Advertisment

ଯେବେ ନେତାଜୀଙ୍କ ପ୍ରତିମୂର୍ତ୍ତି ପାଇଁ ଖର୍ଚ୍ଚ କରିଦେଲେ ସବୁ ଜମା ଟଙ୍କା.....

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ। ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ ସୁବାଷ ବୋଷ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ଥିଲା

author-image
Sarbeswar
ଯେବେ ନେତାଜୀଙ୍କ ପ୍ରତିମୂର୍ତ୍ତି ପାଇଁ ଖର୍ଚ୍ଚ କରିଦେଲେ ସବୁ ଜମା ଟଙ୍କା.....

NETAJI

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ। ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ ସୁବାଷ ବୋଷ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତେବେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ ସୁଭାଷ ବୋଷ। ତେବେ ଦେଶକୁ ପୂର୍ଣ୍ଣ ସ୍ୱାଧୀନତା ଦେବା ଲାଗି ଚାହିଁଥିଲେ ନେତାଜୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ବୀରତ୍ୱ, ବଳିଦାନ, ଅଦମ୍ୟ ସାହସ, ଅସୀମ ଦେଶପ୍ରେମର ଜ୍ୱଳନ୍ତ ଉଦାହରଣ।

Advertisment

Parakram Diwasତେବେ ନେତାଜୀଙ୍କୁ ଭଲ ପାଉଥିବା ମଣିଷ ଦେଶରେ ଅନେକ ଅଛନ୍ତି। ତେବେ ଏମିତି ଜଣେ ମଣିଷ ଅଛନ୍ତି ଯିଏ କି ନିଜର ସମସ୍ତ ସଂଚିତ ଧନକୁ ନେତାଜୀଙ୍କ ପ୍ରତିମୂର୍ତ୍ତି ପାଇଁ ସାରିଦେଇଥିଲେ।

ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ସୁଭାଷ ଚନ୍ଦ୍ର ବୋଷ। ଓଡ଼ିଶାର ଏହି ବୀରପୁତ୍ରଙ୍କ ଆଦର୍ଶରେ ଅନେକ ଲୋକ ଅନୁପ୍ରାଣିତ। ତେବେ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଅଟୋ ଚାଳକ ତାଙ୍କ ମୂର୍ତ୍ତି ନିର୍ମାଣ କରିବା ନେଇ ସ୍ଥିର କରିଥିଲେ। କେବଳ ଚିନ୍ତା କଲେ ତାହା ନୁହେଁ ବରଂ  ସେ ନିଜର ସମସ୍ତ ସଞ୍ଚିତ ଧନ ଏଥିପାଇଁ ସାରି ବି ଦେଲେ।

Advertisment

ମିଳିଥିବା ସୂଚନା ଅନୁସାରେ,  ୱେଷ୍ଟ ବେଙ୍ଗଲ ବସିରହାଟରେ ରୁହନ୍ତି ଅଜୟ କୁଡୁ। ତାଙ୍କ ଇଚ୍ଛା ଥିଲା ସେ ତାଙ୍କ ସହରରେ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ମୂର୍ତ୍ତି ତିଆରି କରିବା ଲାଗି । ଆଉ ଏଥିପାଇଁ ସେ ତାଙ୍କର ସମସ୍ତ ସଞ୍ଚିତ ଧନ ପାଖାପାଖି ୧ଲକ୍ଷ ୧୦ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିସହ ମୂର୍ତ୍ତିରେ ରଙ୍ଗ ଦେବା ପାଇଁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଅଜୟଙ୍କୁ ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁମାନେ ସାହାଯ୍ୟ ବି କରିଥିଲେ। ଯାହାକୁ ନେଇ ବେଶ୍ ଚର୍ଚ୍ଚା ଲାଗିଥିଲା।

ସୂଚନାଯୋଗ୍ୟ, ଅଜୟ ୪ର୍ଥ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସେ ନେତାଜୀଙ୍କୁ ତାଙ୍କର ଆଦର୍ଶ ଭାବନ୍ତି। ଅଜୟଙ୍କ କହିବା ଅନୁଯାୟୀ, ମୁଁ ଅଳ୍ପ କିଛି ବର୍ଷ ସ୍କୁଲ୍‌ ଯାଇଛି। ମତେ ସ୍କୁଲ୍‌ ସମୟରୁ ହିଁ ନେତାଜୀ ପସନ୍ଦ। ତାଙ୍କ ଆଦର୍ଶରେ ମୁଁ ଗଭୀର ଭାବେ ଅନୁପ୍ରାଣିତ ହୋଇଛି।

ଅଜୟ ଆହୁରି କହିଛନ୍ତି, ଆମ ସହରରେ ନେତାଜୀଙ୍କର ଅନେକ ଛୋଟ ମୂର୍ତ୍ତି ରହିଛି। କିନ୍ତୁ ତାଙ୍କର ଏକ ବଡ ମୂର୍ତ୍ତି ସ୍ଥାପନ କରିବା ପାଇଁ ମୋର ଇଚ୍ଛା ଥିଲା। ତେବେ ତାଙ୍କର ଇଚ୍ଛାକୁ ପୂରଣ କରିବାରେ ସ୍ଥାନୀୟ ବିଧାୟକ ସାହାଯ୍ୟ କରିଥିଲେ।

Netaji Jayanti
Advertisment
Advertisment