/odishatv-khabar/media/post_attachments/uploadimage/library/16_9/16_9_0/white_1626178139.jpg)
white
ପାଟଣା : ବ୍ଲାକ୍ ଫଙ୍ଗସ୍ ପରେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ । କରୋନା ମହାମାରୀ ମଧ୍ୟରେ ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ହ୍ୱାଇଟ୍ ଫଙ୍ଗସ୍ ମାମଲା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । ବିହାରର ରାଜଧାନୀ ପାଟନାରେ ହ୍ୱାଇଟ୍ ଫଙ୍ଗସ(White Fungus)ରେ ସଂକ୍ରମିତ ଚାରି ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାଟଣାର ଜଣେ ପ୍ରସିଦ୍ଧ ବିଶେଷଜ୍ଞ ମଧ୍ୟ ଅଛନ୍ତି।
ବ୍ଲାକ୍ ଫଙ୍ଗସ୍ ଠାରୁ ଅଧିକ ବିପଜ୍ଜନକ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣ । କରୋନା ପରି ହ୍ୱାଇଟ୍ ଫଙ୍ଗସ୍ ଫୁସଫୁସକୁ ସଂକ୍ରମିତ କରିଥାଏ। ସେହିପରି ଏହି ସଂକ୍ରମଣ ଶରୀରର ଅନ୍ୟ ଅଂଶରେ ଯେପରିକି ନଖ, ଚର୍ମ, ପେଟ, କିଡନୀ, ମସ୍ତିଷ୍କ, ସମ୍ବେଦନଶୀଳ ଅଙ୍ଗ ଏବଂ ପାଟିକୁ ସଂକ୍ରମିତ କରିଥାଏ ।
ପାଟଣାରେ ଏବେ ସୁଦ୍ଧା ଚାରି ଜଣ ହ୍ୱାଟଟ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । PMCHର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଏସ.ଏନ୍ ସିଂ ଏହି ସୂଚନା ଦେଇଛନ୍ତି। ଚାରି ଜଣଙ୍କ ଠାରେ କରୋନା ଲକ୍ଷଣ ଥିବାରୁ ତାଙ୍କର ଟେଷ୍ଟ କରାଯାଇଥିଲା । କିନ୍ତୁ ସେମାନଙ୍କ ସମସ୍ତ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ପରେ ଟେଷ୍ଟ କରିବା ପରେ ସେମାନେ ହ୍ୱାଇଟ୍ ଫଙ୍ଗସରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ତେବେ ଆଶ୍ୱସ୍ତିିକର କଥା ହେଲା ଆଣ୍ଟି ଫଙ୍ଗଲ୍ ଔଷଧ ଦେବାଦ୍ୱାରା ସେମାନେ ଆରୋଗ୍ୟ ଲାଭ କରିଛନ୍ତି ।
ବ୍ଲାକ୍ ଫଙ୍ଗସ୍ ପରି ପ୍ରତିରୋଧକ ଶକ୍ତି କମ୍ ହେବା ଦ୍ୱାରା ହ୍ୱାଟଟ୍ ଫଙ୍ଗସ୍ ସଂକ୍ରମଣ ହୋଇଥାଏ । ଏହି ରୋଗ ଜାଣିବା ପାଇଁ ବଲଗମ୍ କଲ୍ଚର ପରୀକ୍ଷା କରାଇବା ଜରୁରୀ । ଡାଏବେଟିସରେ ପୀଡିତ ତଥା ଅନେକ ଦନ ଧରି ଷ୍ଟେରଏଡ଼୍ ନେଉଥିବା ଲୋକଙ୍କୁ ହ୍ୱାଇଟ୍ ଫଙ୍ଗସ୍ ଭୟ ଅଧିକ ।
ସେପଟେ ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସାମନ୍ୟ କମିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଗତକାଲି ବ୍ଲାକ୍ ଫଙ୍ଗସ୍ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଜ୍ୟରେ ଅନେକ ସଂଖ୍ୟାରେ ଲୋକେ ମ୍ୟୁକର ମାଇକୋସିସ୍(ବ୍ଲାକ୍ ଫଙ୍ଗସ୍)ରେ ସଂକ୍ରମିତ ହେବା ସହ ଏବେ ସୁଦ୍ଧା ୯୦ ଜଣଙ୍କର ଜୀବନ ଯାଇଛି । ଏହାସହ ପାଖାପାଖି ୧୫୦୦ ଲୋକ ଏବେ ବ୍ଲାକ ଫଙ୍ଗସ୍ ରୋଗର ପୀଡିତ ଅଛନ୍ତି । ଏଥିପାଇଁ ତୁରନ୍ତ ଏମ୍ଫୋବି ଇଞ୍ଜେକ୍ସନ ଯୋଗାଇବା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟରେ ୧୫୦୦ କ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମଧ୍ୟରୁ ପୁଣେରୁ କେବଳ ୨୭୦ ସଂକ୍ରମିତ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)