Advertisment

କେତେ ସାଙ୍ଘାତିକ ହେବ କରୋନାର ତୃତୀୟ ଲହର?

କରୋନାର ଦ୍ୱୀତୀୟ ଲହର ସାରା ଦେଶକୁ କବଳିତ କରି ରଖିଥିବା ବେଳେ ପୁଣି ଥରେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି

author-image
Sarbeswar
ଅଦ୍ୟତନ ହୋଇଛି
କେତେ ସାଙ୍ଘାତିକ ହେବ କରୋନାର ତୃତୀୟ ଲହର?

corona

ନୂଆଦିଲ୍ଲୀ: କରୋନାର ଦ୍ୱୀତୀୟ ଲହର ସାରା ଦେଶକୁ କବଳିତ କରି ରଖିଥିବା ବେଳେ ପୁଣି ଥରେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା ଏହା କେତେ ମାତ୍ରାରେ ଠିକ୍‌…

Advertisment

ସୂଚନା ଅନୁସାରେ, ତୃତୀୟ ଲହରରେ ଶିଶୁଙ୍କୁ ଅଧିକ ସଂକ୍ରମଣ ଆଶଙ୍କା ନେଇ କୌଣସି ବୈଜ୍ଞାନିକ ପ୍ରମାଣ ମିଳିନଥିବା ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ତେବେ କୋଭିଡ୍ ନିୟମର ସଠିକ୍ ଅନୁପାଳନ କଲେ କରୋନାର ତୃତୀୟ ୱେଭକୁ ଏଡ଼ାଇ ଦିଆଯାଇ ପାରିବ ବୋଲି ସେ ମତ ଦେଇଛନ୍ତି। ମୋଟ୍‌ଉପରେ, କରୋନାର ପରବର୍ତ୍ତୀ ଲହର ଶିଶୁଙ୍କୁ ଗୁରୁତର ସଂକ୍ରମିତ କରିବ ବୋଲି କୌଣସି ପ୍ରମାଣ ନାହିଁ। ବିଶ୍ୱସ୍ତରରେ କିମ୍ବା ଭାରତରେ ହୋଇଥିବା କୌଣସି ଗବେଷଣାରୁ ସେଭଳି ଆଶଙ୍କା ସାମ୍ନାକୁ ଆସିନାହିଁ। ଏଭଳି ଆଶ୍ୱସ୍ତିଜନକ ସୂଚନା ଦେଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଥମ ଓ ଦ୍ୱିତୀୟ ଲହରରେ ହୋଇଥିବା ଗବେଷଣାରୁ କୌଣସି ପୁରୁଣା କି ନୂଆ ଭ୍ୟାରିଆଣ୍ଟ୍ ଶିଶୁଙ୍କୁ ଗୁରୁତର ସଂକ୍ରମିତ କରୁନଥିବା ଜଣାପଡ଼ିଛି। ବିଦେଶରେ ମଧ୍ୟ କରୋନାର ନୂଆ ଲହର ଶିଶୁଙ୍କୁ ଗୁରୁତର ଅସୁସ୍ଥ କରୁନାହିଁ ବୋଲି ସେ କହିଛନ୍ତି।

କରୋନାର ପ୍ରଥମ ଲହରରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା। ମୁଖ୍ୟତଃ ବୟୋଜ୍ୟେଷ୍ଠ ଓ ବିବିଧ ରୋଗାକ୍ରାନ୍ତ ଏହା ଦ୍ୱାରା ଗୁରୁତର ଅସୁସ୍ଥ ହୋଇଥିଲେ ଓ ମୃତ୍ୟୁମୁଖରେ ପଡ଼ିଥିଲେ। ଦ୍ୱିତୀୟ ଲହରରେ କରୋନା ନିଜ ରୂପ ବଦଳାଇବା ସହ ଯୁବକ ଓ ପ୍ରୌଢ଼ଙ୍କୁ ମଧ୍ୟ ଗୁରୁତର ଅସୁସ୍ଥ କରିଥିଲା। ତେବେ ଦ୍ୱିତୀୟ ଲହରରେ ବି ରକ୍ଷା ପାଇଯାଇଥିଲେ ଶିଶୁ ଅଧିକାଂଶ କୋଭିଡ୍ ପଜିଟିଭ୍ ଶିଶୁଙ୍କ ଠାରେ ଅତି କ୍ଷୀଣ ଲକ୍ଷଣ ପ୍ରକାଶ ପାଇଥିଲା। କେବଳ ବିବିଧ ରୋଗାକ୍ରାନ୍ତ ବା କୋ-ମର୍ବିଡିଟି ଥିବା ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଡାକ୍ତର ଗୁଲେରିଆଙ୍କ ସୂଚନା ଅନୁସାରେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡି ପଜିଟିଭ୍ ଶିଶୁଙ୍କ ମଧ୍ୟରୁ ୬୦ରୁ ୭୦ ପ୍ରତିଶତ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ କିମ୍ବା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲା କେତେ ଜଣ କେମୋ ଥେରାପିରେ ଥିଲେ।

Advertisment

ଦେଶରେ ଏବେ କେବଳ ପ୍ରାପ୍ତ ବୟସ୍କଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ, ଶିଶୁଙ୍କ ଠାରେ ଟିକା ପରୀକ୍ଷଣ ଜାରି ରହିଛି। ଯେତେ ଶୀଘ୍ର ସେମାନଙ୍କ କରୋନା ଟିକାକରଣ ହୋଇପାରିବ, ଦେଶବାସୀଙ୍କୁ ସେତେ ଶୀଘ୍ର ଆହୁରି ଅଧିକ ଆଶ୍ୱସ୍ତି ମିଳିପାରିବ। ତେବେ ତୃତୀୟ ଲହର କେବେ ଆସିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Corona 3rd Wave
Advertisment
Advertisment