Advertisment

ମତଦାନ ବେଳେ ହିଂସାକାଣ୍ଡ, ଫୁଟିଲା ଗୁଳି

କୋଲକାତା: ଗୋଟିଏ ପଟେ ମତଦାନ ଚାଲିଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ହିଂସା।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ମତଦାନ ବେଳେ କେତେକ ସ୍ଥାନରେ ସାମାନ୍ୟ ହିଂସା ଦେଖିବାକୁ ମିଳିଛି। ଭୋଟିଂ ବେଳେ ପୂର୍ବ ମେଦିନାପୁର ଜିଲ୍ଲାର ସତସତମଲ ଓ ଭଗବାନପୁର ନିର୍ବାଚନମଣ୍ଡଳୀ ବୁଥ୍‌ରେ ହିଂସାକାଣ୍ଡ ହୋଇଛି। ମତଦାନ ବେଳେ ଗୁଳିକାଣ୍ଡ ହେବାରୁ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତୃଣମୂଳ କଂଗ୍ରେସ ସମର୍ଥକମାନେ ବୁଥ୍‌ରେ ଆତଙ୍କରାଜ ଚଳାଇଥିବା […]

author-image
Rajalaxmi Sahoo
ମତଦାନ ବେଳେ ହିଂସାକାଣ୍ଡ, ଫୁଟିଲା ଗୁଳି

election

କୋଲକାତା: ଗୋଟିଏ ପଟେ ମତଦାନ ଚାଲିଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ହିଂସା।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ମତଦାନ ବେଳେ କେତେକ ସ୍ଥାନରେ ସାମାନ୍ୟ ହିଂସା ଦେଖିବାକୁ ମିଳିଛି। ଭୋଟିଂ ବେଳେ ପୂର୍ବ ମେଦିନାପୁର ଜିଲ୍ଲାର ସତସତମଲ ଓ ଭଗବାନପୁର ନିର୍ବାଚନମଣ୍ଡଳୀ ବୁଥ୍‌ରେ ହିଂସାକାଣ୍ଡ ହୋଇଛି। ମତଦାନ ବେଳେ ଗୁଳିକାଣ୍ଡ ହେବାରୁ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

Advertisment

ତୃଣମୂଳ କଂଗ୍ରେସ ସମର୍ଥକମାନେ ବୁଥ୍‌ରେ ଆତଙ୍କରାଜ ଚଳାଇଥିବା ଅଭିଯୋଗ କରିଛନ୍ତି ପୂର୍ବ ମେଦିନାପୁର ଜିଲ୍ଲା ବିଜେପି ସଭାପତି ଅନୁପ ଚକ୍ରବର୍ତ୍ତୀ। ଏପରିକି କେତେକ ବୁଥ୍‌ରେ ଟିଏମ୍‌ସି ସମର୍ଥକ ମାସ୍କ ଓ ସାନିଟାଇଜର ଦେବା ନାଁରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ବିଜେପି ନେତା ଅଭିଯୋଗ ଆଣିଛନ୍ତି। ଏନେଇ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟାହ୍ନରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ, ଶାଳବଣି ଗରଭେଟା ଆସନର ଟିଏମ୍‌ସି ପ୍ରାର୍ଥୀ ସୁଶାନ୍ତ ଘୋଷଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ, ମୈଦାନରେ ହେଭିୱେଟ୍‌

West Bengal Election 2021
Advertisment
Advertisment