Advertisment

ଭାରତ ଉପରେ ଚୀନର ଏତେ ରାଗ କାହିଁକି ?

ନୂଆଦିଲ୍ଲୀ: କାହିଁକି ରାଗରେ ଗରଗର ହେଉଛି ଚୀନ୍? ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ବ୍ୟାବସାୟିକ ସହଯୋଗୀ ଭାରତ ସହ ବି ସଂପର୍କ ଖରାପ କରିବାକୁ ପଛାଉ ନାହିଁ ବେଜିଂ? ଚୀନ୍‌ର ରଣ ହୁଙ୍କାର ପଛରେ କ’ଣ ଥାଇପାରେ ଅସଲ ଉଦ୍ଦେଶ୍ୟ? କୁହାଯାଉଛି କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଏକ ଘରିକିଆ ହୋଇଯାଇଥିବା ଚୀନ୍ ହତାଶ ହୋଇପଡ଼ିଛି। ବେଜିଂରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ଉଗ୍ରରୂପ ଧାରଣ କରୁଥିବା ଆଶଙ୍କା ଭିତରେ ଦେଶବାସୀଙ୍କ ନିକଟରେ ଭାବମୂର୍ତ୍ତି ବଜାୟ […]

ଭାରତ ଉପରେ ଚୀନର ଏତେ ରାଗ କାହିଁକି ?

india boreder

Advertisment

ନୂଆଦିଲ୍ଲୀ: କାହିଁକି ରାଗରେ ଗରଗର ହେଉଛି ଚୀନ୍? ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ବ୍ୟାବସାୟିକ ସହଯୋଗୀ ଭାରତ ସହ ବି ସଂପର୍କ ଖରାପ କରିବାକୁ ପଛାଉ ନାହିଁ ବେଜିଂ? ଚୀନ୍‌ର ରଣ ହୁଙ୍କାର ପଛରେ କ’ଣ ଥାଇପାରେ ଅସଲ ଉଦ୍ଦେଶ୍ୟ?

Advertisment

କୁହାଯାଉଛି କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଏକ ଘରିକିଆ ହୋଇଯାଇଥିବା ଚୀନ୍ ହତାଶ ହୋଇପଡ଼ିଛି। ବେଜିଂରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ଉଗ୍ରରୂପ ଧାରଣ କରୁଥିବା ଆଶଙ୍କା ଭିତରେ ଦେଶବାସୀଙ୍କ ନିକଟରେ ଭାବମୂର୍ତ୍ତି ବଜାୟ ରଖିବା ଜିନ୍‌ପିଙ୍ଗ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ସେହିପରି କରୋନା ସଂକ୍ରମଣକୁ ଜିନପିଙ୍ଗ ପ୍ରଶାସନ ଯେଭଳି ପରିଚାଳନା କଲା ତାକୁ ନେଇ ଦେଶରେ ଅସନ୍ତୋଷ ବି ବଢୁଛି। ତେଣୁ ନିଜ ପତିଆରା ଜାହିର କରିବା ଓ କୋଭିଡ୍ ବିଫଳତାରୁ ଦେଶବାସୀଙ୍କ ନଜର ହଟାଇବା ଲାଗି ଚୀନ୍ ସରକାର LACକୁ ଆଳ କରିଥିବା ଚର୍ଚ୍ଚା ହେଉଛି।

Advertisment

ଉହାନ୍ ପରୀକ୍ଷାଗାରରୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ବାରମ୍ବାର କହି ଆସୁଛନ୍ତି। ସେହିପରି ଚୀନ୍ ଭୂତାଣୁ ସଂକ୍ରମଣ ବିଷୟରେ ବିଶ୍ୱକୁ ଅନ୍ଧକାରରେ ରଖିଥିବା ଅଭିଯୋଗ ବି ଉଠୁଛି। କୋଭିଡ୍-୧୯ ସଂକ୍ରମଣରେ ଚୀନ୍‌ର ଭୂମିକାର ନିରପେକ୍ଷ ଯାଞ୍ଚ ପାଇଁ ୬୨ ଦେଶକୁ ନେଇ ଗଠିତ କମିଟିକୁ ଭାରତ ସମର୍ଥନ ଦେଇଥିଲା।

ଏହା ଚୀନ୍ ଅସନ୍ତୋଷର ଅନ୍ୟ ଏକ କାରଣ ବି ହୋଇଥାଇପାରେ। ଏଣେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣାକୁ ନେଇ ଚୀନ୍ ଜାତିସଂଘରେ ଆପତ୍ତି ଉଠାଇଥିଲା। ଭାରତ ସରକାରଙ୍କ ନିଷ୍ପତ୍ତି ଚୀନ୍‌ର ଅଖଣ୍ଡତା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଜିଂ ଯୁକ୍ତି ରଖିଥିଲା।

Advertisment

ନିୟନ୍ତ୍ରଣ ରେଖା ନିକଟରେ ନିର୍ମିତ ଦାର୍‌ବୁକ୍‌ରୁ ଦୌଲତ୍ ବେଗ୍ ଓଲ୍ଡି ୨୫୫ କିଲୋମିଟରର ରୋଡ୍‌କୁ ଯୋଡ଼ିବା ଲାଗି ଅନେକ ସଂଯୋଗକାରୀ ରାସ୍ତା ଓ ବ୍ରିଜ୍ ନିର୍ମାଣ କରୁଛି ଭାରତ। ଏହା ଅନ୍ତର୍ଗତ ଗଲଓ୍ୱାନ୍ ନାଲା ଉପରେ କଂକ୍ରିଟ୍ ବ୍ରିଜ୍ ନିର୍ମାଣ କରାଯାଉଛି। ତେବେ ଚୀନ୍ ଏହାକୁ ଜୋରଦାର ବିରୋଧ କରୁଛି।

୧୯୬୨ ଯୁଦ୍ଧରେ ଚୀନ୍ ଭାରତୀୟ ଅଞ୍ଚଳ ଅକସାଇ-ଚୀନ୍ ଉପରେ କବ୍‌ଜା କରିଥିଲା। ତେବେ ୧୯୫୦ର ଷ୍ଟାଟସ-କୋ ଅନୁସାରେ ଅକସାଇ-ଚୀନ୍‌କୁ ନିଜ ଦଖଲକୁ ନେବା ଲାଗି ଭାରତ ଭିତ୍ତିଭୂମି ନିର୍ମାଣ କରୁଥିବା ଚୀନ୍ ସନ୍ଦେହ କରୁଛି।

ସେପଟେ ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର ବା ସିପେକ୍ ନିର୍ମାଣ ହେଉଥିବା ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ୍-ବଲଟିସ୍ତାନ ଉପରେ ଭାରତ ଏହାର ଅଧିକାର ଜାହିର କରିବା ଚୀନ୍‌କୁ ବିଚଳିତ କରୁଛି। ଅନ୍ୟପକ୍ଷରେ ବିଶ୍ୱର ବିତ୍ତଶାଳୀ ରାଷ୍ଟ୍ର ସମୂହ ବା G-7ରେ ସଂପ୍ରସାରଣ କରି ଏଥିରେ ଭାରତକୁ ସାମିଲ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରଂପ ଦେଇଥିବା ପ୍ରସ୍ତାବକୁ ବି ଚୀନ୍ ହଜମ କରିପାରୁନି। ଆଉ ଅନୁମାନ କରାଯାଉଛି, ଏସବୁଥିରେ କ୍ଷୁବ୍ଧ ଚୀନ୍‌ର ମନୋଭାବ ସୀମାନ୍ତ ସଂଘର୍ଷରେ ପ୍ରତିଫଳିତ ହୋଇଛି।

India-China Stand-Off India China Conflict India-China Face Off Indi China India China BorderT Ension
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ