚାଲୁଅଛି। ଏହି ହ୍ୱାଇଟ୍‌ ଟେମ୍ପଲରେ ରହିଛି ୯ଟି ବିଲଡିଂ। ଏହାର ମୁଖ୍ୟ କୋଠାକୁ ଏକ ଛୋଟ ହ୍ରଦ ଉପରେ ଏକ ବ୍ରିଜ୍ ପାର ହୋଇ ପହଁଚିଥାଆନ୍ତି ପର୍ଯ୍ୟଟକ। ଆଉ ଏହି ବ୍ରିଜ୍ ସାମ୍ନାରେ ଶହ ଶହ ହାତ ରହିଛି। ଯାହା ଅସମୀମ ଇଚ୍ଛାର ପ୍ରତୀକ ଭାବରେ ଜଣାଶୁଣା।

ଆଉ ବ୍ରିଜ୍ଟି କୁହେ ଯେ, ପ୍ରଲୋଭନ, ଲୋଭ ଓ ଇଚ୍ଛା ଉପରେ ରହିଛି ସୁଖ ତଥା ଶାନ୍ତିର ରାସ୍ତା। ହ୍ରଦ ନିକଟରେ ରହିଛି ଦୁଇଟି ଅତି ସୁନ୍ଦର କିନ୍ନର, ଅର୍ଦ୍ଧ ମାନବ ଓ ଅର୍ଦ୍ଧ ପକ୍ଷୀ ଜୀବର ପ୍ରତିମୂର୍ତ୍ତ, ଯାହାର କାହାଣୀ ବୁଦ୍ଧ ପୁରାଣରୁ ପ୍ରେରିତ। ତେବେ ଧଳାରଙ୍ଗକୁ ପବିତ୍ରତାର ପ୍ରତୀକ ସ୍ୱରୂପ ଗ୍ରହଣ କରାଯାଇ ଏହି ସମ୍ପୂର୍ଣ୍ଣ ମନ୍ଦିରକୁ ଧଳାରଙ୍ଗ ଦିଆଯାଇଛି। ତେବେ ଏଠାରେ ନିୟମ ମଧ୍ୟ ଭିନ୍ନ ରହିଛି। ମନ୍ଦିରରୁ ଫେରିବା ସମୟରେ ପଛୁଆ ଚାଲିବାକୁ ପଡେ। ମନ୍ଦିର ଭିତରେ ଦୁଇଟି ବୁଦ୍ଧ ପ୍ରତିମୂର୍ତ୍ତି ପଦ୍ମ ପାଖୁଡାରେ ଭାସିବା ପରି ମନେ ହୁଏ। ତେବେ ପାରମ୍ପରିକ ଚରିତ୍ର ପରିବର୍ତ୍ତେ ଚାଲେର୍ମାଇ ଆଧୁନିକ ସଂସ୍କୃତିର ଆଇକନ୍ ବ୍ୟବହାର କରିଛନ୍ତି। ଏହାର ନିର୍ମାଣରେ ଯେପରିକି ସ୍ପେସ୍ଶିପ୍, ସୁପରମ୍ୟାନ୍, ଇତ୍ୟାଦି ଏହି ମନ୍ଦିରର ନିର୍ମାଣ ହିଁ ନିଜ ଭିତରେ ଅଦ୍ଭୁତ। ଏହା ପଛରେ କୌଣସି ବିଚିତ୍ର ତଥା ରହସ୍ୟମୟ ସ୍ଥାନ ନାହିଁ।

Advertisment

ସତ ହେଲା ଏହାର କାରିଗରୀ ବେଶ ବିଚିତ୍ର ଲାଗେ। ଜୀବନର ସତ୍ୟତା, ମନୁଷ୍ୟର ଅନେକ ଗୁଣ ଇତ୍ୟାଦିକୁ ମୂର୍ତ୍ତୀ ଆକାରରେ ଏଠାରେ ବର୍ଣ୍ଣନା କରାଯାଇଛି। ତେବେ ଏଠାକୁ ପ୍ରତିବର୍ଷ ବହୁଳ ସଂଖ୍ୟାରେ ପର୍ଯ୍ୟଟକ ଆସିଥାଆନ୍ତି। କେବଳ ଯେ ମନ୍ଦିରର ପରିଦର୍ଶନ କରନ୍ତି ତାହା ନୁହେଁ ଏଠାରେ ପ୍ରଚଳିତ କିଛି ନିର୍ଦ୍ଧିଷ୍ଟ ନିୟମ ସହ ଏଠାରେ ବୁଦ୍ଧଙ୍କ ଦର୍ଶନ କରିଥାଆନ୍ତି ଶ୍ରଦ୍ଧାଳୁ। ଏହାରି ସହ ଏଠାର ଧ୍ୟାନ ତଥା ଯୋଗ ମଧ୍ୟ କରିହୁଏ। ଫଳରେ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁ ମାନେ ଏଠାରେ ଶାନ୍ତି ଅନୁଭବ କରିଥାଆନ୍ତି। କିନ୍ତୁ ଏହି ମନ୍ଦିରଟି ନିଜର ଅଦ୍ଭୁତ କାରୁକାର୍ଯ୍ୟ ଯୋଗୁଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ।

Advertisment
Advertisment