Advertisment

ଟିଏମସି ପାଇଁ ରୋଡ୍ ଶୋ’ କରୁଥିଲେ ଜୟା, ହଠାତ୍ ରାଗି ଯାଇ କର୍ମୀଙ୍କୁ ମାରିଲେ ଧକ୍କା..

west bengal election jaya bachcan push individual road show video

author-image
Otv Khabar Bureau
ଟିଏମସି ପାଇଁ ରୋଡ୍ ଶୋ’ କରୁଥିଲେ ଜୟା, ହଠାତ୍ ରାଗି ଯାଇ କର୍ମୀଙ୍କୁ ମାରିଲେ ଧକ୍କା..

jaya Bachhan

ପାଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ସବୁ ଦଳମାନେ ଚଳିଚ୍ଚିତ୍ର ଅଭିନେତା/ ଅଭିନେତ୍ରୀଙ୍କୁ ସାଙ୍ଗରେ ଧରି ରୋଡ୍ ଶୋ’ କରୁଛନ୍ତି। ଗୋଟିଏ ପଟେ ବିଜେପି ପାଇଁ ମିଥୁନ ଚକ୍ରବର୍ତ୍ତୀ ଷ୍ଟାର ପ୍ରଚାରକ ହୋଇ ରୋଡ୍ ଶୋ କରୁଥିବା ବେଳେ ମମତା ବାନାର୍ଜୀ ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ମିଥୁନ ଦା ବିଜେପିରେ ସାମିଲ ହେଲା ପରେ ମମତା ତାଙ୍କୁ ଟକ୍କର ଦେବା ପାଇଁ ଅନେକ ଅଭିନେତା ଅଭିନେତ୍ରୀଙ୍କୁ ଡାକି ନିର୍ବାଚନ ରାଲିରେ ସାମିଲ କରିଛନ୍ତି। ରାଲି ଦେଖିଲେ ଲାଗୁଛି ଯେମିତି ଏହା ନେତାଙ୍କ ରୋଡ ଶୋ’ ନୁହେଁ ବରଂ ତାରକାଙ୍କ ରୋଡ୍ ଶୋ’।

Advertisment

ଏହି କ୍ରମରେ ଟିଏମସି ପାଇଁ ଗତ କିଛି ଦିନ ହେବ ଷ୍ଟାର ପ୍ରଚାରକ ଭାବେ ସାପା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ପ୍ରଚାର କରୁଛନ୍ତି। ଟିଏମସି ପ୍ରାର୍ଥୀଙ୍କ ପାଇଁ ସେ ରୋଡ୍ ଶୋ’ କରୁଥିବା ବେଳେ ବିଭିନ୍ନ ସ୍ଥାନକୁ ଯାଇ ସଭା ସମିତି କରୁଛନ୍ତି ଓ ଭୋଟ ମାଗୁଛନ୍ତି।

jaya Bachhan

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଜୟା ବଚ୍ଚନ ହାୱାଡ଼ାରେ ଟିଏମସି ପ୍ରାର୍ଥୀଙ୍କ ପାଇଁ ରୋଡ୍ ଶୋ’ କରିଥିଲେ। ଏଠାରେ ସେ ଶିବପୁର ଓ ଦକ୍ଷିଣ ହାୱାଡ଼ାର ଟିଏମସି ପ୍ରାର୍ଥୀଙ୍କ ସମର୍ଥନରେ ରୋଡ୍ ଶୋ’ କରିଥିଲେ। ଏହା ପରେ ଉତ୍ତର ହାୱାଡ଼ାରେ ମଧ୍ୟ ଟିଏମସି ପ୍ରାର୍ଥୀ ଗୌତମ ଚୌଧରୀଙ୍କ ପାଇଁ ରୋଡ୍ ଶୋ’ କରିଥିଲେ। ସେହି ସମୟରେ ସେ ପ୍ରାର୍ଥୀ ଗୌତମ ଚୌଧରୀଙ୍କ ସହ ଖୋଲା କାରରେ ରାଲି କରୁଥିଲେ। ସେଠାରେ ଜୟା ବଚ୍ଚନଙ୍କୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ଜଣେ ସମର୍ଥକ କାର ଆଗକୁ ଆସି ସେଲ୍ଫି ନେବା ପାଇଁ ଚେଷ୍ଟା କରିଥିଲେ। ଏହା ଦେଖି ଜୟା ବଚ୍ଚନ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲେ ଓ ଉକ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧକ୍କା ମାରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

jaya Bachhan

ତେବେ ଜୟାଙ୍କ ଏଭଳି ଭୁଲ ଟିଏମସି ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଉକ୍ତ ଭଡିଓରେ ସେହି କାର୍ଯ୍ୟକର୍ତ୍ତାଙ୍କ ମୁହଁ ଦେଖାଯାଇନି ସତ କିନ୍ତୁ ଜୟା ଧକ୍କା ମାରିଥିବା ସ୍ପଷ୍ଟ ଜଣାପଡ଼ୁଛି। ନିର୍ବାଚନୀ ମାହୋଲରେ ଏହି ଘଟଣାକୁ ଏକ ବଡ଼ ମୁଦ୍ଦା ମଧ୍ୟ କରାଯାଇପାରେ। ଅନ୍ୟ ରାଜନୈତିକ ଦଳମାନେ ଏହି ଘଟଣାରୁ ଫାଇଦା ମଧ୍ୟ ନେଇପାରନ୍ତି।

ତେବେ ଜୟାବଚ୍ଚନଙ୍କ ଏଭଳି କ୍ରୋଧ କୌଣସି ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ସର୍ବସାଧାରଣରେ କ୍ରୋଧିତ ହେବା ଦେଖାଯାଇଛି। ତେଣୁ ତାଙ୍କର ଏଭଳି ଆଚରଣକୁ ନିର୍ବାଚନୀ ମାହୋଲରେ ଏକ ବଡ଼ ମୁଦ୍ଦା କରାଯାଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଏହି ଘଟଣା ଟିଏମସି ପାଇଁ ଅଧିକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ‍‍ଆଶଙ୍କା ରହିଛି।

West Bengal Election 2021
Advertisment
Advertisment