Advertisment

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

ନ୍ୟୁଜ୍‌ଲାଣ୍ଡ: ନ୍ୟୁଜ୍‌ଲାଣ୍ଡର ଏକ ସମୁଦ୍ର କୂଳରେ ଆଜି ୧୦୦ରୁ ଅଧିକ ଡଲ୍‌ଫିନ୍‌ ଓ ତିମି ମାଛ ମିରି ପଡ଼ିଥିବାର ଦେଖିବାକୁ ମିଳିଛି।ଏହି ସାମୁଦ୍ରିକ ଜୀବଗୁଡ଼ିକର ମୃତ ଦେହ ନ୍ୟୁଜ୍‌ଲାଣ୍ଡର ପୂର୍ବତଟରୁ ୮୦୦ କିଲୋମିଟର ଦୂର ଚାଥମ ଦ୍ୱିପରେ ପଡ଼ିଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ମାଛ ଗୁଡ଼ିକ କୂଳକୁ ଆସି ବାଲିରେ ଲାଖି ଯାଇଥିଲେ। ଯାହାଫଳରେ ସେମାନେ ସମୁଦ୍ରକୁ ଫେରିପାରିନଥିଲେ ଏବଂ ଏ ଖବର ଦ୍ୱିପରେ ବାସ କରୁଥିବା ଲୋକ ମାନେ ଜାଣିବା ପୂର୍ବରୁ ମାଛମାନଙ୍କର ମୃତ୍ୟୁ […]

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

11

Advertisment

ନ୍ୟୁଜ୍‌ଲାଣ୍ଡ: ନ୍ୟୁଜ୍‌ଲାଣ୍ଡର ଏକ ସମୁଦ୍ର କୂଳରେ ଆଜି ୧୦୦ରୁ ଅଧିକ ଡଲ୍‌ଫିନ୍‌ ଓ ତିମି ମାଛ ମିରି ପଡ଼ିଥିବାର ଦେଖିବାକୁ ମିଳିଛି।ଏହି ସାମୁଦ୍ରିକ ଜୀବଗୁଡ଼ିକର ମୃତ ଦେହ ନ୍ୟୁଜ୍‌ଲାଣ୍ଡର ପୂର୍ବତଟରୁ ୮୦୦ କିଲୋମିଟର ଦୂର ଚାଥମ ଦ୍ୱିପରେ ପଡ଼ିଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

Advertisment

ମାଛ ଗୁଡ଼ିକ କୂଳକୁ ଆସି ବାଲିରେ ଲାଖି ଯାଇଥିଲେ। ଯାହାଫଳରେ ସେମାନେ ସମୁଦ୍ରକୁ ଫେରିପାରିନଥିଲେ ଏବଂ ଏ ଖବର ଦ୍ୱିପରେ ବାସ କରୁଥିବା ଲୋକ ମାନେ ଜାଣିବା ପୂର୍ବରୁ ମାଛମାନଙ୍କର ମୃତ୍ୟୁ ହୋଇସାରିଥିଲା।

publive-image

ନ୍ୟୁଜ୍‌ଲାଣ୍ଡ କଂଜର୍‌ଭେସନ୍‌ ବିଭାଗର କହିବା ମୁତାବିକ୍‌ ସମୁଦ୍ର ତଟରୁ ପାଖାପାଖି ୯୭ଟି ଡଲ୍‌ଫନ୍‌ ଏବଂ ତିମିଙ୍କ ମୃତଦେହ ମିଳିଛି। ଏହି ବାଭାଗର ରେଞ୍ଜର ଜେମା ୱେଲ୍ସ କହିଛନ୍ତି ଯେ ଦ୍ୱିପଟି ବହୁତ ଦୂରରେ ଅବସ୍ଥିତ। ଏଥିସହିତ ସେ ରହୁଥିବା ସ୍ଥାନରେ ବିଜୁଳି ଠିକ୍‌ରେ ରହେନାହିଁ। ତେଣୁ ଏ ସମ୍ପର୍କିତ ସୂଚନା ମିଳିପାରି ନଥିଲା। ଯାହାଫଳରେ ରେଞ୍ଜର ଏବଂ ବାକି ଅନ୍ୟ କର୍ମୀ କିଛି ଘଣ୍ଟାପରେ ମାଛମାନେ ମରିପଡ଼ିଥିବା ସ୍ଥାନରେ ପହଞ୍ଚିଥିଲେ।

Advertisment

publive-image

ଏହାଛଡ଼ା ସେମାନଙ୍କ ମଧ୍ୟରେ ୨୬ଟି ବଞ୍ଚିଥିବା ଜଣାପଡ଼ିଛି ଏବଂ ସେମାନଙ୍କୁ ସମୁଦ୍ର ଭିତରକୁ ଛାଡ଼ିବା ପାଇଁ ପ୍ରୟାସ କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ