Advertisment

କରୋନାରୁ ସୁସ୍ଥ ହେବାପରେ କ'ଣ କରିବେ?

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟ ମଧ୍ୟ ବୃଦ୍ଧି ପାଉଛି। ଏ ସମୟରେ କରୋନାରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଉଥିବା ବେଳେ ଲୋକମାନେ ମଧ୍ୟ ନିଜକୁ ସଚେତନ ରଖିବାକୁ ଚେଷ୍ଟା କରୁଛନ୍ତି। ତେବେ କରୋନା ଆକ୍ରାନ୍ତ ହେବାପରେ କେମିତି ନିଜର ଯତ୍ନ ନେବେ ସେନେଇ ଲୋକମାନେ ଦ୍ୱନ୍ଦ୍ୱରେ ଥିବା ବେଳେ ପୋଷ୍ଟ କୋଭିଡ୍ ଆଡ୍‌ଭାଇଜରି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ […]

ଅଦ୍ୟତନ ହୋଇଛି
କରୋନାରୁ ସୁସ୍ଥ ହେବାପରେ କ'ଣ କରିବେ?

covid-19

Advertisment

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟ ମଧ୍ୟ ବୃଦ୍ଧି ପାଉଛି। ଏ ସମୟରେ କରୋନାରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଉଥିବା ବେଳେ ଲୋକମାନେ ମଧ୍ୟ ନିଜକୁ ସଚେତନ ରଖିବାକୁ ଚେଷ୍ଟା କରୁଛନ୍ତି। ତେବେ କରୋନା ଆକ୍ରାନ୍ତ ହେବାପରେ କେମିତି ନିଜର ଯତ୍ନ ନେବେ ସେନେଇ ଲୋକମାନେ ଦ୍ୱନ୍ଦ୍ୱରେ ଥିବା ବେଳେ ପୋଷ୍ଟ କୋଭିଡ୍ ଆଡ୍‌ଭାଇଜରି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Advertisment

କରୋନାରୁ ସୁସ୍ଥ ହେବା ପରେ ଦେହ ବିନ୍ଧା, କଫ, ତଣ୍ଟି ବ୍ୟଥା ଲକ୍ଷଣ ସାଙ୍ଗକୁ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ, ଘାଣ ଓ ସ୍ୱାଦ ଶକ୍ତି ବି ଚାଲିଯାଇପାରେ, ତେଣୁ କରୋନା ଆରୋଗ୍ୟମାନେ ମାସ୍କ ପିନ୍ଧିବା, ହାତ ଧୋଇବା ଜରୁରୀ। ପ୍ରଚୁର ଉଷୁମ ପାଣି ପିଇବା ସାଙ୍ଗକୁ ଦୈନିକ ଯୋଗାସନ, ପ୍ରାଣାୟମ କରିବା ଉଚିତ। ସେହିପରି ସନ୍ତୁଳିତ ଖାଦ୍ୟ ଖାଇବା ସହ ଧୂମପାନ ନକରିବାକୁ ପରାମର୍ଶ ଦିଆଯାଇଛି। ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେବାର ୭ ଦିନ, ୪ ସପ୍ତାହ ଏବଂ ୧୨ ସପ୍ତାହ ଏପରି କ୍ରମରେ ଡାକ୍ତରଙ୍କୁ ପରାମର୍ଶ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ