/odishatv-khabar/media/post_attachments/uploadimage/library/16_9/16_9_0/who_1622640573.jpg)
who
ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ବିବାଦ ଜାରି ରହିଥିବା ବେଳେ ବଡ଼ ବୟାନ୍ ଦେଲା ଡବ୍ଲୁଏଚଓ । ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା B.1.617ର ତିନୋଟି ଭାରିଏଣ୍ଟ ମଧ୍ୟରୁ ଗୋଟିଏ ଏବେ ଚିନ୍ତାର କାରଣ ସାଜିଛି । B.1.617.2 ଭାରିଏଣ୍ଟ୍ ଭୟ ସୃଷ୍ଟି କରୁଥିବା ବେଳେ ସବୁଠାରୁ ଅଧିକ ସଂକ୍ରାମକ ବୋଲି ଜଣାପଡିଛି । ଭାଇରସର ଅବଶିଷ୍ଟ ଦୁଇ ଭାରିଏଣ୍ଟର ସଂକ୍ରମଣ କ୍ଷମତା ତୁଳନାତ୍ମକ ଭାବେ କମ୍ ।
B.1.617 ଭାରିଏଣ୍ଟ ସର୍ବପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା । ଏହାକୁ ତିନୋଟି ଭାରିଏଣ୍ଟରେ ଯଥା : B.1.617.1, B.1.617.2 ଏବଂ B.1.617.3ରେ ବିଭକ୍ତ କରାଯାଇଛି । ମଙ୍ଗଳବାର ପ୍ରକାଶିକ କୋଭିଡ୍ ୧୯ ସାପ୍ତାହିକ ମହାମାରୀ ଅପଡେଟରେ ଡବ୍ଲୁଏଚଓ କହିଛି, ସମସ୍ତ ଭାରିଏଣ୍ଟକୁ ନେଇ ଅନୁଧ୍ୟାନ କରାଯାଇଥିଲା । ତଥ୍ୟ ଅନୁସାରେ ଏବେ ସାରା ବିଶ୍ୱ ପାଇଁ B.1.617.2 ଭାରିଏଣ୍ଟ୍ ଚିନ୍ତା ବଢ଼ାଇଛି ।
ଜୀବନ ପାଇଁ ସବୁଠାରୁ ବଡ ବିପଦ B.1.617.2
B.1.617.2 ଭାରିଏଣ୍ଟ ପାଇଁ ଅଧିକ ମୃତ୍ୟୁ ହେଉଥିବା ସୂଚନା ମିଳିଛି । ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ B.1.617.2 ର ସଂକ୍ରମଣର ବୃଦ୍ଧି ହାର ଉପରେ ନଜର ରଖାଯାଇଛି । ଏହି କାରଣରୁ ଅନେକ ଦେଶରେ ସଂକ୍ରମଣର ବୃଦ୍ଧି ଘଟୁଥିବା ଜଣାପଡ଼ିଛି । ଏହି ଭାରିଏଣ୍ଟ ଉପରେ ନଜର ରଖିବା ଓ ଏହା ଉପରେ ଅଧ୍ୟୟନ କରିବାକୁ ପ୍ରାଥମିକତା ଦେଉଛି ଡବ୍ଲୁଏଚଓ ।
ସେପଟେ ସୋମବାର ଅଦୃଶ୍ୟ ଭାଇରସର ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭାରିଏଣ୍ଟର ନାମ ଡେଲ୍ଟା’ । । ଗ୍ରୀକ୍ ଆଲଫାବେଟ୍ ବ୍ୟବହାର କରି କରୋନା ଭାଇରସର ନାମକରଣ କରାଯାଇଛି । ଭାରତରେ ୨୦୨୦ ଅକ୍ଟୋବର ୨୦ରେ ମିଳିଥିବା B.1.617.2 G/452R.V3 ଭାରିଏଣ୍ଟର ନାମ ଡେଲ୍ଟା ଭାରିଏଣ୍ଟ ରଖାଯାଇଛି । ଭାତରେ ଚିହ୍ନଟ ହୋଇଥିବା ଦ୍ୱିତୀୟ ଷ୍ଟେନ(B.1.617.1)ର ନାମ କପ୍ପା ରଖାଯାଇଛି ।
ବ୍ରିଟେନରେ ୨୦୨୦ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିବା ଭାରିଏଣ୍ଟର ନାମ ଆଲଫା ରଖାଯାଇଥିବା ବେଳେ ସାଉଥ୍ ଆଫ୍ରିକାରେ ମିଳିଥିବା ଭାରିଏଣ୍ଟକୁ ବିଟା କୁହାଯାଉଛି । ସେହିପରି ବ୍ରାଜିଲରେ ଗତ ବର୍ଷ ନଭେମ୍ବର ମାସରେ ଯେଉ ଷ୍ଟ୍ରେନ୍ ମିଳିଥିଲା ତାହାର ନାମ ଦିଆଯାଇଛି ଗାମା ଓ ୟୁଏସରେ ମିଳଥିବା ଷ୍ଟ୍ରେନର ନାମର ରଖାଗଲା ଏପ୍ସିପ୍ଲାନ୍ । ଅନ୍ୟପଟେ ଫିଲିପାଇନ୍ସରେ ଚଳିତ ବର୍ଷ ଜାନୁୟାରୀରେ ଚିହ୍ନଟ ହୋଇଥିବା ଷ୍ଟ୍ରେନର ନାମ ଥିଟା ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)