/odishatv-khabar/media/post_attachments/uploadimage/library/16_9/16_9_0/dog_1626693643.jpg)
dog
ନୂଆଦିଲ୍ଲୀ: ସମଗ୍ର ଦେଶରେ ମହାମାରୀ କରୋନା ନିଜର କାୟାକୁ ବିସ୍ତାର କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଲକ୍ଡାଉନ୍ ଯୋଗୁ ସମସ୍ତେ ଏକପ୍ରକାର ଗୃହବନ୍ଦୀ। ଏହି ଲକ୍ଡାଉନ ଯୋଗୁ ସବୁଠାରୁ ଯଦି କିଏ କଷ୍ଟ ପାଉଥାନ୍ତି ସେମାନେ ହେଉଛନ୍ତି ଛୋଟ ପିଲା। ବାହାରକୁ ଯାଉପାରୁ ନାହାନ୍ତି। ସାଙ୍ଗସାଥୀ କେହି ନାହାନ୍ତି। ବାପା-ମା ଘରେ ଅଫିସ ଖୋଲି ବସିଛନ୍ତି। ଏପରି ସମୟରେ କୁନି ଝିଅଟି କିପରି ପୋଷା କୁକୁର ସହ ସମୟ କଟାଉଛି ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଛୋଟ ଝିଅଟି ନିଜ ଘରର ପୋଷା କୁକୁର ସହ ଲୁଚକାଳି ଖେଳୁଛି। ଭିଡିଓଟି ବେଶ ମନଛୁଆଁ ହୋଇଛି।
“HIDE AND SEEK”
We don’t deserve ‘em...pic.twitter.com/gy7nfU5s0F
— Rex Chapman?? (@RexChapman) May 8, 2020
ଏହି ଭିଡିଓଟିକୁ ଯେ କେହି ବି ଦେଖୁଛି, ଆଶ୍ଚର୍ଯ୍ୟ ହେଉଛି । ମଣିଷ ପରି କୁକୁରଟି କେମିତି ସବୁ ବୁଝିପାରୁଛି, ଖେଳର ନିୟମ ମାନୁଛି ତାହା ପ୍ରକୃତରେ ଦେଖିବା ପରି । ଅନ୍ୟମାନେ ଯେପରି ଲୁଚକାଳି ଖେଳ ଖେଳନ୍ତି, ଠିକ୍ ସେହିପରି କୁକୁରଟି ମଧ୍ୟ ଖେଳୁଥିବା ଭିଡିଓରେ ଦେଖିବାକୁ ମିଳୁଛି।
ଭିଡିଓଟିରେ ଦେଖାଯାଇଛି ଯେ, କୁକୁରଟି ମଣିଷମାନଙ୍କଠୁ ବି ବୁଦ୍ଧିମାନ। ଛୋଟପିଲାମାନେ ଯେମିତି ସାଙ୍ଗହୋଇ ଖେଳନ୍ତି କୁନିଝିଅ ଓ କୁକୁରଟି ମଧ୍ୟ ଠିକ ସେମିତି ଖେଳୁଛନ୍ତି । ଝିଅଟି କୁକୁରକୁ କହୁଛି ଯେ, ତମେ ସେଠିକି ଯାଇ ଆଖି ବନ୍ଦ କରି କାଉଣ୍ଟ କର। କୁକୁରଟି ବି ସେମିତି ଦୌଡିଯାଇ ଏକ ଜାଗାରେ ମୁହଁକୁ ଲୁଚାଇ ମଣିଷ ପରି କାଉଣ୍ଟ କରିବାର ଅଭିନୟ କରୁଥିବାର ଦେଖିବାକୁ ମିଳିଛି।
ପରେ ଝିଅଟି ଘରର କୌଣସି ଏକ ସ୍ଥାନରେ ଲୁଚି ଯାଉଛି। ଝିଅଟି ଯେତେବେଳେ ପାଟି କରି କୁକୁରଟିକୁ ଡାକୁଛି, ସେ ମଧ୍ୟ ଦୌଡିଯାଇ ତାକୁ ଖୋଜିବାକୁ ଚେଷ୍ଟା କରୁଛି। ମଣିଷ-ପଶୁ ମଧ୍ୟରେ ଥିବା ଏଇ ଅନାବିଳ ସମ୍ପର୍କର ଦୃଶ୍ୟ ପ୍ରକୃତରେ ହୃଦୟସ୍ପର୍ଶୀ।
ଏହି ଭିଡିଓଟିକୁ ଟ୍ୱିଟ୍ରେ ୩ଲକ୍ଷରୁ ଅଧିକ ଥର ଲୋକମାନେ ଦେଖିଥିବା ଜଣାପଡିଛି। ୧୩ ହଜାରରୁ ଅଧିକ ଲୋକ ଏହି ଭିଡିଓଟିକୁ ଲାଇକ୍ ମଧ୍ୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)