Advertisment

ବଜେଟ୍ ୨୦୨୧; କଣ ଶସ୍ତା ହେବ ଓ କଣ ମହଙ୍ଗା ହେବ ଜାଣନ୍ତୁ

୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍‌ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍‌ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି। ଚଳିତ ବଜେଟ୍‌ରେ ଅନେକ […]

ବଜେଟ୍ ୨୦୨୧; କଣ ଶସ୍ତା ହେବ ଓ କଣ ମହଙ୍ଗା ହେବ ଜାଣନ୍ତୁ

Untitled-1

Advertisment

୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍‌ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍‌ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି।

Advertisment

ଚଳିତ ବଜେଟ୍‌ରେ ଅନେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ହୋଇଥିବା ବେଳେ ସୁନା ରୂପା ଆଦିରେ ଶୁଳ୍କ କମାଯାଇଛି। ତେଣୁ କଣ ମହଙ୍ଗା ହେବ କଣ ସସ୍ତା ହେବ ଆସନ୍ତୁ ସଂକ୍ଷେପରେ ଜାଣିବା

ଶସ୍ତା- ସୁନା, ରୂପା, ନାପଥା ଅଏଲ୍, ଭଙ୍ଗାରୁଜା ତମ୍ବା, ଧାତବ ମୂଦ୍ରା, ନାଇଲନ ଫାଇବର ଓ ପ୍ଲାଟିନମ୍ ।

Advertisment

ମହଙ୍ଗା- ପେଟ୍ରୋଲ ଓ ଡିଜେଲ୍, ମୋବାଇଲ ଫୋନ୍‌, ପାୱାର ବ୍ୟାଙ୍କ, ଆମଦାନୀ ହୋଇଥିବା ମଦ, ରେଫ୍ରିଜେରେଟର, ଏୟାର କଣ୍ଡିସନର, ଆମଦାନୀ ହେଉଥିବା ଖେଳନା, ସ୍ପାଣ୍ଡେକ୍ସ ଫାଇବର(କପଡ଼ା)। ତେବେ ପେଟ୍ରୋଲ୍ ଡିଜେଲ୍ ପାଇଁ ଲାଗିଥିବା କୃଷି ସେସ୍‌ କେବଳ କମ୍ପାନୀମାନେ ଦେବେ ତାହା ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ବୋଲି ସରକାର କହିଛନ୍ତି। ଅନ୍ୟପଟେ କମ୍ପାନୀଗୁଡ଼ିକ ପର୍ଯ୍ୟକ୍ରମେ ବିଭିନ୍ନ ଆଳ ଦେଇ ତୈଳ ଦର ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ପେଟ୍ରୋଲ୍ ଓ ଡିଜେଲ୍ ଏଠାରେ ମହଙ୍ଗା କ୍ୟାଟେଗୋରୀରେ ସ୍ଥାନ ଦିଆଯାଇଛି।

Union Budget 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ